ଅନଲାଇନରେ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ବର୍ତ୍ତମାନ ଏହିପରି ହେବ ପେମେଣ୍ଟ
Advertisement

ଅନଲାଇନରେ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ବର୍ତ୍ତମାନ ଏହିପରି ହେବ ପେମେଣ୍ଟ

କେବଳ ଏତିକି ନୁହେଁ, ଏହି ପ୍ଲାଟଫର୍ମଗୁଡିକ ଗ୍ରାହକଙ୍କୁ ପେମେଣ୍ଟର ୨୪ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡିବ । ଗ୍ରାହକଙ୍କୁ ପଠାଯାଇଥିବା ମେସେଜରେ ପେମେଣ୍ଟ ତାରିଖ, କାହାକୁ ଟଙ୍କା ପଠାଯିବ, ସମସ୍ତ ସୂଚନା ଦେବାକୁ ପଡିବ ।

ଅନଲାଇନରେ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ବର୍ତ୍ତମାନ ଏହିପରି ହେବ ପେମେଣ୍ଟ

ନୂଆଦିଲ୍ଲୀ: ଯେଉଁମାନେ ଅନଲାଇନ୍ ପେମେଣ୍ଟ (Online Payments) କରନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା ପରେ ବର୍ତ୍ତମାନ ବ୍ୟାଙ୍କ କିମ୍ବା ଡିଜିଟାଲ ପ୍ଲାଟଫର୍ମ ଡେବିଟ୍ କାର୍ଡ (Debit Card), କ୍ରେଡିଟ୍ କାର୍ଡ (Credit Card) ଏବଂ ୟୁପିଇ (UPI) ରୁ କୌଣସି ବିଲ୍ ଅଟୋ ପେମେଣ୍ଟ କରିବା ସହଜ ହେବ ନାହିଁ । ବର୍ତ୍ତମାନ କୌଣସି ଡିଜିଟାଲ୍ ପେମେଣ୍ଟ (Digital Payment) କରିବା ପୂର୍ବରୁ ଗ୍ରାହକଙ୍କଠାରୁ ଅନୁମତି ମାଗିବାକୁ ପଡିବ । ଏହି ନୂତନ ନିୟମ ଚଳିତ ବର୍ଷ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ବ୍ୟାଙ୍କଗୁଡିକ ସହ ପେଟିଏମ୍ ଏବଂ ଗୁଗୁଲ୍ ପେ ପରି ଡିଜିଟାଲ୍ ପ୍ଲାଟଫର୍ମଗୁଡିକ କୌଣସି କିସ୍ତି କିମ୍ବା ବିଲର ଅଟୋ ପେମେଣ୍ଟ କରିବା ପୂର୍ବରୁ ଗ୍ରାହକଙ୍କଠାରୁ ଅନୁମତି ନେବାକୁ ପଡିବ ।

ବର୍ତ୍ତମାନ ଏହି ପ୍ଲାଟଫର୍ମଗୁଡିକ ବିନା ଅନୁମତିରେ ବ୍ୟାଙ୍କ ଆକାଉଣ୍ଟ ରାଶି କାଟି ପାରିବେ ନାହିଁ । ଏ ବାବଦରେ RBI ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟାଙ୍କ କିମ୍ବା ଡିଜିଟାଲ ପ୍ଲାଟଫର୍ମ ପେମେଣ୍ଟ ତାରିଖର ୫ ଦିନ ପୂର୍ବରୁ ମୋବାଇଲରେ ଏକ ମେସେଜ ପଠାଇ ଗ୍ରାହକଙ୍କୁ ଜଣାଇବାକୁ ପଡିବ ।

କେବଳ ଏତିକି ନୁହେଁ, ଏହି ପ୍ଲାଟଫର୍ମଗୁଡିକ ଗ୍ରାହକଙ୍କୁ ପେମେଣ୍ଟର ୨୪ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡିବ । ଗ୍ରାହକଙ୍କୁ ପଠାଯାଇଥିବା ମେସେଜରେ ପେମେଣ୍ଟ ତାରିଖ, କାହାକୁ ଟଙ୍କା ପଠାଯିବ, ସମସ୍ତ ସୂଚନା ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମାସିକ ବେସିକ ଦରମା ଉପରେ ଆସିଲା ବଡ଼ ଅପଡେଟ, ଏହା କହିଲା ସରକାର

ଅଧିକ ପଢ଼ନ୍ତୁ:-ପଞ୍ଜାବ କଂଗ୍ରେସରେ ଝଡ଼: ୨ ମନ୍ତ୍ରୀ ଦେଲେ ଇସ୍ତଫା, ସିଦ୍ଧୁଙ୍କୁ ନେଇ କ୍ୟାପଟେନ କଲେ ଏହି ବଡ଼ ଦାବି

ଅଧିକ ପଢ଼ନ୍ତୁ:-କ'ଣ ପାଇଁ କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ନିଜେ କହିଲେ ଏହାର କାରଣ?

ଅଧିକ ପଢ଼ନ୍ତୁ:-ଖାଇବା ତେଲର ଦାମ୍ ହେବ କମ୍! କେନ୍ଦ୍ର ସରକାର ନେଲା ଏହି ବଡ଼ ପଦକ୍ଷେପ