Summer Health Tips: ଜାରି ରହିଛି ଗ୍ରୀଷ୍ମ ଲହରୀ।  ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ। ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଏହି ଗରମ ଦିନେ ଅଧିକ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଖରାଦିନେ ବିଶେଷ କରି, ଆଲର୍ଜି, ଡିହାଇଡ୍ରେସନ୍, ଷ୍ଟ୍ରୋକ, ଭାଇରାଲ୍ ଜ୍ୱର, ଡାଇରିଆ, କିଡନୀ ଷ୍ଟୋନ, ଆଖି ସଂକ୍ରମଣ, ପେଟ ରୋଗ ଭଳି ଦେଖାଦେଇଥାଏ। ଶରୀରରେ ଜଳ ଅଭାବରୁ ଡିହାଇଡ୍ରେସନ୍ ଦେଖାଦେଇଥାଏ। ଯାହା ହାର୍ଟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। କେବଳ ସେତିକି ନୁହେଁ, ଶରୀରରେ ଜଳର ଅଭାବ ହେଲେ,  କିଡନୀ ଷ୍ଟୋନ୍ ଦେଖାଦେଇଥାଏ। କେବଳ ସେତିକି ନୁହେଁ, ଜଳର ଅଭାବରୁ ପରିସ୍ରାରେ ରକ୍ତ ପଡିବା, ବାନ୍ତି ହେବା , ପେଟ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଓ ପରିସ୍ରା ପୋଡା ଭଳି ସମସ୍ୟା ଦେଖାଦେଇଥାଏ। ...


COMMERCIAL BREAK
SCROLL TO CONTINUE READING

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଖରାଦିନେ ଜଣ୍ଡିସ୍, ଟାଇଫଏଡ୍ ଏବଂ ଗ୍ୟାସ୍ ସମ୍ବନ୍ଧୀୟ ରୋଗ ପିଡି଼ତ ଥିବା ଲୋକେ ଖାଲିପେଟରେ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।  ଯଦି ଆପଣଙ୍କ ଶରୀରରେ ଅତ୍ୟାଧିକ ଝାଳ ବାହାରେ , ବାନ୍ତି ଲାଗେ ମୁଣ୍ଡ ବୁଲାଇବା। ତେବେ, ଏନେଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଏହି ଗ୍ରୀଷ୍ମ ଋତୁରେ ହାର୍ଟ ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ । ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଅଖୁରସ, ପାଣି ପିଇବା ଉଚିତ୍। 


ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବଢିଥାଏ। ଶରୀର ଡିହାଇଡ୍ରେସନ୍ ହେବାର ଆଶଙ୍କା ଅଧିକ ଥାଏ।  ଯାହାକି  ଋତୁସ୍ରାବକୁ ପ୍ରଭାବିତ କରିପାରେ । ଏହି ସମୟରେ ମହିଳା ମାନଙ୍କର ୟୁରିନ୍ ଇନଫେକସନ୍ ମଧ୍ୟ ଦେଖାଦେଇଥାଏ। ମହିଳାମାନେ ଗ୍ରୀଷ୍ମ ସମୟରେ ଆମ୍ବ, ଅମୃତଭଣ୍ତା ଓ ସପୁରି ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ମହିଳାମାନେ ଏହି ସବୁ ଫଳକୁ ସେବନ କରିବା ଦ୍ବାରା ଶରୀରରେ ଉତ୍ତାପ ବୃଦ୍ଧି ପାଇଥାଏ। ଏବଂ ଗର୍ଭାଶୟକୁ ସଙ୍କୁଚିତ କରିବାର ସମ୍ଭାବନା ମଧ୍ୟ ଅଧିକ ଥାଏ।  ଏହି ଋତୁରେ ମହିଳାମାନେ ପ୍ରଚୁର ପାଣି ପିଅନ୍ତୁ, ସୁସ୍ଥ ଖାଦ୍ୟ ଖାଇବା ସହ  ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଉଚିତ୍। 


(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧରଣ ସୂଚନା ଉପରେ ଆଧାରିତ। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)