Vastu Tips: ଏହି ରାଶିର ଲୋକେ ଭୁଲରେ ପିନ୍ଧନ୍ତୁନି ମୋତି ଅଳଙ୍କାର, ଧାରଣ କରିବା ପୂର୍ବରୁ ଜାଣି ରଖନ୍ତୁ ଏହିସବୁ କଥା
Advertisement
Article Detail0/zeeodisha/odisha1596148

Vastu Tips: ଏହି ରାଶିର ଲୋକେ ଭୁଲରେ ପିନ୍ଧନ୍ତୁନି ମୋତି ଅଳଙ୍କାର, ଧାରଣ କରିବା ପୂର୍ବରୁ ଜାଣି ରଖନ୍ତୁ ଏହିସବୁ କଥା

Vastu Tips: ମୋତି (Pearl) ଟିକିଏ ଅଲଗା ଓ ସୁନ୍ଦର ଦେଖା ଯାଉଥିବାରୁ ଅନେକ ଲୋକ ଏହାକୁ ବିନା ଜ୍ୟୋତିଷ ପରାମର୍ଶରେ ଧାରଣ କରିନିଅନ୍ତି । ଧଳା ରଙ୍ଗରେ ଚମକୁଥିବା ଏହି ମୋତି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏହାଦ୍ୱାରା କିଛିଲୋକ ମୋତିକୁ ଅତ୍ୟନ୍ତ ସଉକରେ ପିନ୍ଧିବା (Pearl Jewellery)ଆରମ୍ଭ କରିଦେଇଥାନ୍ତି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Vastu Tips:  ମୋତି (Pearl) ଟିକିଏ ଅଲଗା ଓ ସୁନ୍ଦର ଦେଖା ଯାଉଥିବାରୁ ଅନେକ ଲୋକ ଏହାକୁ ବିନା ଜ୍ୟୋତିଷ ପରାମର୍ଶରେ ଧାରଣ କରିନିଅନ୍ତି । ଧଳା ରଙ୍ଗରେ ଚମକୁଥିବା ଏହି ମୋତି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏହାଦ୍ୱାରା କିଛିଲୋକ ମୋତିକୁ ଅତ୍ୟନ୍ତ ସଉକରେ ପିନ୍ଧିବା (Pearl Jewellery)ଆରମ୍ଭ କରିଦେଇଥାନ୍ତି। କିନ୍ତୁ ଏହା ଏକ ରତ୍ନ ହୋଇଥିବାରୁ ଏହାକୁ ଜ୍ୟୋତିଷଙ୍କ (Vastu Tips) ପରାମର୍ଶ ବିନା ପିନ୍ଧିବା ଅନୁଚିତ ଅଟେ । ଏହାଦ୍ୱାରା ଆପଣ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି । ତେବେ, ଆଜି ଆମେ ଆପଣଙ୍କୁ ଜଣାଇବୁ , କେଉଁ ରାଶିର (zodiac)ଲୋକେ ମୋତି ଅଳଙ୍କାର ଧାରଣ କରିବା ଉଚିତ୍ ନୁହେଁ । 

କେଉଁ ରାଶିର ବ୍ୟକ୍ତି ମୋତି ଧାରଣ କରିବା ଉଚିତ  :

ମାନ୍ୟତା ଅନୁଯାୟୀ ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ଅଲଗା ପ୍ରକାର ତତ୍ତ୍ୱରେ ମୋତି ଧାରଣ କରିବା ଉଚିତ। ମେଷ,କର୍କଟ,ବିଛା ଓ ମୀନ ଲଗ୍ନ ଥିବା ବ୍ୟକ୍ତିମାନେ ମୋତି ଧାରଣ କରିବା ଉତ୍ତମ ଅଟେ। ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ଲଗ୍ନର ବ୍ୟକ୍ତି ମୋତି ଧାରଣ କରିବା ଉଚିତ ନୁହେଁ। ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସିଂହ, ତୁଳା ଓ ଧନୁ ଲଗ୍ନର ବ୍ୟକ୍ତିମାନେ ବିଶେଷ ଭାବେ ମୋତି ଧାରଣ କରି ପାରିବେ।

Also Read  : Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ

Also Read  : Viral News: ଲାଜସରମ ପୋଡ଼ି ଖାଇଲେ ଯୁବତୀ, ମେଟ୍ରୋରେ କଲେ ଧୂଆଁଧାର ଡାନ୍ସ, ଭିଡ଼ିଓ ଭାଇରାଲ

ମୋତି ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜାଣନ୍ତୁ :

ଯଦି ଆପଣ ଠିକ ସମୟରେ ସଠିକ ନିଷ୍ପତ୍ତି ନେଇପାରୁନାହାନ୍ତି ତେବେ ଆପଣ ନିଜ ହସ୍ତର ମୋତି ଧାରଣ କରିବା ଉଚିତ। ମୋତି ଧାରଣ ପରେ ସୋମବାର ଦିନ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ପରିଶ୍ରମ କରିବା ପରେ ମଧ୍ୟ ସଠିକ ଫଳ ନମିଳିଲେ ଓ ଆଶାନୁଯାୟୀ ଧନ ସଞ୍ଚୟ ହୋଇପାରୁନଥିଲେ,ଆପଣ ପୂଜାସ୍ଥାନରେ ଦୁଇଟି ମୋତିକୁ ହଳଦିଆ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ। ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ଆପଣ ନିଜ ପତ୍ନୀଙ୍କୁ ବାମ ହସ୍ତରେ ମୋତି ଧାରଣ କରିବାକୁ ଦିଅନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କ ସନ୍ତାନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ତା’କୁ ଚାନ୍ଦିର ନିର୍ମିତ ଚନ୍ଦ୍ର ସହ ମୋତି ପିନ୍ଧାନ୍ତୁ। ଏହି ସମସ୍ୟା ଦୂର ହେବ। ମୋତି ଧାରଣ କରିବା ଦ୍ୱାରା ସମସ୍ତ ମାନସିକ ଦୁଶ୍ଚିତା ଦୂର ହୋଇଥାଏ। ଏହାକୁ ଧାରଣ କଲେ ଜ୍ଞାନ ବୃଦ୍ଧି ହୋଇଥାଏ।ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଏହାକୁ ବ୍ୟକ୍ତି ନିଜର ଓଜନ ଅନୁଯାୟୀ ୪ଟି, ୬ଟି କିମ୍ବା ୭ଟି ଧାରଣ କରିବା ଆବଶ୍ୟକ ଅଟେ। ଗୋଲ ମୋତିକୁ ସବୁଠାରୁ ଅଧିକ ପ୍ରାଚୀନ ଓ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ରହିଛି। ଏହି ମୋତିକୁ ଚାନ୍ଦିର ମୁଦିରେ ଶୁକ୍ଳ ପକ୍ଷ ସୋମବାର ଦିନ ଧାରଣ କରିବା ଉଚିତ ।

ମୋତି ଧାରଣ କରିବାର ଲାଭ :

-ଏହା ମନକୁ ଶାନ୍ତ କରିବା ସହ ଚିନ୍ତାରୁ ମୁକ୍ତି ଦେଇଥାଏ।

-ମନରୁ ଭୟ ଦୂର କରିଥାଏ। ସୁନିଦ୍ରାରେ ସାହାର୍ୟ୍ୟ କରିଥାଏ।

-ଆର୍ଥିକ ସମସ୍ୟାକୁ ଦୂର କରିଥାଏ।

-ମୋତି ଧାରଣ କରିବା ଡାକ୍ତରମାନଙ୍କ ପାଇଁ ଉତ୍ତମ ଅଟେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )