ଭାରତ ପାଇଁ ବଡ ଖୁସି ଖବର, ଟେଷ୍ଟ ସିରିଜରୁ ବାହାରିଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି!
ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର (Jofra Archer) ଖେଳିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ମଧ୍ୟ ଏଥିରେ ସହମତ ଅଛନ୍ତି ।
ଜଗଦୀଶ୍ ବାରିକ୍, ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ (Jofra Archer) ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ଦୂରେଇ ରଖିବାକୁ ରାଜି ହୋଇଛି । ଆର୍ଚର କହିଛନ୍ତି ଯେ ସେ ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ସହ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେ ଟି -୨୦ ବିଶ୍ୱକପ (ICC Men's T20 World Cup) ଓ ଆଶେସ ସିରିଜ (Ashes series) ପାଇଁ ନିଜକୁ ଫିଟ୍ ରଖିପାରିବେ ।
ଅଧିକ ପଢ଼ନ୍ତୁ:-PAK ସମେତ ଏହି ୩ଟି ଦେଶର ଅଣ-ମୁସଲମାନ ଶରଣାର୍ଥୀଙ୍କୁ ନାଗରିକତା ଦେବ ଭାରତ ସରକାର
ଆର୍ଚର ଭାରତ ବିପକ୍ଷରେ ଟେଷ୍ଟ ଖେଳିବାକୁ ନେଇ ଅନିଶ୍ଚିତତା
ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) କ୍ରିକେଟ୍ ନିର୍ଦ୍ଦେଶକ ଆସଲେ ଗିଲ୍ସ ଡେଲି ମେଲକୁ କହିଛନ୍ତି, "ଟି -୨୦ ବିଶ୍ୱକପ ଓ ଆଶେସ ସିରିଜର ଉଦ୍ଦେଶ୍ୟ ବିଷୟରେ ମୁଁ ଅନେକ ଥର କହିଛି । ଆମେ ଚାହୁଁ ଯେ ଆର୍ଚର ଏଥିପାଇଁ ଭଲ ଭାବେ ପ୍ରସ୍ତୁତ ହୁଅନ୍ତୁ । ଆର୍ଚର କାନ୍ଧରେ ଦୁଇଟି ଭିନ୍ନ ଆଘାତ ପାଇଥିଲେ ଯେଉଁଥିପାଇଁ ସେ ବୋଲିଂ କରିବାରେ ଅସମର୍ଥ । ଏହା ଆମ ପାଇଁ ନିରାଶାଜନକ ।"
ଗିଲ୍ସ କହିଛନ୍ତି, "ମୁଁ ନିଶ୍ଚିତ ଯେ ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ଓ ତାଙ୍କ ଶୈଳୀକୁ ଫେରିବେ ଯାହା ପାଇଁ ସେ ଜଣାଶୁଣା ।"
ଅଧିକ ପଢ଼ନ୍ତୁ:-ପୁଣି ପଦାକୁ ଆସିଲା ଆନ୍ଧ୍ରର ମନମାନି, ଉନ୍ନୟନମୂଳକ କାର୍ଯ୍ୟରେ ସାଜୁଛି ବାଧକ
ମୁଁ ଶୀଘ୍ର ଫେରିବି ନାହିଁ: ଆର୍ଚର
ଆର୍ଚର ଡେଲି ମେଲ ପାଇଁ ନିଜ ସ୍ତମ୍ଭରେ ଲେଖିଛନ୍ତି, "ଏଲବୋ ଅପରେସନ୍ ପରେ ମୁଁ ଗୋଟିଏ ନିଷ୍ପତ୍ତି ନେଇଛି ଯେ ମୁଁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବି ନାହିଁ, କାରଣ ମୋର ସମସ୍ତ ଧ୍ୟାନ ଟି-୨୦ ବିଶ୍ୱକପ୍ ଓ ଇଂଲଣ୍ଡ ପାଇଁ ଆଶେସ୍ ଖେଳିବା ।"
ସେ କହିଛନ୍ତି, "ଏହା ମୋର ଲକ୍ଷ୍ୟ । ଯଦି ମୁଁ ପୂର୍ବରୁ ଫେରି ଭାରତ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଖେଳିବି, ତେବେ କୌଣସି ଅସୁବିଧା ନାହିଁ । ଯଦି ତାହା ନହୁଏ, ତେବେ ମୁଁ ବାହାରେ ବସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।"
ଅଧିକ ପଢ଼ନ୍ତୁ:-ବନ୍ଦ ହୋଇଯାଇଛି ୨ ହଜାର ଟଙ୍କିଆ ନୋଟର ଛପା, ଏବେ ପ୍ରଚଳନରେ ଅଛି କେବଳ ଏତିକି ନୋଟ୍!
ଇଂଲଣ୍ଡକୁ ଜୁନ୍ ୨ ରୁ ନ୍ୟୁଜିଲ୍ୟାଣ୍ଡ ସହିତ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ ଓ ଏହା ପରେ ଦଳ ଅଗଷ୍ଟ ୪ରୁ ଭାରତ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ।