Holi 2023: ହୋଲିରେ ରାଶି ଅନୁସାରେ ଦାନ କରନ୍ତୁ ଏସବୁ ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ
Holi 2023: ଆଗକୁ ଆସୁଛି ହୋଲି (Holi 2023)। ସାରା ଦେଶରେ ହୋଲି (Holi 2023) ପାଇଁ ଉତ୍ସବର ମାହୋଲ ରହିଛି । ଅନେକ ସ୍ଥାନରେ ବର୍ତ୍ତମାନ ଠାରୁ ହୋଲିର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ମନାଯାଇଥାଏ । ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ହୋଲି ପାଳନ କରାଯାଇଥାଏ ।
Holi 2023: ଆଗକୁ ଆସୁଛି ହୋଲି (Holi 2023)। ସାରା ଦେଶରେ ହୋଲି (Holi 2023) ପାଇଁ ଉତ୍ସବର ମାହୋଲ ରହିଛି । ଅନେକ ସ୍ଥାନରେ ବର୍ତ୍ତମାନ ଠାରୁ ହୋଲିର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ମନାଯାଇଥାଏ । ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ହୋଲି ପାଳନ କରାଯାଇଥାଏ । ହୋଲିକା ଦାହନ ମଧ୍ୟ ଏହି ଦିନ କରାଯାଇଥାଏ ଏବଂ ପରଦିନ ରଙ୍ଗ ଖେଳାଯାଏ। ହିନ୍ଦୁ ପୂଜାରେ ହୋଲିକା ଦହନକୁ ନେଇ ବିଶେଷ ଗୁରୁତ୍ୱ ରହିଛି । କୁହାଯାଏ ଯେ ଏହି ଦିନ ନିଆଯାଇଥିବା କିଛି ବିଶେଷ ପଦକ୍ଷେପ ଜଣେ ବ୍ୟକ୍ତିଙ୍କୁ ଧନୀ(lakshmi blessings) କରିଥାଏ । ଏହି ଦିନ ଭଗବାନ ବିଷ୍ଣୁ ଏବଂ ପ୍ରହ୍ଲାଦଙ୍କୁ ପୂଜା କରାଯାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ହୋଲିରେ ଦାନର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ଦାନ କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ(lakshmi blessings) ମଧ୍ୟ ପ୍ରାପ୍ତ ହୋଇଥାଏ । ଆହୁରି ମଧ୍ୟ ଶୁଭ ଫଳାଫଳ ପ୍ରାପ୍ତ ହୁଏ । ଏହି ଦିନ ଦାନ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ରହିବା ସହ ସମୃଦ୍ଧତା ଏବଂ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ, ହୋଲି ଦିନ ଏହି ସବୁ ଜିନିଷ ଦାନ କରିବା ଦ୍ବାରା ଜଣେ ବ୍ୟକ୍ତି ଧନୀ ହୋଇଥାଏ ।
Also Read : Crime News: ସଂସାର ଉଜାଡ଼ିଦେଲା ସନ୍ଦେହ, ପତ୍ନୀକୁ ଖଣ୍ଡ ଖଣ୍ଡ କରି ପାଣିଟାଙ୍କିରେ ଫିଙ୍ଗିଦେଲା ସ୍ୱାମୀ
Also Read : Vastu Tips: ଏହି ରାଶିର ଲୋକେ ଭୁଲରେ ପିନ୍ଧନ୍ତୁନି ମୋତି ଅଳଙ୍କାର, ଧାରଣ କରିବା ପୂର୍ବରୁ ଜାଣି ରଖନ୍ତୁ ଏହିସବୁ କଥା
ହୋଲିରେ ଆପଣଙ୍କର ରାଶି ଅନୁସାରେ ଏହି ସହୁ ଜିନିଷ ଦାନ କରନ୍ତୁ :
ମେଷ - ମେଷ ରାଶିର ବ୍ୟକ୍ତିମାନେ ଜଣେ ଅଭାବୀ ବ୍ୟକ୍ତିଙ୍କୁ ପୋଷାକ ଏବଂ ଟଙ୍କା ଦାନ କରିବା ଉଚିତ୍ । ଏହି ଦିନ ଏକ ଗରିବ ଲୋକକୁ ଗୁଡ ମଧ୍ୟ ଦାନ କରିବାଦ୍ବାରା ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ।
ବୃଷ- ଏହି ରାଶିର ଲୋକମାନେ ହୋଲି ଦିନ ଖାଦ୍ୟ ଦାନ କରିପାରିବେ । ଏହି ଦିନ କିଛି ରଙ୍ଗୀନ ପୋଷାକ ଦାନ ଦ୍ବାରା ଶୁଭଫଳ ଆପଣଙ୍କୁ ପ୍ରାପ୍ତ ହେବ।
