ଆପଣଙ୍କର ଜୋତା କିମ୍ବା ଚପଲ କେବେ ମନ୍ଦିରରୁ ହଜିଯାଇଛି କିମ୍ୱା ଚୋରି ହୋଇଯାଇଛି କି? ସାଧାରଣତଃ ଯେକୌଣସି ଜିନିଷ ଚୋରି ହେତୁ ଆମେ କିଛି ଆର୍ଥିକ କ୍ଷତି ସହିବା ସହିତ ପ୍ରିୟ ଜିନିଷ ହଜିବା ଯୋଗୁଁ କିଛି ଦୁଃଖ ମଧ୍ୟ ରହିଥାଏ, କିନ୍ତୁ ପୁରୁଣା ବିଶ୍ୱାସ ଅନୁଯାୟୀ ଜୋତା ବା ଚପଲ ଚୋରି ଏକ ଶୁଭ ସଙ୍କେତ ଅଟେ । ବିଶେଷ ଭାବେ ଯଦି ଏହି ଘଟଣାଟି ମନ୍ଦିରରେ ଘଟିଥାଏ ତେବେ ଏହା ଆହୁରି ମଧ୍ୟ ଭଲ ହୋଇଥାଏ । ଯଦି ସୌଭାଗ୍ୟବଶତଃ ସେଦିନ ଶନିବାର ତେବେ ଏହା ବହୁତ ଭଲ ବୋଲି ମନେ କରାଯାଇଥାଏ ।


COMMERCIAL BREAK
SCROLL TO CONTINUE READING

ବିଶ୍ୱାସ କରାଯାଏ ଯେ ପାଦରେ ଶନି ଗ୍ରହର ପ୍ରଭାବ ରହିଥାଏ । ଏପରି ପରିସ୍ଥିତିରେ ଯଦି ଶନିଙ୍କର ଦୋଷା ଚାଲିଛି, ତେବେ ଶନି ଗ୍ରହର ଖରାପ ପ୍ରଭାବ ଆହୁରି ବଢିଯାଏ। ତେବେ ଜ୍ୟୋତିଷ ଶାସ୍ତ୍ର କୌଣସି ମନ୍ଦିରରେ କିମ୍ବା କୌଣସି ଅଭାବୀ ବ୍ୟକ୍ତିଙ୍କୁ ନୂଆ ଚପଲ ବା ଜୋତା ଦାନ କରିବାର ଉପଦେଶ ଦିଅନ୍ତି ।


କାରଣ ଶନିଙ୍କ ପ୍ରଭୁତ୍ୱ ପାଦରେ ରହିଥାଏ, ତେଣୁ ଶନିବାର ଦିନ ମନ୍ଦିରରେ ଚପଲ କିମ୍ବା ଜୋତା ଦାନ କରିବା କିମ୍ବା ଚୋରି ହେବା ଦ୍ୱାରା ଶନିଙ୍କ ଦ୍ୱାରା ହେଉଥିବା କଷ୍ଟ ଓ ଅନ୍ୟାନ୍ୟ ଖରାପ ପ୍ରଭାବରୁ ମୁକ୍ତି ମିଳିଥାଏ ।


ଅଧିକ ପଢ଼ନ୍ତୁ:-ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ଖଜୁରୀ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାର


ତେଣୁ ଯଦି ମନ୍ଦିରରେ ଜୋତା କିମ୍ୱା ଚପଲ ଚୋରି ହୁଏ ତେବେ ଦୁଃଖିତ ହୁଅନ୍ତୁ ନାହିଁ, କାରଣ ଏହା ଏକ ଶୁଭ ସଙ୍କେତ ଯାହାକି ଶନିଙ୍କ ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ପ୍ରତିବନ୍ଧକଗୁଡ଼ିକ ବର୍ତ୍ତମାନ ହ୍ରାସ ପାଇବ ।