Happy Father's Day: ପିତା ଏବଂ ସନ୍ତାନ ସନ୍ତତିଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସମ୍ମାନରେ ପିତୃ ଦିବସ ବା Father's Day ପାଳନ କରାଯାଉଛି । ପ୍ରତିବର୍ଷ ଜୁନ୍ ତୃତୀୟ ରବିବାର ଦିନ ପିତୃ ଦିବସ ପାଳନ କରାଯାଏ । ଏହି ବର୍ଷ ଏହାକୁ ଜୁନ୍ ୧୯ରେ ପାଳନ କରାଯାଉଛି। ଏହି ଅବସରରେ ଲୋକପ୍ରିୟ ସର୍ଚ୍ଚ ଇଂଜିନ୍ ଗୁଗଲ ତାର ସ୍ୱତନ୍ତ୍ର ଡୁଡଲରେ ପିତୃ ଦିବସ ଶୁଭେଚ୍ଛା ଜଣାଇଛି।


COMMERCIAL BREAK
SCROLL TO CONTINUE READING

ଜୁନ୍ ତୃତୀୟ ରବିବାରରେ ପିତୃ ଦିବସ କାହିଁକି ପାଳନ କରାଯାଏ?


ଆମେରିକୀୟ ବାସିନ୍ଦା ୱିଲିୟମ୍ ଜ୍ୟାକସନ ସ୍ମାର୍ଟ ଏବଂ ଏଲେନ୍ ଭିକ୍ଟୋରିଆ ଗାଲ୍ ସ୍ମାର୍ଟଙ୍କ ଝିଅ ସୋନୋରା ସ୍ମାର୍ଟ ଡୋଡ୍, ୧୬ ବର୍ଷ ବୟସରେ ତାଙ୍କ ମା’ଙ୍କୁ ହରାଇଥିଲେ। ଷଷ୍ଠ ସନ୍ତାନର ଜନ୍ମ ସମୟରେ ୪୭ ବର୍ଷ ବୟସରେ ଏଲେନ୍ ଭିକ୍ଟୋରିଆଙ୍କ ଦେହାନ୍ତ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ଆମେରିକୀୟ ଗୃହଯୁଦ୍ଧର ଭେଟେରାନ ଜ୍ୟାକସନ ନିଜେ ତାଙ୍କ ସମସ୍ତ ୫ଟି ପିଲାଙ୍କୁ ବଢାଇଥିଲେ। ପିତାଙ୍କ ଉତ୍ସଗରେ ଡୋଡ୍ ବେଶ ପ୍ରଭାବିତ ହୋଇଥିଲେ। 


Also Read: ପ୍ରଥମ ଥର ଲାଇଭ୍ ଆସିଲେ Sai Pallavi, କହିଲେ...


ଦିନେ ଚର୍ଚ୍ଚରେ ମାତୃ ଦିବସ (Mothers day) ଉପଦେଶ ଶୁଣିବାବେଳେ ଡୋଡ୍ ଭାବିଥିଲେ ଯେ, ପିତାମାନଙ୍କ ପାଇଁ ମଧ୍ୟ ଏକ ବିଶେଷ ଦିନ ରହିବା ଉଚିତ୍। ସେ Spokane Ministerial Allianceରେ ପହଞ୍ଚି ତାଙ୍କ ପିତାଙ୍କ ଜନ୍ମଦିନ ଜୁନ୍ ୫କୁ ପିତୃ ଦିବସ ଭାବରେ ପାଳନ କରିବାକୁ ଅନୁରୋଧ କରିଥିଲେ। ଡୋଡଙ୍କ ପ୍ରସ୍ତାବରେ ପ୍ରଭାବିତ ହୋଇ SMA, ପିତୃ ଦିବସ ପାଳନ କରିବାକୁ ଜୁନର ତୃତୀୟ ରବିବାରକୁ ବାଛିଥିଲା​​। ୧୯୧୦ ମସିହା ଜୁନରେ ପ୍ରଥମ ଥର ପିତୃ ଦିବସ (Father's Day) ପାଳନ କରାଯାଇଥିଲା। 


ଅନ୍ୟ ଏକ କୀମ୍ବଦନ୍ତୀ ଅନୁସାରେ ଆମେରିକାରେ ପ୍ରଥମ ଥର ପିତୃ ଦିବସ ପାଳନ କରାଯାଇଥିବା କୁହାଯାଏ। ୧୯୦୮ ଜୁଲାଇ ୫ରେ ପଞ୍ଚିମ ଭର୍ଜିନିଆରେ ଏକ ଖଣିରେ ମାଟିଅତଡା ଖସିଥିଲା। ଏହି ଦୁର୍ଘଟଣାରେ ଶତାଧିକ ପୁରୁଷ ଶ୍ରମିକଙ୍କ ଦେହାନ୍ତ ହୋଇଥିଲା। ସେହି ମୃତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପିତୃ ଦିବସ ପାଳନ କରାଯାଉଛି। ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ପିତୃ ଦିବସ ପାଳନ କରାଯାଏ। ପିତୃ ଦିବସରେ ସାଧାରଣତଃ ପିଲାମାନେ ସେମାନଙ୍କ ପିତାଙ୍କୁ ଉପହାର ଦେବା, ଅଭିବାଦନ କାର୍ଡ ଦେବା ସହ ସେମାନଙ୍କ ସହିତ ଦିନ ବିତାଇବା ପାଳନ କରନ୍ତି।


Also Read: Pakistan energy crisis: ରାତିରେ ବନ୍ଦ ରହିବ ଦୋକାନ ବଜାର


ପ୍ରତ୍ୟେକ ଉତ୍ସବ ଭଳି ଲୋକପ୍ରିୟ ସର୍ଚ୍ଚ ଇଂଜିନ ଗୁଗଲ (Google) ପିତୃ ଦିବସ ପାଳନ କରିଛି। ଏକ ସ୍ୱତନ୍ତ୍ର ଡୁଡଲ ମାଧ୍ୟମରେ କମ୍ପାନୀ ସମସ୍ତ ପିତାଙ୍କୁ ଶୁଭେଚ୍ଛା ଜଣାଇଛି। ଡୁଡଲର ଡିଜିଟାଲ କାର୍ଡରେ ଦୁଇଟି ହାତ ଦେଖିବାକୁ ମିଳୁଛି। ଗୋଟିଏ ବଡ ଓ ଅନ୍ୟଟି ଛୋଟ ହାତ ରହିଛି। ତେବେ ବଡ ହାତ ପିତାର ସଙ୍କେତ ଦେଉଛି। ଗୁଗଲର ଏହି ଡୁଡଲଟି ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଥିବା ବେଳେ ଲୋକଙ୍କୁ ଅନେକ ବାର୍ତ୍ତା ଦେଉଛି।