Surya Kiran Air Show: ଆଜି ଆକାଶକୁ ଚିରିବ ବାୟୁସେନା, କୁଆଖାଇ ନଦୀପଠାରେ ଗର୍ଜିବ ହକ୍
Advertisement
Article Detail0/zeeodisha/odisha1353650

Surya Kiran Air Show: ଆଜି ଆକାଶକୁ ଚିରିବ ବାୟୁସେନା, କୁଆଖାଇ ନଦୀପଠାରେ ଗର୍ଜିବ ହକ୍

Surya kiran air show: ରାଜଧାନୀ ଆକାଶରେ ଚମକିବ ସୁର୍ଯ୍ୟ କିରଣ । ଆକାଶକୁ ଚିରି ବାଦଲକୁ ଭେଦି ଏହି ସୁର୍ଯ୍ୟ କିରଣ ସମସ୍ତଙ୍କ ଆଖିରେ ପଡି ଝଲସିଯିବ । ଆଉ ରାଜଧାନୀବାସୀ ପ୍ରଥମ ଥର ପାଇଁ ଦେଖିବେ ଏହି ସୁର୍ଯ୍ୟ କିରଣ । ଆମେ କହୁଛୁ ଭାରତୀୟ ବାୟୁ ସେନାର ଡେୟାର ଡେଭିଲ୍ ଏୟାର ଶୋ ବା ଏରୋବାଟ୍ରିକ୍ ଶୋ ସୁର୍ଯ୍ୟ କିରଣ କଥା । ପ୍ରାୟ ୨୦ ମିନିଟ ଧରି ଆକାଶମାର୍ଗରେ ଦେଖିବାକୁ ମିଳିବ ଏପରି ଆଖି ଖୋସିଲା ଭଳି ଶୋ ।

Surya Kiran Air Show: ଆଜି ଆକାଶକୁ ଚିରିବ ବାୟୁସେନା, କୁଆଖାଇ ନଦୀପଠାରେ ଗର୍ଜିବ ହକ୍

Surya Kiran Air Show : ଭୁବେନେଶ୍ୱର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପ୍ରଦର୍ଶନ ହେବ । ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆରେ ଭାରତୀୟ ବାୟୁସେନାର ବିମାନ ଆକାଶ ମାର୍ଗରେ ନିଜର ସାହାସିକତା ପ୍ରଦର୍ଶନ କରିବେ। ବିମାନ ଗୁଡିକ ନିଜର କଳା କୌଶଳ ପ୍ରଦର୍ଶନ କରିବେ। ଶୁକ୍ରବାର ସକାଳ ୧୦ଟା ୧୬ମିନିଟ ସମୟରେ ରାଜଧାନୀବାସୀ ବାୟୁସେନାର ଏୟାର ସୋ ଦେଖିବେ। ଏୟାର ସୋ ପାଇଁ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଛି ।

ରାଜଧାନୀ ଆକାଶରେ ଚମକିବ ସୁର୍ଯ୍ୟ କିରଣ । ଆକାଶକୁ ଚିରି ବାଦଲକୁ ଭେଦି ଏହି ସୁର୍ଯ୍ୟ କିରଣ ସମସ୍ତଙ୍କ ଆଖିରେ ପଡି ଝଲସିଯିବ । ଆଉ ରାଜଧାନୀବାସୀ ପ୍ରଥମ ଥର ପାଇଁ ଦେଖିବେ ଏହି ସୁର୍ଯ୍ୟ କିରଣ । ଆମେ କହୁଛୁ ଭାରତୀୟ ବାୟୁ ସେନାର ଡେୟାର ଡେଭିଲ୍ ଏୟାର ଶୋ ବା ଏରୋବାଟ୍ରିକ୍ ଶୋ ସୁର୍ଯ୍ୟ କିରଣ କଥା । ପ୍ରାୟ ୨୦ ମିନିଟ ଧରି ଆକାଶମାର୍ଗରେ ଦେଖିବାକୁ ମିଳିବ ଏପରି ଆଖି ଖୋସିଲା ଭଳି ଶୋ । ଦମ ଦେଖାଇବ ବାୟୁସେନା, ଯାହାର ଝଲକ ଗୁରୁବାର ଦେଖିବାକୁ ମିଳିଛି । ଭୁବନେଶ୍ବର କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆରେ ରିହଲସଲ ବେଳେ ଭାରତୀୟ ବାୟୁସେନାର ୯ଟି ହକ ବିମାନ ଆକାଶ ମାର୍ଗରେ ନିଜର ସାହାସିକତା ପ୍ରଦର୍ଶନ କରିଛି। ଶୁକ୍ରବାର  ସକାଳ ୧୦ଟା ୧୬ମିନିଟ ସମୟରେ ଆରମ୍ଭ ହେବ ଏହି ଶୋ ।

Also Read: 

ସେପଟେ ସୂର୍ଯ୍ୟ କିରଣ ଏୟାର ସୋ ପାଇଁ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୦୦ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି । ପ୍ରାୟ ୫୦୦୦ ଦର୍ଶକଙ୍କ ପାଇଁ ଗୋଟିଏ ଜାଗାରେ ଦେଖିବା ଭଳି ବ୍ୟବସ୍ଥା ହୋଇଛି । ସେହିପରି ଟ୍ରାଫିକ ସମସ୍ୟା ନ ଉପୁଯିବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ବି ହୋଇଛି । କୌଣସି ପ୍ରକାର ଦୁର୍ଘଟଣା ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ବି ସଜାଗ ରହିବ । ନଦୀର ଉଭୟ ପାର୍ଶ୍ବରେ ପୋଲିସ ଫୋର୍ସ ରହିବେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି ।

ଏହି ଶୋରେ ୧୧ଟି ହକ ବିମାନ ନିୟୋଜିତ ହେବେ । ମାଟି ଠାରୁ ୫୦୦ ରୁ ୧୦୦୦ ଫୁଟ ଉଚ୍ଚରେ ଉଡି ସୋ ଦେଖାଇବ ବାୟୁସେନା । ସୋ’ର ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡିବ । ଦ୍ବିତୀୟ ପର୍ଯୟରେ ଦୁଇଟି ଲେଖାଏ ବିମାନ ୧୬୦୦ କିମି ପ୍ରତି ଘଣ୍ଟା ବେଗରେ ୨୦୦ରୁ ୩୦୦ଫୁଟ ଉଚ୍ଚରେ ସୋ ଦେଖାଇବେ । ଗ୍ରୁପ କ୍ୟାପ୍ଟଟେନ ଜି ଏସ ଝେଲନ ଏହି ଟିମକୁ ଲିଡ଼ କରିବେ । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏହା ପ୍ରଦର୍ଶିତ କରାଯାଉଛି । ସେହିପରି ୧୮ ତାରିଖରେ ପୁରୀ ରାଜଭବନ ଉପରେ ଏହି ଶୋ ଆୟୋଜିତ ହେବ ।