ପ୍ରତିଦିନ ଖାଆନ୍ତୁ ଗୋଟିଏ କଞ୍ଚା ପିଆଜ, ଆପଣଙ୍କୁ କେବେ ହେବନି ଏହି ରୋଗ
ଯଦି ଆପଣ ପ୍ରତିଦିନ ରାତିରେ ଏକ କଞ୍ଚା ପିଆଜ ଖାଇ ଶୋଇଥା’ନ୍ତି । ତେବେ ଗ୍ରୀଷ୍ମ ଋତୁରେ ଆପଣଙ୍କୁ ଲୁ ଲାଗିବାର କମ୍ ବିପଦ ରହିବ ।
ପ୍ରାଚୀନ କାଳରୁ ଆମେ ଶୁଣି ଆସୁଛୁ ଯେ ପିଆଜ ଖାଇବାର ଅନେକ ଲାଭ ରହିଛି । ଆଜିକାଲି ଏପରି ଅନେକ ଫଳ ଓ ପନିପରିବା ଅଛି ଯାହାକୁ କେବଳ କଞ୍ଚା ଖାଇବାକୁ କୁହାଯାଏ । ଏଥିରେ ପିଆଜ ମଧ୍ୟ ସାମିଲ ରହିଛି । ଏପରି ପରିସ୍ଥିତିରେ କଞ୍ଚା ପିଆଜ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଅଧିକ ପଢ଼ନ୍ତୁ:-ଏନଡିଏରେ କୁଶୱାହାଙ୍କ ଏଣ୍ଟ୍ରି, ଚିରାଗଙ୍କୁ ବାହାରର ରାସ୍ତା! ଜାଣନ୍ତୁ ବିହାରର ନୂଆ ରାଜନୈତିକ ସମୀକରଣ
ପିଆଜ ଖାଇବାର ଲାଭ:
୧. ଯଦି ଆପଣ ପ୍ରତିଦିନ ରାତିରେ ଏକ କଞ୍ଚା ପିଆଜ ଖାଇ ଶୋଇଥା’ନ୍ତି । ତେବେ ଗ୍ରୀଷ୍ମ ଋତୁରେ ଆପଣଙ୍କୁ ଲୁ ଲାଗିବାର କମ୍ ବିପଦ ରହିବ ।
୨. ପିଆଜକୁ ସର୍ବୋତ୍ତମ ପ୍ରାକୃତିକ ରକ୍ତ ବିଶୋଧନକାରୀ ଭାବରେ ବିବେଚନା କରାଯାଏ । ଏହା ରକ୍ତକୁ ସଫା କରିଥାଏ । ଏହା ସହିତ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ପିଆଜ ଖାଇବା ଦ୍ୱାରା ଆପଣଙ୍କର ରକ୍ତ ପରିଷ୍କାର ଏବଂ ମୁହଁରେ ଫୁଲା, ପିମ୍ପଲ୍ ରହେ ନାହିଁ ।
୩. ପିଆଜ ମଧ୍ୟ ସର୍ଦ୍ଦି ଓ ଥଣ୍ଡା ଏବଂ କଫରେ ବହୁତ ଲାଭଦାୟକ ହୋଇଥାଏ । ଏହି ସମୟରେ ଆପଣଙ୍କୁ କଞ୍ଚା ପିଆଜ ରସ ତିଆରି କରି ଏହାକୁ ଖାଇବାକୁ ଉଚିତ ।
୪. ପିଆଜରେ ଥିବା ଭିଟାମିନ୍ ସି ଓ କ୍ୟାଲସିୟମ୍ ପାଟି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି କାରଣରୁ କଞ୍ଚା ପିଆଜକୁ ମଧ୍ୟ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ ।
୫. କଞ୍ଚା ପିଆଜରେ ଅଧିକ ପରିମାଣର ଗନ୍ଧକ ଥାଏ । ଏହା ଆପଣଙ୍କୁ ଅନେକ ପ୍ରକାରର କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ପିଆଜ ଖାଇବା ଦ୍ୱାରା ମୂତ୍ର ସମ୍ବନ୍ଧୀୟ ରୋଗ ମଧ୍ୟ ଭଲ ହୋଇଯାଏ ।