Red vs Green tomato: ଅଧିକାଂଶ ଲୋକେ ରୋଷେଇ କରିବା ସମୟରେ ବା ସାଲାଡ଼ରେ ଲାଲ୍ ଟମାଟୋ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ । ତେବେ ଖୁବ କମ୍ ଲୋକଙ୍କୁ ସବୁଜ ଟମାଟୋର ଉପକାରିତା ବିଷୟରେ ଜଣାଥିବ । ଆଜି ଆମେ ଆପଣଙ୍କୁ କହିବୁ ଏହି ଦୁଇଟି ଟମାଟୋ ମଧ୍ୟରୁ କେଉଁଟି ଆପଣଙ୍କ ଶରୀର ପାଇଁ ଅଧିକ ଲାଭଦାୟକ ଅଟେ । ସବୁଜ ଓ ନାଲି ଟମୋଟୋକୁ ଅନେକ ସୁସ୍ବାଦ ଖାଦ୍ୟ ତିଆରେ ସମୟରେ ବ୍ୟବହାର କରାଯାଇଥାଏ । ଉଭୟ ଟମାଟୋରେ ଭରପୂର ମାତ୍ରାରେ ଭିଟାମିନ୍ ସି ମହଜୁଦ ରହିଥାଏ ଯାହା ଶରୀର ପାଇଁ ଉପଯୋଗୀ । କିନ୍ତୁ ସବୁଜ ଟମାଟୋରେ ଭିଟାମିନ୍ (ସି) (vitamin c) ଅଧିକ ପରିମାଣରେ ରହିଥାଏ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍ (ସି) (vitamin c) ର ଅଭାବ ରହିଥାଏ ତେବେ ଆପଣ ସବୁଜ ଟମାଟୋ (Green tomato) ଖାଇବା ଆରମ୍ଭ କରନ୍ତୁ । ଲାଲ୍ ଟମାଟୋରେ ସବୁଜ ଟମାଟୋ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ଥାଏ। ନାଲି ଟମାଟୋରେ ଭିଟାମିନ୍ ଏ (vitamin A), ଭିଟାମିନ୍ ଇ, ଫାଇବର (Fiber), ପୋଟାସିୟମ୍, ଜିଙ୍କ, ମ୍ୟାଗ୍ନେସିୟମ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ । ଲାଇକୋପିନ୍ (lycopene) ହେଉଛି ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ (Antioxidant) ।  ଯାହା ଲାଲ ଫଳ ଓ ପନିପରିବାରେ ମହଜୁଦ ଥାଏ । ଯେପରିକି ଗାଜର, ତରଭୁଜ ଇତ୍ୟାଦି ।


COMMERCIAL BREAK
SCROLL TO CONTINUE READING

ଲାଲ୍ ଟମାଟୋରେ (Red tomato) ପ୍ରଚୁର ପରିମାଣର ଲାଇକୋପିନ୍ (lycopene ) ରହିଥାଏ । ତେବେ ଲାଇକୋପିନ୍ କାରଣରୁ ଟମାଟୋର ରଙ୍ଗ ଲାଲ ଦେଖାଯାଏ । ଶରୀରରେ ଅନେକ ରୋଗ ଭଲ କରିବାରେ ଲାଇକୋପିନ୍ (lycopene) ସହାୟକ ହୋଇଥାଏ । ତେବେ ଏହି ଆଣ୍ଟିଅକ୍ସିଡାଣ୍ଟ (Antioxidant) ସବୁଜ ଟମାଟୋରେ ମିଳିନଥାଏ । ସବୁଜ ଟମାଟୋ ହୃଦ ରୋଗୀଙ୍କ ପାଇଁ ବେଳ ଲାଭଦାୟୀ ହୋଇଥାଏ । ଏଥିରେ ଭିଟାମିନ୍ (ସି) (vitamin c) ର ପ୍ରଚୁର ପରିମାଣରେ ମହଜୁଦ ରହିଥାଏ । ସବୁଜ ଟମାଟୋ ଶରୀରରେ ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିଥାଏ । କେବଳ ଏତିକି ନୁହେଁ, ମଧୁମେହ ରୋଗୀଙ୍କ ପାଇଁ ସବୁଜ ଟମାଟୋ ବେଶ ଉପକାରୀ ହୋଇଥାଏ । ଏଥିରେ ଆଇରନ୍ (iron), ପୋଟାସିୟମ୍ (Potassium) ଓ ଫସଫରସ୍ ଭରପୂର ମାତ୍ରାରେ ରହିଥାଏ ।  ଯାହା ରକ୍ତରେ ଶର୍କରା ସ୍ତରକୁ (Blood sugar Level) ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।


ସବୁଜ ଟମାଟୋ କର୍କଟ ରୋଗ ଦୂର କରିବାରେ ସହାୟକ ହୋଇଥାଏ । କର୍କଟ (Cancer) ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ପ୍ରତିଦିନ ସବୁଜ ଟମାଟୋ ଖାଇବା ଦ୍ୱାରା କର୍କଟ (cancer) ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ । ତେବେ ସବୁଜ ଟମାଟୋ କଞ୍ଚା ଖାଇବା ପରିବର୍ତ୍ତେ ଏହାକୁ ରାନ୍ଧି କରି ଖାଇବା ଦ୍ବାରା ଶରୀରକୁ ଅଧିକ ଲାଭଦାୟକ ମିଳିଥାଏ । ଟମାଟୋ ଲାଲ କିମ୍ବା ସବୁଜ, ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ । ପୁଷ୍ଟିକର ଖାଦ୍ୟ ପାଇବା ପାଇଁ ନିଜ ଖାଦ୍ୟରେ ଉଭୟ ଟମାଟୋ ଅନ୍ତର୍ଭୁକ୍ତ କରିପାରିବେ । ପୁଷ୍ଟିକର ଦୃଷ୍ଟିରୁ ଉଭୟ ଟମାଟୋ ସ୍ବସ୍ଥ୍ୟା ପକ୍ଷେ ଭଲ ଅଟେ ।


ଏହା ବି ପଢନ୍ତୁ-Jackfruit Facts: ଖରା ଦିନେ ପଣସ ଖାଇବା ଠିକ ନାଁ ଭୁଲ? ଜାଣନ୍ତୁ


ସତର୍କତା: ଏହି ବିଷୟବସ୍ତୁ କେବଳ ପରାମର୍ଶ ସହିତ ସାଧାରଣ ସୂଚନା ପ୍ରଦାନ କରେ। ଯୋଗ୍ୟ ଚିକିତ୍ସା ମତାମତ ପାଇଁ ଏହା କୌଣସି ପ୍ରକାରର ବିକଳ୍ପ ନୁହେଁ। ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହି ସୂଚନା ପାଇଁ Zee Odisha ଦାୟୀ ନୁହେଁ।