Health Tips: ସେକ୍ସ (Sexual) ବା ଶାରୀରିକ ସମ୍ପର୍କ ରଖିବା ଆଜିକାଲି ଏକ ଟ୍ରେଣ୍ତରେ ପରିଣତ ହେଲାଣୀ । ସେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହେଉ କି ପତି ପତ୍ନୀଙ୍କ ମଧ୍ୟରେ ହେଉ । କିନ୍ତୁ ଆପଣ ଜାଣିଛନ୍ତି କି ଶାରୀରିକ ସମ୍ପର୍କ ରଖିବା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ହିତକର ହୋଇଥାଏ। ପ୍ରତିଦିନ ସେକ୍ସ ବା ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଆପଣଙ୍କୁ ମାନଷିକ ଶାନ୍ତି ମିଳିବା ସହ ଫିଟ୍ ମଧ୍ୟ ରହିଥାଆନ୍ତି। ତେବେ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେକ୍ସ ନ କରିବା ଦ୍ବାରା ଆପଣଙ୍କ ଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇପାରେ। ତେବେ, ଆସନ୍ତୁ ଜାଣିବା ସେକ୍ସ ନ କରିବା ଦ୍ବାରା କଣ ସବୁ ସମସ୍ୟା ହୋଇଥାଏ (side effects of not having sex)। 


COMMERCIAL BREAK
SCROLL TO CONTINUE READING

ଏହା ବି ପଢନ୍ତୁ : Health Tips: କେବଳ ମହିଳା ନୁହଁନ୍ତି ଏଣିକି ଗର୍ଭବତୀ ହେବାରୁ ବଞ୍ଚାଇ ପାରିବେ ପୁରୁଷ


ସେକ୍ସ ନ କରିବା ଦ୍ବାରା ଆପଣଙ୍କ ଠାରେ ଦେଖାଦେଇଥାଏ ଏହି ସବୁ ସମସ୍ୟା :


୧- ମାନସିକ ଚାପ ବଢିଥାଏ :
ସେକ୍ସ (Sex)ହେଉଛି ଏକ ପ୍ରକାର ବ୍ୟାୟାମ୍ । ଯଦି ଆପଣ ନିଜ ପାର୍ଟନର ସହ ଶାରୀରିକ ସମ୍ପର୍କ ପ୍ରତିଦିନ ସ୍ଥାପନ କରନ୍ତି । ତେବେ, ଆପଣଙ୍କୁ ପ୍ରତ୍ୟକ ଦିନ ସତେଜ ଅନୁଭବ ହେବ। ଏବଂ ମନ ଶାନ୍ତି ଓ ଖୁସି ରହିବ। ଯଦି ଆପଣ ସେକ୍ସ ଠାରୁ ତେବେ, ଆପଣଙ୍କ ଠାରେ ମାନସିକ ଚାପ ଏବଂ ଆପଣଙ୍କ ଠାରେ ଚିଡ଼ାଚିଡା ପଣ ଦେଖାଦେବ । ଖାସ୍ କରି ଛୋଟ ଛୋଟ କଥାରେ ଆପଣ ଅନ୍ୟମାନଙ୍କ ଉପରେ ରାଗ କରିବେ। ଯାହା ଆପଣଙ୍କ ଶରୀର ସହିତ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । 


୨- ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ:
ଯେତେବେ ଆପଣ ସେକ୍ସ କରନ୍ତି । ସେହି ସମୟରେ ଆପଣଙ୍କ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ ରାସାୟନିକ ବୃଦ୍ଧି ପାଇଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସାହାର୍ଯ୍ୟ କରେ। ଫଳରେ ଏହା ଆପଣଙ୍କୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ।  ଯଦି ଆପଣ ଦିର୍ଘ ଦିନ ଧରି ସେକ୍ସ କରୁ ନାହାଁନ୍ତି । ତେବେ, ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବାକୁ ଲାଗେ।


୩- ମସ୍ତିଷ୍କ କାମ କରିବା ବନ୍ଦ କରିପାରେ:
ନିୟମିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ମସ୍ତିଷ୍କରେ ଭଲ ହରମୋନ୍ ବିକଶିତ ହୁଏ । ଯାହା ଚାପ ହ୍ରାସ କରିବାରେ ସାହାଯ୍ୟ କରେ । ଯଦି ଚାପ ନିୟନ୍ତ୍ରଣ ବାହାରକୁ ଯାଏ। ଏହା କ୍ରୋଧ, ନିଦ୍ରାହୀନତା ଭଳି ନକାରାତ୍ମକ ଭାବନା ସୃଷ୍ଟି କରେ। ଯାହା ଫଳରେ ଆପଣଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିପାରେ। 


୪- ଚର୍ମ ରୁଗ୍ମଣ ହେବାରେ ଲାଗେ:
ଯଦି ଆପଣ ସେକ୍ସ ଠାରୁ ଦୂରେଇ ରହୁଛନ୍ତି । ତେବେ, ଚର୍ମ ଜନିତ ସମସ୍ୟା ଆପଣଙ୍କ ଠାରେ ଦେଖାଦେଇଥାଏ। ଯଦି ଆପଣ ପ୍ରତିଦିନ ସେକ୍ସ କରୁଛନ୍ତି । ତେବେ, ଆପଣଙ୍କର ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୁଏ। ଫଳରେ ଏକ ଭଲ ହରମୋନଙ୍କ ଆପଣଙ୍କ ଠାରେ ସୃଷ୍ଟି ହୋଇଥାଏ। ଫଳରେ ଆପଣଙ୍କ ତ୍ବଚାରେ  ଚମକ ଆସିଥାଏ।  ଯଦି ଆପଣ ହଠାତ୍ ସେକ୍ସ କରିବା ବନ୍ଦ କରି ଦେଉଛନ୍ତି । ତେବେ, ଆପଣଙ୍କ ତ୍ବଚା ରୁଗ୍ମଣ ହେବାରେ ଲାଗିବ।


୫-ଯୌନାଙ୍ଗ ଅସୁସ୍ଥ ହୁଏ :
ଶାରୀରିକ ସମ୍ପର୍କ ରଖିବା ସମୟର ଉଭୟଙ୍କ ଯୌନାଙ୍ଗରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୁଏ। ଫଳରେ ଯୌନାଙ୍ଗରେ ଓ୍ବାଇଟ୍ ଡିସଚାର୍ଜ ଓ ଆଦ୍ରତା ଭଳି ସମସ୍ୟା ଦେଖାଦେଇ ନ ଥାଏ। ଯଦି ଆପଣ ହଠାତ୍ ସେକ୍ସ କରିବା ବନ୍ଦ କରି ଦିଅନ୍ତି । ତେବେ, ଆପଣଙ୍କ ଯୌନାଙ୍ଗ କଠିନ ବା ଟାଣ ହେବା ସହିତ ଅସୁସ୍ଥ ମଧ୍ୟ ହୋଇଥାଆନ୍ତି। 


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । )