ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷଙ୍କ ପାଇଁ ପ୍ରୋଟିନ୍ ସେବନ କରିବା ଜରୁରୀ। କାରଣ ଏହା ଶରୀରରେ ଅନେକ କାର୍ଯ୍ୟ କରିଥାଏ। ପ୍ରୋଟିନ୍ ହେଉଛି ଏକ ପୁଷ୍ଟିକର ଖାଦ୍ୟ, ଯାହା ଅଙ୍ଗାରକାମ୍ଳ, ହାଇଡ୍ରୋଜେନ୍, ଅମ୍ଳଜାନ ଏବଂ ନାଇଟ୍ରୋଜେନ ଅଣୁ ଗୁଡ଼ିକରୁ ତିଆରି ହୋଇଛି। ପ୍ରୋଟିନରେ ୨୦ଟି ଆମିନୋ ଏସିଡ୍ ରହିଛି। ସାଧାରଣ ମଣିଷ ପ୍ରତି କିଲୋଗ୍ରାମ ଓଜନ ପାଇଁ ୦.୮ରୁ ୧ ଗ୍ରାମ ପ୍ରୋଟିନ୍ ଆବଶ୍ୟକ କରିଥାଏ। ଯଦି ଜଣଙ୍କର ଓଜନ ୬୦ କିଲୋ ରହିଛି, ତେବେ ତାଙ୍କୁ ୦.୮x୬୦=୪୮ ଗ୍ରାମରୁ ୬୦ ଗ୍ରାମ ପ୍ରୋଟିନ୍ ଆବଶ୍ୟକ ରହିଥାଏ। ଏହାଛଡ଼ା ଯେଉଁ ବ୍ୟକ୍ତି ଶାରୀରିକ ପରିଶ୍ରମି ହୋଇଥାନ୍ତି ସେମାନଙ୍କୁ ଶରୀର ଓଜନର ଏକ କିଲୋଗ୍ରାମ ପ୍ରତି ୧ରୁ ୨ ଗ୍ରାମ ପ୍ରୋଟିନ୍ ସେବନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ପ୍ରୋଟିନ୍ ଇଣ୍ଟେକ୍ସ ବଢ଼ାଇବା ପାଇଁ ଲୋକେ ହାଇ ପ୍ରୋଟିନ୍ ଡାଏଟ୍ (Diet)ନେଇଥାନ୍ତି। ଏଭଳି କରିବାରୁ ତାଙ୍କର ସମସ୍ୟା ସମାଧାନ ହୋଇଥାଏ ଆଉ ଓଜନ ମଧ୍ୟ କମିଥାଏ। କିନ୍ତୁ ନିକଟରେ ଆସିଥିବା ରିପୋର୍ଟ ଅନୁସାରେ, ସେମାନଙ୍କୁ ବାପା ହେବାରେ ସମସ୍ୟା ଉପୁଜିଥାଏ। 'ଦ ଜର୍ନାଲ୍ ଅଫ୍ ନ୍ୟୁଟ୍ରିସନ୍ ଆଣ୍ଡ ହେଲଥ୍'ରେ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଏହାର ଗବେଷଣା ବ୍ରିଟେନର ୟୁନିଭରସିଟି ଅଫ୍ ୱାର୍ସିଷ୍ଟରରେ ନ୍ୟୁଟ୍ରିଶନଲ ଥେରାପି ଅକ୍ସପର୍ଟ ଜୋ ହ୍ୱିଟକର (Joe Whittaker) ଙ୍କ ନେତୃତ୍ୱରେ ହୋଇଛି। ଏହି ଗବେଷଣାରେ ୮ ସପ୍ତାହ ଧରି ୩୦୯ ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ୍ ଲେବଲର ଯାଞ୍ଚ୍ କରାଯାଇଥିଲା। 


Also Read: ମାଟ୍ରିକ୍ ପାସଙ୍କୁ ସରକାରୀ ଚାକିରି ସୁଯୋଗ; ୩,୬୦୩ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଏମିତି କରନ୍ତୁ ଆବେଦନ


 


ଗବେଷଣାର ରିପୋର୍ଟ ମୁତାବକ, ହାଇ ପ୍ରୋଟିନ୍ ଡାଏଟ୍ ନେବାରୁ ପୁରୁଷଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରୋନ୍ (Testosterone) କମ୍ ହୋଇପାରେ। ଏଥିରେ ସାମିଲ ଲୋକଙ୍କ ଡାଏଟରେ ୩୫ ପ୍ରତିଶତ ମାଛ, ମାଂସ ପ୍ରୋଟିନ୍ ଶେକ୍ ସାମିଲ କରାଯାଇଥିଲା। ୮ ସପ୍ତାହ ପରେ ସେମାନଙ୍କ ଶରୀରରୁ ଟେଷ୍ଟୋଷ୍ଟେରୋନ୍ ସ୍ତର ୩୭ ପ୍ରତିଶତ କମ ରହିଥିବା ଯାଞ୍ଚରୁ ଜଣାପଡ଼ିଥିଲା। ରିସର୍ଚ୍ଚରେ ସାମିଲ ହୋଇଥିବା ଲୋକମାନେ ମଧ୍ୟ ସେମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରୋନ୍ ସ୍ତର କମ୍ ଥିବା ଲକ୍ଷଣ ଅନୁଭବ କରିଥିଲେ। ଯେଉଁଥିରେ ଇରେକ୍ଟାଇଲ୍ ଡିସଫଙ୍କସନ୍ (ଶୀଥିଳତା), ଥକାପଣ, ଡିପ୍ରେସନ୍, ମାଂସପେଶୀ ଦୁର୍ବଳତା ରହିଛି।


ସ୍ପର୍ମ ପ୍ରଡକ୍ସନ୍ (Sperm production) ମୁଖ୍ୟତଃ ଅନ୍ୟ ହରମୋନ୍ ଦ୍ୱାରା ପ୍ରେରିତ ହୋଇଥାଏ। ଏଥିପାଇଁ ଟେଷ୍ଟୋଷ୍ଟେରୋନ୍ ସ୍ତର ସବୁବେଳେ ସିଧାସଳଖ ଇନଫର୍ଟିଲିଟିର କାରଣ ହୋଇନଥାଏ। କିନ୍ତୁ ଟେଷ୍ଟୋଷ୍ଟେରୋନ୍ ସ୍ତର କମ୍ ହେବାରୁ ସ୍ପର୍ମ ପ୍ରଡକ୍ସନ୍ କମ୍ ହୋଇପାରେ। ଯାହା ପୁରୁଷଙ୍କୁ ବନ୍ଧ୍ୟାର କାରଣ ହୋଇପାରେ। ଜୋ ହ୍ୱିଟକରଙ୍କ ମୁତାବକ, ଟେଷ୍ଟୋଷ୍ଟେରୋନ୍ ଲେବଲ୍ କମ୍ ହେବାରୁ ଅନେକ ରୋଗ ହେବା ସହ ସ୍ୱାସ୍ଥ୍ୟଜନିତ ସମସ୍ୟାର କାରଣ ହୋଇପାରେ। ମାଂସପେଶୀ ଦୁର୍ବଳ, ଶୀଘ୍ର ପତନ, ଡାଇବେଟିସ୍, ହୃଦ ସମ୍ପର୍କିତ ସମସ୍ୟା, ଡିମେନ୍ସିଆ, ଇଲଜାଇମାର ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ।


Also Read: ବିନା ଜିମ୍ ରେ ବେଲି ଫ୍ୟାଟ କମ୍ କରିବାର ୫ଟି ଉପାୟ


ବୈଜ୍ଞାନିକ ହ୍ୱିଟକରଙ୍କ ମୁତାବକ, ଯେଉଁ ବ୍ୟକ୍ତି ପ୍ରତିଦିନ ୩୫ ପ୍ରତିଶତ କ୍ୟାଲୋରି ପ୍ରୋଟିନ୍ ନେଇପାରେ, ସେମାନଙ୍କର ଟେଷ୍ଟୋଷ୍ଟେରୋନ୍ ଅଭାବ ଦେଖିବାକୁ ମିଳିଥାଏ। ଡାଇଟିସିଏନ୍ ଏରିନ୍ କୋଲମ୍ୟାନ  (Erin Coleman)ଙ୍କ ମୁତାବକ, ହାଇ ପ୍ରୋଟିନ୍ ଡାଏଟ୍ ଟେଷ୍ଟୋଷ୍ଟେରୋନ୍ ଲେବଲ୍ କମ୍ କରିପାରେ। ୩୫ ପ୍ରତିଶତରୁ କମ୍ ପ୍ରୋଟିନ୍ ଖାଇଲେ ମଧ୍ୟ ଶରୀରରେ ଟେଷ୍ଟୋଷ୍ଟେରୋନ୍ ଅଭାବ ଦେଖାଦେଇଥାଏ। ବୋନି ତାବ-ଡିକ୍ସ (Bonnie Taub-Dix) କୁହନ୍ତି ଯେ, ଯେଉଁମାନେ ମସଲ୍ସ ଗେନ୍ କରିବା ପାଇଁ ଅଧିକ ମାତ୍ରାରେ ପ୍ରୋଟିନ୍ ସେବନ କରିଥାନ୍ତି, ସେମାନଙ୍କ ଟେଷ୍ଟୋଷ୍ଟେରୋନ୍ କମ୍ ହୋଇଥାଏ। 


ଏହି ଗବେଷଣା ଲାଇଫଷ୍ଟାଇଲ୍ (Lifestyle) କୁ ଧ୍ୟାନରେ ନ ରଖାଯାଇ କେବଳ ପ୍ରୋଟିନ୍ (Protin) ସେବନ ଉପରେ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଏହି ରିପୋର୍ଟ କିଛି ସୀମାରେ ରହିଛି। Health.harvard.edu ମୁତାବକ, ସାଧାରଣ ପୁରୁଷଙ୍କୁ ଦୈନିକ ୫୬ ଗ୍ରାମ ଏବଂ ମହିଳାଙ୍କୁ ୪୬ ଗ୍ରାମ ପ୍ରୋଟିନ୍ ସେବନ କରିବା ଆବଶ୍ୟକ ରହିଛି। ଯଦି କେହି ନିଜ ଓଜନ ହିସାବରେ ପ୍ରୋଟିନ୍ ନେବାପାଇଁ ଚାହୁଁଛନ୍ତି, ତେବେ ପ୍ରତି କିଲୋ ପିଛା ୦.୮ ଗ୍ରାମ ପ୍ରୋଟିନ୍ ସେବନ କରିପାରିବେ।