Morning Tips: ସକାଳେ ଉଠିବା ପରେ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ଖାଇବାକୁ ଚିନ୍ତା କରିଥାଆନ୍ତି । ସେହିପରି ଅନେକ ଲୋକ ଚା ତ ଆଉ କେତେକ ଲୋକେ ଫାଷ୍ଟଫୁଡ୍ ଖାଇ ନିଜର ଦିନ ଆରମ୍ଭ କରିଥାଆନ୍ତି । କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥାଏ । ପ୍ରାୟତଃ ଲୋକମାନେ ଭାବନ୍ତି ଯେ, ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ କଣ ଖାଇବା ଦରକାର । ଯାହା ଦ୍ବାରା ଦିନସାରା ସତେଜ ଲାଗିବା ସହ ଭୋକ ମଧ୍ଯ ହେବନାହିଁ । ଆମେ ଆଜି ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ ।


COMMERCIAL BREAK
SCROLL TO CONTINUE READING

ମହୁ ଲେମ୍ବୁ ପାଣି


ସକାଳୁ ଖାଲି ପେଟରେ ଉଷୁମ ପାଣି ସହ ମହୁ ଓ ଲେମ୍ବୁ ( Honey) ମିଶାଇ ପିଇବା ଉଚିତ୍ । ଏହା ପିଇବା ଦ୍ବାରା ପେଟ ପରିଷ୍କାର ରହିଥାଏ । ମହୁରେ ଥିବା ଫ୍ଲାଭୋନାଏଡ଼ ଓ ଏନଜାଇମ୍ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ପ୍ରତିଦିନ ସକାଳୁ ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଉଛନ୍ତି ତାହାଲେ ଏହା ଆପଣଙ୍କ ମେଟାବୋଲିଜିମକୁ (Metabolism) କମ୍ କରିଥାଏ ।


ଭଣ୍ତା ଓ ତରଭୁଜ


ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ ଭଣ୍ତା (papaya) ଓ ତରଭୁଜ (watermelon) ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏହି ଉଭୟ ଫଳକୁ ସୁପରଫୁଡ୍ ବୋଲି କୁହାଯାଏ । ସକାଳୁ ସକାଳୁ ଏହାକୁ ଖାଲି ପେଟରେ ଏହି ଦୁଇ ଫଳକୁ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ବୃଦ୍ଧି ହୋଇଥାଏ । ଆପଣ ଜଳଖିଆରେ ମଧ୍ଯ ଏହାକୁ ଖାଇପାରିବେ । ତରଭୁଜ ଇଲେକ୍ଟ୍ରୋଲାଇଟରେ ଭରପୂର ଥିବାରୁ ଏହା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ  । ସେହିପରି ଏଥିରେ ଥିବା ଲାଇକୋନ୍ ଆପଣଙ୍କ ଆଖି ଓ ହୃଦୟ ପାଇଁ ମଧ୍ଯ ସହାୟକ ହୋଇଥାଏ ।


Also Read-Curry Leaves Benefits: ସକାଳୁ ଖାଲି ପେଟରେ ଖାଆନ୍ତୁ ଭୃସଙ୍ଗ ପତ୍ର, ଦୂର ହେବ ଏହିସବୁ ସମସ୍ୟା!


ଡ୍ରାଏ ଫ୍ରୁଡ଼ସ୍


ରାତିରେ ଶୋଇବା ପୂର୍ବରୁ ବାଦାମକୁ (Almond) ପାଣିରେ ବତୁରାଇ ରଖନ୍ତୁ । ଏହାକୁ ସକାଳୁ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଆନ୍ତୁ । ଏହାଛଡ଼ା ସକାଳେ ଆପଣ କୌଣସି ବି ଡ୍ରାଏ ଫୁଟସ (Dry fruits) ଖାଇପାରିବେ । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପେଟର ପିଏଚ ସ୍ତରକୁ ମଧ୍ୟ ସ୍ୱାଭାବିକ କରିଥାଏ । ଏହା ବ୍ୟତୀତ, ରାତିରେ ଭିଜାଇଥିବା ବାଦାମ ସକାଳେ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବେଶ ଲାଭଦାୟୀ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଦିନ ସାରା ସତେଜ ଅନୁଭୂତ ହୋଇଥାଏ ।


Also Read-Best Time to Have a Bath: ଦିନର ଏହି ସମୟରେ ଗାଧୋଇବା ଦ୍ୱାରା ହୋଇଥାଏ ଅନେକ କ୍ଷତି, ଆପଣ ମଧ୍ୟ ଜାଣିବା ଉଚିତ୍ ସଠିକ୍ ନିୟମ


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ )