ମେଷ: ଉଚ୍ଚ ସମ୍ମାନ ଲାଭ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଅର୍ଜିବେ । ବ୍ୟବସାୟରେ ନୂତନ ନିତି ଆପଣେଇବେ । ପାରିବାରିକ ଜୀବନ ସୁଖ ସମୃଦ୍ଧିପୂର୍ଣ୍ଣ  ହେବ ।


COMMERCIAL BREAK
SCROLL TO CONTINUE READING

ବୃଷ: ଦିନଟିରେ ଆପଣଙ୍କ ଦେହ ଭଲ ରହିବ । ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ  ଆସ୍ଥା ଭାଜନ ହେବେ । ଆର୍ଥିକ ଉନ୍ନତି ହେବ ।


ମିଥୁନ: ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଲଭିବେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରରେ ହସଖୁସିର ଲହରି ଲାଗି ରହିବ ।


କର୍କଟ: ଦିନଟି କଷ୍ଟଦାୟକ ହେବ । ବହୁ ପରିଶ୍ରମର ସମ୍ମୁଖୀନ ହେବେ । ନିନ୍ଦା ଅପବାଦର ଶିକାର ହେବେ । ଗାଡିମଟର ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।


Also Read: ଅନଲାଇନରେ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ବର୍ତ୍ତମାନ ଏହିପରି ହେବ ପେମେଣ୍ଟ


ସିଂହ: କର୍ତ୍ତବ୍ୟ ପରାୟଣ ହେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । ଦେହ ଓ ମନ ସୁସ୍ଥ ରହିବ । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ ।


କନ୍ୟା: ଶାରିରୀକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ସମାନ ରହିବ । ବ୍ୟବସାୟରେ ଶିଥିଳତା ଦେଖାଦେବ । ଘାତ ଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ ।


ତୁଳା: ମନ ପ୍ରସନ୍ନ ରହିବ । ସମୟାନୁବର୍ତ୍ତୀ ହୋଇ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ । ସହକର୍ମୀଙ୍କ ନିକଟରୁ ପୂଣ୍ଣ ର୍  ସହଯୋଗ ମିଳିବ ।


ବିଛା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଦେହ ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ । ଚାକିରିରେ ସମ୍ମାନ ମିଳିବ । ବ୍ୟବସାୟ ଲାଭପ୍ରଦ ହେବ । ନୂତନ ଗୃହ ଉପକରଣ କ୍ରୟ କରିବେ ।


Also Read: ଖାଇବା ତେଲର ଦାମ୍ ହେବ କମ୍! ସରକାରଙ୍କ ପୋର୍ଟାଲ୍ ପ୍ରସ୍ତୁତ, ଉନ୍ନତ ମନିଟରିଂ ସହିତ ମିଳିବ ଅନେକ ସୁବିଧା


ଧନୁ: ଶାରୀରିକ ସୁସ୍ଥତା ଲାଭ  କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ଆୟ ବୃଦ୍ଧି ପାଇବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ ।


ମକର: ସମସ୍ତ ନ୍ୟସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରି ଆତ୍ମ ସନ୍ତୋଷ ପାଇବେ । ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଆଦର ସମ୍ମାନ ପାଇବେ ।


କୁମ୍ଭ: ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ଆତ୍ମୀୟ ସ୍ୱଜନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ସଂପଦ ଲାଭ ହେବ । ସୁସ୍ୱାଦୁ ଭୋଜନର ଯୋଗ ରହିଛି ।


ମୀନ: କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟବସାୟ ଲାଭପ୍ରଦ ହେବ ।