କ୍ଷୀର ପିଇବାର ଉପକାର ବିଷୟରେ ତ ଆମେ ସମସ୍ତେ ସଚେତନ । କ୍ଷୀରକୁ କେବଳ ଯେ ସମ୍ପୂର୍ଣ୍ଣ ଖାଦ୍ୟ କୁହାଯାଏ ତାହା ନୁହେଁ, ଏଥିରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ବ ରହିଥାଏ ଯାହା ଆମ ଶରୀର ପାଇଁ ଲାଭଦାୟକ ଅଟେ । କ୍ଷୀରର ଉପକାରିତାକୁ ଅଧିକ ବଢାଇବା ପାଇଁ ଏଥିରେ ଅନେକ ଜିନିଷ ମିଶ୍ରଣ କରାଯାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ତୁଳସୀ ପତ୍ର । ଏଥିରେ ଥିବା ଔଷଧୀୟ ଗୁଣ ପରିପୂର୍ଣ୍ଣ ରହିଛି । ଏହା ପ୍ରାୟତଃ ସମସ୍ତଙ୍କ ଘରେ ଦେଖିବାକୁ ମିଳେ। ଡାଏଟିସିଆନଙ୍କ ମତରେ ତୁଳସୀ ପତ୍ରକୁ କ୍ଷୀରରେ ଫୁଟାଇ ପିଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । 


COMMERCIAL BREAK
SCROLL TO CONTINUE READING


କ୍ଷୀରରେ ତୁଳସୀପତ୍ରକୁ ଫୁଟାଇ ପିଇବାର ଉପକାରିତା -


ଆସ୍ଥମା ରୋଗ- ଯଦି ଆପଣ ଆସ୍ଥମା କିମ୍ବା ଶ୍ବାସକ୍ରିୟାରେ ପୀଡିତ ଅଛନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରକୁ କ୍ଷୀରରେ ଫୁଟାନ୍ତୁ ଏବଂ ଏହାକୁ ପିଅନ୍ତୁ । ଏହା କରିବା ଦ୍ବାରା ଆସ୍ଥମା ରୋଗୀଙ୍କୁ ବହୁତ ଆରାମ ମିଳିଥାଏ । 


ମାଇଗ୍ରେନ- ଆଜିକାଲି ସମୟରେ ମାଇଗ୍ରେନ ରୋଗୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଉଛି ଯେଉଁଥିପାଇଁ ଲୋକମାନେ ପ୍ରାୟତଃ ମୁଣ୍ଡବିନ୍ଧାର ସମସ୍ୟା ଭୋଗୁଛନ୍ତି । ଯଦି ତୁଳସୀ ଏବଂ କ୍ଷୀରକୁ ନିୟମିତ ପିଇବେ ତେବେ ଏହି ସମସ୍ୟାକୁ ଦୂର କରିପାରିବେ । 


Also Read ; କଣ ଅଧିକ ଫୁଲକୋବି ଖାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ଶରୀର ପାଇଁ ଅଧିକ କ୍ଷତିକାରକ


ଡିପ୍ରେସନ- ବ୍ୟସ୍ତବହୁଳ ଜୀବନଶୈଳୀ, ଅଫିସ କାର୍ଯ୍ୟଭାର, ପାରିବାରିକ କଳହ, ପ୍ରେମ ଏବଂ ବନ୍ଧୁତାରେ ବିଶ୍ବାସଘାତକତା, ଋଣଗ୍ରସ୍ତ ଇତ୍ୟାଦିକୁ ନେଇ ଲୋକମାନେ ପ୍ରାୟତଃ ଅବସାଦ ଘେରରେ ରହିଥାଆନ୍ତି । ଏଭଳି ପରିସ୍ଥିତିରେ ତୁଳସୀ କ୍ଷୀର ସେବନ କରିବା ଦ୍ବାରା ସମସ୍ତ ପ୍ରକାରର ଚିନ୍ତା ଦୂର ହୋଇପାରେ ଏବଂ ଟେନସନରୁ ମଧ୍ୟ କିଛି ମାତ୍ରାରେ ଆପଣଙ୍କୁ ରିଲାକ୍ସ ମିଳିପାରିବ। 


କିଡନୀ ଷ୍ଟୋନ - ଆଜିକାଲି ଦୂଷିତ ଖାଦ୍ୟ ଖାଇବା କାରଣରୁ କିଡନୀ ଷ୍ଟୋନ ସମସ୍ୟା ବୃଦ୍ଧି ପାଉଛି । ଏପରି ସ୍ଥିତିରେ ଆପଣ କ୍ଷୀରରେ ତୁଳସୀ ପତ୍ର ପକାଇ ଫୁଟାଇ ପିଇବା ଉଚିତ୍ । ଏହା ଦ୍ବାରା ଷ୍ଟୋନ ଏବଂ କିଡନୀ ଯନ୍ତ୍ରଣା ଦୂର ହୋଇଥାଏ ।