ନୂଆଦିଲ୍ଲୀ: ସାଧାରଣ ଧାଁ ଦୌଡ ଜୀବନରେ ଟିକେ ସମୟ ମିଳିଲେ ବି ଆପଣ ନିଜର ଧ୍ୟାନ ରଖିପାରୁନାହାନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ସରଳ ଉପାୟ କହିବୁ ଯାହାକୁ ଖାଇବା ସହ ପିଇବା ଦ୍ବାରା ସହ ଆପଣ ନିଜକୁ ସୁସ୍ଥ ରଖିପାରିବେ । ହଳଦୀ ଏକ ଏମିତି ସାମଗ୍ରୀ ଯାହା ଆପଣଙ୍କ ସମୟକୁ ନଷ୍ଟ ନକରି ଆପଣଙ୍କୁ ଲାଭ ପ୍ରଦାନ କରିବ । ଆସନ୍ତୁ ଜାଣିବା ହଳଦୀର କିଛି ସୁସ୍ଥ ଉପକାରିତା ବିଷୟରେ...


COMMERCIAL BREAK
SCROLL TO CONTINUE READING

1. ହଳଦୀ ଆପଣଙ୍କ ଚର୍ମ କୋଷଗୁଡ଼ିକୁ ପୋଷଣ କରିବାରେ ସାହାଯ୍ୟ କରେ । ଆପଣଙ୍କ ଚର୍ମ ଅଧିକ ସୁନ୍ଦର ହେବା ସହ ଚମକ ବଢାଇଥାଏ ।  ଯଦି ଆପଣ ନିଜ ଚର୍ମକୁ ଭଲ ପାଆନ୍ତି , ତେବେ ନିଶ୍ଚିତ ଭାବରେ ଦୈନନ୍ଦିନ ଜୀବନରେ ହଳଦୀକୁ ଅନ୍ତର୍ଭୁକ୍ତ କରନ୍ତୁ ।


2. ହଳଦୀ ପାଣି ସହ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଇଲେ ଆପଣଙ୍କ ଶରୀରରେ ଚମତ୍କାର କାମ କରିବ । ଏହି ମିଶ୍ରଣ ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବ।


3. ହଳଦୀ ଏକ ଏମିତି ପଦାର୍ଥ ଯାହା ଆପଣଙ୍କ ହଜମ ଶକ୍ତି ପାଇଁ ବେଶ ଲାଭଦାୟକ ଅଟେ । ଆପଣ ନିଶ୍ଚୟ ଶୁଣିଥିବେ ଯେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ପେଟରୁ ଆରମ୍ଭ ହୋଇଥାଏ, ତେଣୁ ଯଦି ଆପଣଙ୍କର ହଜମ ପ୍ରକ୍ରିୟା ସଠିକ୍ ଭାବରେ କାମ କରିବ ତେବେ ଆପଣ ସ୍ୱୟଂଚାଳିତ ଭାବରେ ଫିଟ୍ ହୋଇଯିବେ।


4. ଆଜିକାଲି ଜଏଣ୍ଟପେନ ସମସ୍ୟା ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଅନ୍ୟପଟେ ବୟସ୍କବ୍ୟକ୍ତି ତଥା ଯୁବପିଢୀଙ୍କ ମଧ୍ୟରେ ଗଣ୍ଠି ଯନ୍ତ୍ରଣା ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । ଏହି କ୍ଷେତ୍ରରେ ହଳଦୀ ପାଣି ପିଇବା ଦ୍ୱାରା ଆପଣ ଗଣ୍ଠି ଯନ୍ତ୍ରଣାରୁ ବହୁ ପରିମାଣରେ ଉପଶମ ମିଳିଥାଏ..


5. ହଳଦୀରେ କର୍କୁମିନ୍ ଥାଏ ଯାହା ବିଭିନ୍ନ ରୋଗକୁ ଆରୋଗ୍ୟ କରିବାରେ ସହାୟକ ହୋଇଥାଏ । ଏହା ବ୍ୟାକ୍ଟେରିଆ ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ନିତିଦିନ ଜୀବନରେ ବ୍ୟବହାର କଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ।


Also Read: ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର


Also Read: ଆଜି ଏତେ ଟଙ୍କା ମହଙ୍ଗା ହେଲା ସୁନା ତ ରୁପା ଦରରେ ୬୦୦ ଟଙ୍କାର ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