ମିଥୁନ- ଏହି ଦିନ ସବୁଜ ରଙ୍ଗର ପୋଷାକ ଅଭାବୀ ଲୋକଙ୍କୁ ଦାନ କରିବା ଦ୍ବାରା ବିଶେଷ ଲାଭ ମିଳିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନ କଞ୍ଚାମୁଗଡାଲି ମଧ୍ୟ ଦାନ କରିପାରିବେ। ଯାହା ଦ୍ବାରା ଦେବୀ ମାଆଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ।
କର୍କଟ-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,କର୍କଟ ରାଶିର ଲୋକମାନେ ଏକ ଅଭାବୀ ବ୍ୟକ୍ତିଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ମୁଗରେ ମିଶ୍ରିତ ଚାଉଳ ଦାନ କରିପାରିବେ । ଯାହା ଦ୍ବାରା ହୋଲି ପରଠାରୁ ଏମାନଙ୍କ ଭାଗ୍ୟ ଚମକିବ।
ସିଂହ - ଏହି ରାଶିର ଲୋକମାନେ ହୋଲି ଦିନ ଗହମ ଦାନ କରିବା ଉଚିତ୍ । ଏଥିସହ ଏହି ଦିନ ଟର୍ଚ୍ଚ,ମହମବତୀ ଭଳି ଜିନିଷ ଦାନ କରିବା ଉଚିତ୍ ।
କନ୍ୟା- ଏହି ରାଶିର ଲୋକମାନେ ଏହି ଦିନ ଜଣେ ଅଭାବୀ ବ୍ୟକ୍ତିଙ୍କୁ ଖାଇବାକୁ ଦେବା ଉଚିତ୍ । ଆହୁରି ମଧ୍ୟ ଘର ନିକଟସ୍ଥ ଏକ ମନ୍ଦିରରେ ଦୀପ ଦାନ କରିବା ଶୁଭ ହେବ।
ତୁଳା ରାଶି- ହୋଲି ଦିନ, ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ କୌଣସି ମନ୍ଦିର କିମ୍ବା ଅଭାବୀ ବ୍ୟକ୍ତିଙ୍କୁ ଚିନି,ଧନିଆ କିମ୍ବା ଚିନି ଦାନ କରନ୍ତୁ । ଏହା ସହିତ ଆପଣ ଅଭାବୀ ବ୍ୟକ୍ତିଙ୍କୁ କିଛି ଶଷ୍ୟ ମଧ୍ୟ ଦାନ କରିପାରିବେ। ଯାହା ଦ୍ବାରା ଆପଣଙ୍କ ଭାଗ୍ୟ ସୂର୍ଯ୍ୟଙ୍କ ପରି ଚମକିବ।
ବିଛା- ବିଛା ଥିବା ବ୍ୟକ୍ତିମାନେ ଏହି ଦିନ ଅଭାବୀ ଲୋକଙ୍କୁ ମସୁର ଡାଲି କିମ୍ବା ନାଲି ରଙ୍ଗର ପୋଷାକ ଦାନ କରିପାରିବେ । ଏହା ଗ୍ରହମାନଙ୍କୁ ଶାନ୍ତି ରଖିବ। ଏବଂ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ ।
ଧନୁ ରାଶି - ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହୋଲି ଦିନ ଡାଲି ଏବଂ ହଳଦିଆ ପୋଷାକ ଦାନ କରନ୍ତୁ । କେବଳ ଏତିକି ନୁହେଁ, ଏହି ଦିନ ଅଭାବୀ ଲୋକଙ୍କୁ ଟଙ୍କା ମଧ୍ୟ ଦାନ କରିପାରିବେ। ଯାହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ ।
ମକର ରାଶି-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମକର ରାଶିର ଲୋକଙ୍କୁ ଏକ ଅଭାବୀ ବ୍ୟକ୍ତିଙ୍କୁ ଫଳ ଏବଂ କୌଣସି ଲୁହା ଜିନିଷ ଦାନ କରିପାରିବେ। ଯାହା ସେମାନଙ୍କୁ ଶୁଭଫଳ ପ୍ରଦାନ କରିବ ।
କୁମ୍ଭ- ଏହି ରାଶିର ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଡାଲି ଏବଂ କମ୍ବଳ ଦାନ କରିବା ଉଚିତ୍ । ଯାହା ସେମାନଙ୍କୁ ଶୁଭଫଳ ପ୍ରଦାନ କରିବ ।
ମୀନ-ଏହି ଦିନ, ମୀନ ରାଶିର ଲୋକେ ଜଣେ ଅଭାବୀ ବ୍ୟକ୍ତି କିମ୍ବା ଗରିବ ଲୋକଙ୍କୁ ନୂଆ ପୋଷାକ ଦାନ କରନ୍ତୁ । ଏହା ସହିତ ସେ ନିଜ ଇଚ୍ଛା ଅନୁଯାୟୀ ସାତ ପ୍ରକାରର ଫଳ ମଧ୍ୟ ଦାନ କରିପାରିବେ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )