ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର
Advertisement

ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

Edible Oil Price Down: ବଜାର ସୂତ୍ରରୁ ପ୍ରକାଶ ଯେ, ମାଲେସିଆ ଏକ୍ସଚେଞ୍ଜରେ ୨.୨୫ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଥିଲା । ସେହିପରି ଚିକାଗୋ ଏକ୍ସଚେଞ୍ଜ ତିନି ପ୍ରତିଶତ ଲାଭରେ ଥିଲା । ବିଦେଶରେ ଏହି ଅଭିବୃଦ୍ଧି ସତ୍ତ୍ୱେ ମାଣ୍ଡିରେ ସୋରିଷର ଆଗମନ ବୃଦ୍ଧି ଯୋଗୁଁ ତେଲ ବିହନର ମୂଲ୍ୟ ହ୍ରାସ ପାଇଥିବାର ଦେଖାଯାଇଛି । ସୋମବାର ପ୍ରାୟ ୧୨-୧୨.୫ ଲକ୍ଷ ଅଖା ସୋରିଷ ମାଣ୍ଡିରେ ପହଞ୍ଚିଥିଲା ।

ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ନୂଆଦିଲ୍ଲୀ: Edible Oil Price Down: ବୈଶ୍ୱିକ ବଜାରରେ ବୃଦ୍ଧି ପରେ ଗତକାଲି ଅର୍ଥାତ ମାର୍ଚ୍ଚ ୨୧ରେ ରାଜଧାନୀ ଦିଲ୍ଲୀରେ ସମସ୍ତ ଖାଇବା ତେଲ (Edible Oil) ଶସ୍ତା ହୋଇଛି । ସୋମବାର ସୋରିଷ (mustard), ଚିନା ବାଦାମ (groundnut), ସୋୟାବିନ୍ (soybean), ସିପିଓ (CPO) ଏବଂ ପାମୋଲିନ (palmolein) ସମେତ ସମସ୍ତ ତେଲର ମୂଲ୍ୟ ହ୍ରାସ ପାଇଛି ।

ବଜାର ସୂତ୍ରରୁ ପ୍ରକାଶ ଯେ, ମାଲେସିଆ ଏକ୍ସଚେଞ୍ଜରେ ୨.୨୫ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଥିଲା । ସେହିପରି ଚିକାଗୋ ଏକ୍ସଚେଞ୍ଜ ତିନି ପ୍ରତିଶତ ଲାଭରେ ଥିଲା । ବିଦେଶରେ ଏହି ଅଭିବୃଦ୍ଧି ସତ୍ତ୍ୱେ ମାଣ୍ଡିରେ ସୋରିଷର ଆଗମନ ବୃଦ୍ଧି ଯୋଗୁଁ ତେଲ ବିହନର ମୂଲ୍ୟ ହ୍ରାସ ପାଇଥିବାର ଦେଖାଯାଇଛି । ସୋମବାର ପ୍ରାୟ ୧୨-୧୨.୫ ଲକ୍ଷ ଅଖା ସୋରିଷ ମାଣ୍ଡିରେ ପହଞ୍ଚିଥିଲା ।

ସୂତ୍ର କହିଛି ଯେ, ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି ସରକାରଙ୍କ ପ୍ରାଥମିକତା ହେବା ଉଚିତ କାରଣ ଆମେ ଖାଉଥିବା ତେଲର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ୬୦ ପ୍ରତିଶତ ଆମଦାନୀ କରୁ ଓ ଏଥିପାଇଁ ଆମକୁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଥାଏ । ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇଁ କୃଷକମାନଙ୍କୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଦିଆଯିବା ଉଚିତ ଯାହା ଦ୍ୱାରା ସେମାନେ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇଁ ଉତ୍ସାହିତ ହୋଇପାରିବେ ।

ହୋଲସେଲ ବଜାରରେ କ'ଣ ରହିଛି ରେଟ୍

୧. ସୋରିଷ ତେଲ ବିହନ- କ୍ୱିଣ୍ଟାଲ ପିଛା ୭,୪୫୦-୭,୫୦୦ ଟଙ୍କା (୪୨ ପ୍ରତିଶତ କଣ୍ଡିଶନର ଦର)

୨. ଚିନା ବାଦାମ- କ୍ୱିଣ୍ଟାଲ ପିଛା ୬,୬୫୦ ଟଙ୍କା- ୬,୭୪୫ ଟଙ୍କା 

୩. ଚିନା ବାଦମ ମିଲ୍ ଡେଲିଭରୀ (ଗୁଜୁରାଟ)- କ୍ୱିଣ୍ଟାଲ ପିଛା ୧୫,୫୦୦ ଟଙ୍କା

୪. ଚିନା ବାଦାମ ସାଲଭେଣ୍ଟ ରିଫାଇଣ୍ଡ- ଟନ୍ ପିଛା ୨,୫୬୫ ଟଙ୍କା-୨,୭୫୫ ଟଙ୍କା 

୫. ସୋରିଷ ତେଲ ଦାଦ୍ରି- କ୍ୱିଣ୍ଟାଲ ପିଛା ୧୫,୧୦୦ ଟଙ୍କା 

ଏହା ବି ପଢ଼ନ୍ତୁ:-ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା

ଏହା ବି ପଢ଼ନ୍ତୁ:-ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର

ଏହା ବି ପଢ଼ନ୍ତୁ:-ମାର୍ଚ୍ଚ ୨୫ରେ ବନ୍ଦ ହେବ କି ଋଷ-ୟୁକ୍ରେନ ଯୁଦ୍ଧ ନା ଦୁନିଆ ଦେଖିବ ତୃତୀୟ ବିଶ୍ୱଯୁଦ୍ଧର ମହା ବିନାଶ? ଜାଣନ୍ତୁ କାହିଁକି ଏତେ ଖାସ୍ ଏହି ଦିନ

 

୬. ସୋରିଷ ପାକ୍କି ଘାନି- ଟନ୍ ପିଛା ୨,୪୦୫-୨,୪୮୦ ଟଙ୍କା 

୭. ସୋରିଷ କାଚ୍ଚି ଘାନି - ଟନ୍ ପିଛା ୨,୪୫୫-୨,୫୫୫ ଟଙ୍କା 

୮. ତିଲ ତେଲ ମିଲ ଡେଲିଭରୀ- କ୍ୱିଣ୍ଟାଲ ପ୍ରତି ୧୭,୦୦୦-୧୮,୫୦୦ ଟଙ୍କା 

୯. ସୋୟାବିନ୍ ତେଲ ମିଲ୍ ଡେଲିଭରୀ ଦିଲ୍ଲୀ- କ୍ୱିଣ୍ଟାଲ ପିଛା ୧୬,୩୦୦ ଟଙ୍କା 

୧୦. ସୋୟାବିନ୍ ମିଲ୍ ଡେଲିଭରୀ ଇନ୍ଦୌର - କ୍ୱିଣ୍ଟାଲ୍ ପିଛା ୧୬,୦୦୦ ଟଙ୍କା 

୧୧. ସୋୟାବିନ୍ ତେଲ ଡିଗମ, କାଣ୍ଡଲା- କ୍ୱିଣ୍ଟାଲ ପିଛା ୧୪,୮୦୦ ଟଙ୍କା 

୧୨. ପାମୋଲିନ ଏକ୍ସ-କାଣ୍ଡଲା -୧୪,୫୦୦ ଟଙ୍କା (ଜିଏସଟି ବିନା)

୧୩. ସୋୟାବିନ୍ ଦାନା- କ୍ୱିଣ୍ଟାଲ ପିଛା ୭,୪୦୦-୭,୪୫୦ ଟଙ୍କା 

୧୪. ସୋୟାବିନ ଲୁଜ- କ୍ୱିଣ୍ଟାଲ ପିଛା ୭,୧୦୦-୭,୨୦୦ ଟଙ୍କା