Crime News: ସଂସାର ଉଜାଡ଼ିଦେଲା ସନ୍ଦେହ, ପତ୍ନୀକୁ ଖଣ୍ଡ ଖଣ୍ଡ କରି ପାଣିଟାଙ୍କିରେ ଫିଙ୍ଗିଦେଲା ସ୍ୱାମୀ
Advertisement

Crime News: ସଂସାର ଉଜାଡ଼ିଦେଲା ସନ୍ଦେହ, ପତ୍ନୀକୁ ଖଣ୍ଡ ଖଣ୍ଡ କରି ପାଣିଟାଙ୍କିରେ ଫିଙ୍ଗିଦେଲା ସ୍ୱାମୀ

Crime News: ସ୍ବାମୀ-ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସାତ ଜନ୍ମର ସମ୍ପର୍କ । କିନ୍ତୁ ହାତଧରି ଜୀବନ ସାଥୀ କରିଥିବା ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ । ପତି ସାଜିଲା ପତ୍ନୀହନ୍ତା । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ତ ଘଟିଛି ଛତିଶଗଡ (chhattisgarh) ବିଲାସପୁର(bilaspur) ଉସଲାପୁରରେ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲା ସଇତାନ ସ୍ବାମୀ (chopping her body in pieces dump in a water tank)।

Crime News: ସଂସାର ଉଜାଡ଼ିଦେଲା ସନ୍ଦେହ, ପତ୍ନୀକୁ ଖଣ୍ଡ ଖଣ୍ଡ କରି ପାଣିଟାଙ୍କିରେ ଫିଙ୍ଗିଦେଲା ସ୍ୱାମୀ

Crime News: ସ୍ବାମୀ-ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସାତ ଜନ୍ମର ସମ୍ପର୍କ । କିନ୍ତୁ ହାତଧରି ଜୀବନ ସାଥୀ କରିଥିବା ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ । ପତି ସାଜିଲା ପତ୍ନୀହନ୍ତା ।  ଏଭଳି ଏକ ବିଭତ୍ସ ହତ୍ୟାକାଣ୍ତ ଘଟିଛି ଛତିଶଗଡ (chhattisgarh) ବିଲାସପୁର(bilaspur) ଉସଲାପୁରରେ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲା ସଇତାନ ସ୍ବାମୀ (chopping her body in pieces dump in a water tank)। ପରେ ଖଣ୍ତ ଖଣ୍ତ ହୋଇଥିବା ମୃତଦେହକୁ ଧରି ଛାତ ଉପରୁ ଯାଇଥିଲା। ଏବଂ ଛାତ ଉପରେ ଥିବା ପାଣି ଟାଙ୍କିରେ ସେ ମୃତଦେହ ଖଣ୍ତ ଗୁଡିକୁ ଫିଙ୍ଗି ଥିଲା ।

ସୂଚନା ଅନୁସାରେ, ସ୍ୱାମୀ ପବନ ଠାକୁର ସ୍ତ୍ରୀ ସତୀ ସାହୁଙ୍କ (Sati Sahu) ଚରିତ୍ର ଉପରେ ସନ୍ଦେହ ଥିଲା । ତେଣୁ ସ୍ତ୍ରୀକୁ ହତ୍ୟା କରିବାକୁ ଯୋଜନା କରିଥିଲା ପବନ । ଘରେ କେହି ନଥିବା ସମୟରେ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ପାଣି ଟାଙ୍କିରେ ପକାଇଦେଇଥିଲା । କିନ୍ତୁ ପୋଲିସ ଆସି ମୃତଦେହ ଉଦ୍ଧାର କରିବାବେଳକୁ ତାହା ଗଳିତ ହୋଇଯାଇଥିଲା । ପାଖାପାଖି ୨ ମାସ ତଳେ ହତ୍ୟା ଘଟଣା ଘଟିଥିବା ପୋଲିସ (Chhattisgarh police)ଅନୁମାନ କରିଛି । ଅଭିଯୁକ୍ତ ସ୍ୱାମୀ ଗିରଫ କରାଯାଇ କୋର୍ଟ  ଚାଲାଣ କରାଯାଇଛି ।

Also Read :  Crime News: Youtube ଦେଖି ପିଲା ଜନ୍ମ କଲା ନାବାଳିକା ,ପରେ ଶିଶୁକୁ ନିଜେ କଲା ହତ୍ୟା

Also Read : Cracker Blast: ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ, ବାଣ ରଖୁଥିବା ବେଳେ ବିସ୍ଫୋରଣରେ ୪ ମୃତ

ନିକ୍କି​  ଯାଦବ ହତ୍ୟା ମାମଲା :
ସେହିପରି ଗତମାସରେ, ଦିଲ୍ଲୀରେ ନିକ୍କି ଯାଦବଙ୍କ ହତ୍ୟା ମାମଲା ମଧ୍ୟ ସମାନ ଢଙ୍ଗରେ ଘଟିଥିଲା। ପ୍ରଥମେ ଗର୍ଲଫ୍ରେଣ୍ଡ ନିକ୍କି ଯାଦବଙ୍କୁ ହତ୍ୟା କରିଥିଲା ପ୍ରେମିକ ପ୍ରବର ସାହିଲ ଗେହଲଟ୍ । ଏବଂ ତାଙ୍କ ମୃତଦେହକୁ ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଥିବା ଏକ ଢାବାର ଫ୍ରିଜ୍ ଭିତରେ ଦିର୍ଘ ମାସ ପର୍ଯ୍ୟନ୍ତ ରଖି ଅନତ୍ର ବିବାହ କରିବାକୁ ଯାଇଥିଲା ପ୍ରେମିକ ।  ଅପରାଧର ଚାରି ଦିନ ପରେ ,ଫେବୃଆରୀ ୧୪ରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୋଲିସର ସୂଚନାନୁସାରେ, ତଦନ୍ତ ପରେ ଜଣାପଡିଥିଲା ​​ଯେ ସାହିଲ ଗେହଲୋଟ୍ ଅକ୍ଟୋବର ୨୦୨୦ରେ ନିକ୍କିଙ୍କୁ ପରିବାର ଲୋକଙ୍କ ବିନା ଅନୁମତିରେ ବିବାହ କରିଥିଲେ । 

ଶ୍ରଦ୍ଧା ୱାକର ହତ୍ୟା ମାମଲା:
ସେହିପରି ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟା ଦକ୍ଷିଣ ଦିଲ୍ଲୀର ମେହେରୁଲିରେ ଘଟିଥିଲା । ଯେଉଁଠାରେ ଅଭିଯୁକ୍ତ ଆଫତାବ ପୁନାୱାଲା (28) ତାଙ୍କ ପ୍ରେମିକା ଶ୍ରଦ୍ଧା ୱାକର (27) କୁ ହତ୍ୟା କରିଥିଲେ । ଏବଂ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜରେ ରଖି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଗତ ବର୍ଷ ନଭେମ୍ବର ୧୨ରେ ଦକ୍ଷିଣ ଦିଲ୍ଲୀର ମେହେରାଉଲି ଅଞ୍ଚଳରେ ଥିବା ଭଡା ଘରେ ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଫତାବ ପୁନାୱାଲାଙ୍କୁ ଗତ ବର୍ଷ ନଭେମ୍ବର ୧୨ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଦିଲ୍ଲୀ ପୋଲିସ କହିଛି ଯେ,ଆଫତାବ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରି ତାଙ୍କ ଶରୀରକୁ ପ୍ରାୟ ୩୫ ଖଣ୍ଡରେ କାଟି ଦେଇଥିଲା ଯାହାକୁ ପରେ ସେ ଫ୍ରିଜରେ ରଖିଥିଲା । ସେ ସହରର ବିଭିନ୍ନ ଅଞ୍ଚଳରେ ଏହି କଟା ଖଣ୍ତ ପକାଇବା ପାଇଁ ମଧ୍ୟରାତ୍ରିରେ ବୁଲୁଥିଲା। ଦୁହିଁଙ୍କ ମଧ୍ୟରେ ଝଗଡା ପରେ ପୁନାୱାଲା ୨୭ ବର୍ଷୀୟ ଶ୍ରଦ୍ଧା ୱାଲକରଙ୍କୁ ୧୮ ମଇ ୨୦୨୨ ସନ୍ଧ୍ୟାରେ ଗଳା କାଟି ହତ୍ୟା କରିଥିଲା।