Health Tips: କେବଳ ମହିଳା ନୁହଁନ୍ତି ଏଣିକି ଗର୍ଭବତୀ ହେବାରୁ ବଞ୍ଚାଇ ପାରିବେ ପୁରୁଷ
Advertisement
Article Detail0/zeeodisha/odisha1862925

Health Tips: କେବଳ ମହିଳା ନୁହଁନ୍ତି ଏଣିକି ଗର୍ଭବତୀ ହେବାରୁ ବଞ୍ଚାଇ ପାରିବେ ପୁରୁଷ

Health Tips: ସେକ୍ସ ବା ଶାରୀରିକ ସମ୍ବନ୍ଧ ରଖିବା ସମୟରେ ପୁରୁଷଙ୍କ ଠାରେ କିଛି ସମସ୍ୟା ଦେଖାଯାଇଥାଏ। ଫଳରେ ସେମାନଙ୍କ ପାର୍ଟନରଙ୍କ ମନ ଭାଙ୍ଗି ଯାଇଥାଏ। ଖାସ୍ କରି ଶାରୀରିକ ସମ୍ବନ୍ଧ ରଖିବା ସମୟରେ କିଛି ପୁରୁଷଙ୍କର ଶିଘ୍ର ପତନ ହୋଇଥାଏ। ଯେଉଁଥି ପାଇଁ ସେ ତାଙ୍କ ସାଥୀଙ୍କୁ ଖୁସି କରିପାରନ୍ତି ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦିଏ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Male Contraceptive Pill: ସେକ୍ସ ବା ଶାରୀରିକ ସମ୍ବନ୍ଧ ରଖିବା ସମୟରେ ପୁରୁଷଙ୍କ ଠାରେ କିଛି ସମସ୍ୟା ଦେଖାଯାଇଥାଏ। ଫଳରେ ସେମାନଙ୍କ ପାର୍ଟନରଙ୍କ ମନ ଭାଙ୍ଗି ଯାଇଥାଏ। ଖାସ୍ କରି ଶାରୀରିକ ସମ୍ବନ୍ଧ ରଖିବା ସମୟରେ କିଛି ପୁରୁଷଙ୍କର ସ୍ପର୍ମ ଜଲଦି ବାହାରକୁ ନିର୍ଗତ ହୁଏ ବା ଶିଘ୍ର ପତନ ହୋଇଥାଏ। ଯେଉଁଥି ପାଇଁ ସେ ତାଙ୍କ ସାଥୀଙ୍କୁ ଖୁସି କରିପାରନ୍ତି ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦିଏ। ସେଥିପାଇଁ କିଛି ପୁରୁଷ ସେକ୍ସ କଲା ସମୟରେ କଣ୍ତୋମର ବ୍ୟବହାର କରନ୍ତି  (Contraceptive choices for men) । ଯାହା ଫଳରେ ସ୍ପର୍ମ ସେହି କଣ୍ତୋମ ମଧ୍ୟରେ ରହିଥାଏ।  ସେହିପରି ପୁରୁଷଙ୍କ ପାଇଁ ଆଉ ଏକ ବିକଳ୍ପ ହେଉଛି (Condoms or vasectomy) । (Male Contraceptive) ଯାହା ଫଳରେ ପୁରୁଷମାନେ ଦିର୍ଘ ସମୟ ଧରି ସେକ୍ସ ବା ଶାରୀରିକ ସମ୍ବନ୍ଧ ଗଢିଲେ କୌଣସି ପ୍ରକାର ସମସ୍ୟା ଦେଖାଦେବ ନାହିଁ । 

Also Read: Health Tips: ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବଢାଇଥାଏ ଏହି ସବୁ ସୁପରଫୁଡ୍, ଆଜି ହିଁ ନିଜ ଖାଦ୍ୟରେ କରନ୍ତୁ ସାମିଲ୍

ବର୍ତ୍ତମାନ, ମହିଳାଙ୍କ ଗର୍ଭନିରୋଧକ ବଟିକା ପରି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ପୁରୁଷଙ୍କ ପାଇଁ ପୁରୁଷ ଗର୍ଭନିରୋଧକ ବଟିକା ପ୍ରସ୍ତୁତ କରୁଛନ୍ତି । ଏବଂ ଆଉ ଏକ ଖବର ଆସୁଛି ଯେ, ବୌଜ୍ଞାନିକ ବା ବିଶେଷଜ୍ଞମାନେ ଏଥିରେ ଏକ ସଫଳତା ପାଇଛନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗର୍ଭନିରୋଧକ ବଟିକା ପ୍ରସ୍ତୁତ କରିଛନ୍ତି ।  ସେକ୍ସ କରିବା ସମୟରେ ଆସୁଥିବା ଶୁକ୍ରାଣୁକୁ ଆସିବାରେ ସାମୟିକ ଭାବରେ ଅଟକାଇବ । ଏବଂ ଗର୍ଭଧାରଣକୁ ରୋକିବାରେ ସହାୟକ ହୋଇଥାଏ। ତେବେ, ଏହ ରିସର୍ଚ୍ଚରୁ ଜଣାପଡି଼ଛି ଯେ,

(sAC inhibitor, TDI-11861, immobilized) ର ସେବନ ଦ୍ବାରା ସେକ୍ସ ସମୟରେ ଦିର୍ଘ  ଅଢେଇ ଘଣ୍ଟା ଯାଏଁ ଏହି ଔଷଧ ତାର ପ୍ରଭାବ ଦେଖାଇବ ଅର୍ଥାତ୍ ସ୍ପର୍ମକୁ ଦିର୍ଘ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଅଟକାଇବାରେ ସାହାର୍ଯ୍ୟ କରିବ। 

ଶାରୀରିକ ସମ୍ବନ୍ଧ ରଖିବା ଏକ ଅନୁଭବ । ହେଲେ କିଛି କିଛି ଦମ୍ପତି ଏହାକୁ ନେଇ ଅସନ୍ତୁଷ୍ଟ ହୋଇଥାନ୍ତି କାରଣ ହେଉଛି ପୁରୁଷଙ୍କ ଠାରେ ଦେଖାଦେଉଥିବା ଶୀଘ୍ରପତନ। ତେବେ ଏହା କିଛିମାତ୍ରାରେ ବଂଶାନୁକ୍ରମିକ ହୋଇଥିବା ବେଳେ କିଛି ମାତ୍ରାରେ ପୁରୁଷଙ୍କ ର ମଧ୍ୟ ବ୍ୟକ୍ତିଗତ ଭୁଲ୍ ହୋଇଥାଏ। ତେବେ ଶୀଘ୍ର ପତନ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏକ ଗମ୍ଭୀର ସମସ୍ୟା ହୋଇଥିବା ବେଳେ ଏହାର ଉପଚାର ମଧ୍ୟ ଘରୋଇ ଭାବେ କରିପାରିବେ। ଶୀଘ୍ର ପତ୍ତନ ଅର୍ଥ ସମ୍ଭୋଗ ସମୟରେ ପୁରୁଷଙ୍କ ଠାରେ ଥିବା ଶୁକ୍ରାଣୁର ବାହାରିବାକୁ ଶୀଘ୍ର ପତ୍ତନ ବୋଲି କୁହାଯାଏ। 

ଶୀଘ୍ର ପତ୍ତନ ପରେ ନକରାତ୍ମକ ଚିନ୍ତା ଭାବନା ମନକୁ ଆସିଥାଏ। ପୁରୁଷ ହିସାବରେ ନିଜକୁ ହୀନ ବୋଲି ଭାବିବା । ନିଜକୁ କମଜୋର ଭାବିବା ସହ ଶୀଘ୍ର ପତ୍ତନ କାରଣରୁ ଦାମ୍ପତ୍ୟ ଜୀବନରେ ମଧ୍ୟ କଳହ ଦେଖାଦେଇଥାଏ।  ମଧ୍ୟଯୁଗରେ, ଯେତେବେଳେ ଲିଙ୍ଗର ସ୍ନାୟୁ ଦୁର୍ବଳ ହୋଇଯାଏ ଏବଂ ବୟସ ବଢିବା ହେତୁ ଶୁକ୍ରାଣୁର ମଧ୍ୟ ହ୍ରାସ ଦେଖାଦେଇଥାଏ। ହେଲେ କାହିଁକି ଶୀଘ୍ର ପତ୍ତନ ହୋଇଥାଏ ଆସନ୍ତୁ ଜାଣିବା...ଭୟ, ଅସୁରକ୍ଷିତ ଯୌନ ସମ୍ପର୍କ, ଶାରୀରିକ ଏବଂ ମାନସିକ ସମସ୍ୟା ମଧ୍ୟ ଏହି ସମସ୍ୟାର ଏକ ପ୍ରମୁଖ କାରଣ ହୋଇପାରେ । ଏହାସହ ପୁରୁଷଙ୍କ ଉପରେ ପଡୁଥିବା ଚାପ, ମାନସିକ ସମସ୍ୟା, ହୃଦ ରୋଗ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଅବସ୍ଥା, ଡ୍ରଗ୍ ବ୍ୟବହାର, ମଦ୍ୟପାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ସେପଟେ ଯେଉଁମାନେ ଅତ୍ୟଧିକ ମାତ୍ରାରେ ସିଗାରେଟ୍ ବ୍ୟବହାର କରନ୍ତି ସେମାନଙ୍କ ଠାରେ ମଧ୍ୟ ଶୀଘ୍ର ପତ୍ତନର ସମସ୍ୟା ଦେଖାଦେଇଥାଏ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । )