Advertisement
Article Detail0/zeeodisha/odisha2485889
Zee OdishaOdisha StateCyclone Dana: ମାଡି଼ ଆସୁଛି ବାତ୍ୟା ଦାନା! ଜାଣି ରଖନ୍ତୁ କିଛି ଜରୁରୀ କଥା, କଣ କରିବେ ଓ କଣ କରିବେ ନାହିଁ?

Cyclone Dana: ମାଡି଼ ଆସୁଛି ବାତ୍ୟା 'ଦାନା'! ଜାଣି ରଖନ୍ତୁ କିଛି ଜରୁରୀ କଥା, କ'ଣ କରିବେ ଓ କ'ଣ କରିବେ ନାହିଁ?

Cyclone Dana: ମାଡି ଆସୁଛି ବାତ୍ୟା 'ଦାନା'! ଯାହାକୁ ନେଇ ସବୁଠି ଭୟ ଓ ଆତଙ୍କ ଦେଖାଦେଇଛି। ତେବେ, ଏହି ବାତ୍ୟା ସମୟରେ ଆପଣ କଣ କଲେ ସୁରକ୍ଷିତ ରହିବେ ଆଉ କଣ କରିବେ ନାହିଁ । ଆସନ୍ତୁ ଜାଣିବା କିଛି ଜରୁରୀ କଥା....

Cyclone Dana: ମାଡି଼ ଆସୁଛି ବାତ୍ୟା 'ଦାନା'! ଜାଣି ରଖନ୍ତୁ କିଛି ଜରୁରୀ କଥା, କ'ଣ କରିବେ ଓ କ'ଣ କରିବେ ନାହିଁ?

Cyclone Dana: ମାଡି ଆସୁଛି ବାତ୍ୟା 'ଦାନା'! ଯାହାକୁ ନେଇ ସବୁଠି ଭୟ ଓ ଆତଙ୍କ ଦେଖାଦେଇଛି। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି 'ଦାନା'! । କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଗକୁ ବଢ଼ୁଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି । ଏବେ ପାରାଦୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୩୩୦ କିଲୋମିଟର ଦୂରରେ ରହିଛି 'ଦାନା'। ଧାମରା ଠାରୁ ୩୬୦ କିଲୋମିଟର ଏବଂ ସାଗରରେ ଆଗକୁ ବଢୁଛି। ଏବେ  ପାରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୩୩୦ କିଲୋମିଟର ଦୂରରେ ରହିଛି 'ଦାନା'। ଧାମରା ଠାରୁ ୩୬୦ କିମି ଏବଂ ସାଗର ଥାଇଲାଣ୍ତ ଠାରୁ ୪୨୦ କିମି ଦୂରରେ ରହିଛି। ପାଣିପାଗ ବିଭାଗର ତାଜା ସୂଚାନ ଅନୁସାରେ,  ଆଜି ରାତି ସାଢେ ୧୧ଟାରୁ  ୨୫ ତାରିଖ ପୂର୍ବାହ୍ନ ମଧ୍ୟରେ ଏହା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।  ତେବେ, ଏହି ବାତ୍ୟା ସମୟରେ ଆପଣ କଣ କଲେ ସୁରକ୍ଷିତ ରହିବେ ଆଉ କଣ କରିବେ ନାହିଁ । ଆସନ୍ତୁ ଜାଣିବା କିଛି ଜରୁରୀ କଥା....

ALSO READ: Dhanteras 2024: ଧନତେରାସ୍-ରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!

ALSO READ: Cyclone Dana: ସ୍ଥଳ ଭାଗ ଛୁଇଁଲା ଦାନାର ବାହ୍ୟ ବଳୟ, ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

Add Zee News as a Preferred Source

ବାତ୍ୟା 'ଦାନା'ର ପୂର୍ବ ପ୍ରସ୍ତୁତି:

- ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ଏବଂ ଔଷଧ ମହଜୁଦ ରଖନ୍ତୁ।
-ଗୃହ ପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଅନ୍ତୁ।
-ଗୁରୁତ୍ୱପୂର୍ଣ୍ଣ ଜିନିଷ ଓ ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ ରଖନ୍ତୁ। 
-ବିଶେଷକରି, ଶିଶୁ ଓ ବୟସ୍କ ଓ ଅସୁସ୍ଥ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। 
-ପୋଷାକ ଓ କମ୍ବଳ ମଧ୍ୟ ପାଖରେ ରଖନ୍ତୁ
-ଟର୍ଚ୍ଚ ଓ ମୋବାଇଲ୍  ଫୋନ୍ କୁ ଯଥା ସମ୍ଭବ ଚାର୍ଜରେ ରଖନ୍ତୁ। 
ନିଜର ବ୍ଲଡ୍ ଗ୍ରୁପ୍ ବିଷୟରେ ଅବଗତ ରୁହନ୍ତୁ। 
ବାତ୍ୟାକୁ ନେଇ ଭୟଭିତ ହୁଅନ୍ତୁ ନାହିଁ ଓ ଘର ପାଖରେ ଥିବା ବଡ଼ ବଡ଼ ଗଛକୁ କାଟି ଦିଅନ୍ତୁ। 

ବାତ୍ୟା ସମୟରେ କଣ କରିବେ :

-ବାତ୍ୟା ବା ଭାରି ବର୍ଷା ସମୟରେ ନିଜ ପିଲାଙ୍କୁ ନିଜ ପାଖରେ ରଖନ୍ତୁ।
-ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ, ଘରୁ ବାହାରନ୍ତୁ ନାହିଁ। 
-ଘରରର କବାଟ କିମ୍ବା ଝରକା ଠାରୁ ଦୂରେଇ ରୁହନ୍ତୁ। 
-ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ। 
-ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ। 
-ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ। 
-ବାତ୍ୟା ନେଇ ଆସୁଥିବା ଖବର ସହ ଅପଡେଟ୍ ରୁହନ୍ତୁ। 

ବାତ୍ୟା ସମୟରେ କଣ କରିବେ ନାହିଁ ?
-ବିଦ୍ୟୁତ ତାରକୁ ସ୍ପର୍ଶ କରନ୍ତୁ ନାହିଁ। 
-ଘରର ଉପର ମହଲାରେ ରୁହନ୍ତୁ ନାହିଁ। 
-ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯଆନ୍ତୁ ନାହିଁ। 
-ପୁରୁଣା କୋଠା ଓ କିମ୍ବା ଗଛ ତଳେ ଆଶ୍ରୟ ନଅନ୍ତୁ ନାହିଁ। 
-ବାତ୍ୟାର ଭୟାବହତା ନକମିବା ଯାଏ ବାହାରକୁ ଯାଆନ୍ତୁ ନାହିଁ। 

About the Author