Patatoes side effects : ଆଳୁକୁ ପନିପରିବାରର ରାଜା କୁହାଯାଏ, କାରଣ ଆଳୁକୁ ନେଇ ବହୁ ପ୍ରକାର ବ୍ୟଞ୍ଜନ ତିଆରି ହୋଇଥାଏ। ଯେଉଁ କାରଣରୁ ଲୋକେ ଆଳୁକୁ ଅଧିକ ଖାଇଥାଆନ୍ତି। କଣ ଆପଣ ମଧ୍ୟ ଅଧିକ ଆଳୁ ଖାଉଛନ୍ତି କି? ଯଦି ହଁ, ତେବେ ଏବେଠୁ ସତର୍କ ହୋଇଯାଆନ୍ତୁ। ଆପଣଙ୍କ ଅଧିକ ଆଳୁ ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ। ତେବେ ଜାଣନ୍ତୁ ଶରୀର ପାଇଁ କେତେ କ୍ଷତିକାରକ ଅଧିକ ଆଳୁ ଖାଇବା... 


COMMERCIAL BREAK
SCROLL TO CONTINUE READING

ଯଦି ଆପଣ ଅଧିକ ପରିମାଣରେ ଆଳୁ ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ କାରଣ ଆଳୁ ଅଧିକ ଖାଇଲେ ଆଲର୍ଜି ହେବାର ଆଶଙ୍କା ଅଧିକ ରହିଛି।


ଆଳୁରେ ମିଳୁଥିବା କାର୍ବୋହାଇଡ୍ରେଟ୍ ଆର୍ଥ୍ରାଇଟିସର ଯନ୍ତ୍ରଣାକୁ ଅଧିକ କରିଥାଏ। ତେଣୁ ଆର୍ଥ୍ରାଇଟିସ୍ ରୋଗୀମାନେ ଅଧିକ ଆଳୁ ଖାଇବା ଉଚିତ୍ ନୁହେଁ।


Also Read: Surya Kiran Air Show: ଆଜି ଆକାଶକୁ ଚିରିବ ବାୟୁସେନା, କୁଆଖାଇ ନଦୀପଠାରେ ଗର୍ଜିବ ହକ୍


 


ଆଳୁର ଅତ୍ୟଧିକ ବ୍ୟବହାର ମଧୁମେହ ରୋଗୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରିପାରେ।ରକ୍ତରେ ସର୍କରା ନିୟନ୍ତ୍ରଣରେ ରଖିବା ପାଇଁ ଆପଣ ଆଳୁଠାରୁ ଦୂରେଇ ରହିବା ହିଁ ଫଳପ୍ରଦ ହେବ।


ଆଳୁର ଅତ୍ୟଧିକ ବ୍ୟବହାର ଆପଣଙ୍କ ରକ୍ତଚାପକୁ ବଢାଇ ପାରେ। ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଅତ୍ୟଧିକ ଆଳୁ ସେବନ ଉଚିତ୍ ନୁହେଁ।


ଆଳୁରେ ଅଧିକ କାର୍ବୋହାଇଡ୍ରେଟ ଥାଏ ଯେଉଁ କାରଣରୁ ଅଧିକ ପରିମାଣରେ କ୍ୟାଲୋରୀ ବଢିଥାଏ। ଆଉ ଏହା ମେଦବହୁଳର କାରଣ ହୋଇଥାଏ।