ପୁଣି ପଦାକୁ ଆସିଲା ଆନ୍ଧ୍ରର ମନମାନି, ଉନ୍ନୟନମୂଳକ କାର୍ଯ୍ୟରେ ସାଜୁଛି ବାଧକ
Advertisement
Article Detail0/zeeodisha/odisha909109

ପୁଣି ପଦାକୁ ଆସିଲା ଆନ୍ଧ୍ରର ମନମାନି, ଉନ୍ନୟନମୂଳକ କାର୍ଯ୍ୟରେ ସାଜୁଛି ବାଧକ

ପାହାଡ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ଅଞ୍ଚଳ ବାସୀ । ଏଭଳି କ୍ଷେତ୍ରରେ ଗଙ୍ଗବାଡ ପଞ୍ଚାୟତକୁ ଯୋଗାଯୋଗ କରିବା ପାଇଁ ଓଡିଶା ଦେଇ ନିର୍ମାଣ କରାଯାଇଥିବା ରାସ୍ତା ତିତିଲି ବାତ୍ୟାରେ ନଷ୍ଟ ହୋଇଯିବା ପରେ ଅଞ୍ଚଳକୁ ଆନ୍ଧ୍ର ଦେଇ ଯୋଗାଯୋଗ କରିବା ଏକମାତ୍ର ରାସ୍ତା ରହିଥିବା ହେତୁ ସବୁବେଳେ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ରହୁଛି ।  ବିଭିନ୍ନ ଆଳରେ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଛି ଆନ୍ଧ୍ର ।  

ଫାଇଲ ଫଟୋ

ଗଜପତି: ପୁଣି ପଦାକୁ ଆସିଲା ଆନ୍ଧ୍ର (Andhra Pradesh) ର ମନମାନି । ଉନ୍ନୟନମୂଳକ କାର୍ଯ୍ୟରେ ବାଧକ ସାଜୁଛି ଆନ୍ଧ୍ର । ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଛନ୍ତି ଜମି ମାଫିଆ ଓ ସହଯୋଗ କରୁଛି ଆନ୍ଧ୍ର ପ୍ରଶାସନ । ଓଡିଶା ଜମିରେ ପ୍ରଶାସନ ରାସ୍ତା ନିର୍ମାଣ କରୁଥିବା ବେଳେ ନିଜର ଜମି ଦର୍ଶାଇ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ଆନ୍ଧ୍ର ମାଫିଆ । ଏପରି ଦୃଶ୍ୟ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗଜପତି ଜିଲ୍ଲା (Gajapati District) ରୁ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ:-ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କ ନିଧନ

ପାହାଡ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ଅଞ୍ଚଳ ବାସୀ । ଏଭଳି କ୍ଷେତ୍ରରେ ଗଙ୍ଗବାଡ ପଞ୍ଚାୟତକୁ ଯୋଗାଯୋଗ କରିବା ପାଇଁ ଓଡିଶା ଦେଇ ନିର୍ମାଣ କରାଯାଇଥିବା ରାସ୍ତା ତିତିଲି ବାତ୍ୟାରେ ନଷ୍ଟ ହୋଇଯିବା ପରେ ଅଞ୍ଚଳକୁ ଆନ୍ଧ୍ର ଦେଇ ଯୋଗାଯୋଗ କରିବା ଏକମାତ୍ର ରାସ୍ତା ରହିଥିବା ହେତୁ ସବୁବେଳେ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ରହୁଛି ।  ବିଭିନ୍ନ ଆଳରେ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଛି ଆନ୍ଧ୍ର । ଗତ ନିର୍ବାଚନରେ ମଧ୍ୟ ତାହା ଦେଖିବାକୁ ମିଳିଥିଲା । ସେହି ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ପ୍ରତିବାଦ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଞ୍ଚଳର ବିକାଶ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ  । 

ଅଧିକ ପଢ଼ନ୍ତୁ:-ବନ୍ଦ ହୋଇଯାଇଛି ୨ ହଜାର ଟଙ୍କିଆ ନୋଟର ଛପା, ଏବେ ପ୍ରଚଳନରେ ଅଛି କେବଳ ଏତିକି ନୋଟ୍!

ଯୋଜନା ମୁତାବକ ଗଙ୍ଗବାଡ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଚମ୍ପାପୁର ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅର୍ଥ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ ହୋଇଛି । କାର୍ଯ୍ୟ ଆରମ୍ଭର କିଛି ଦିନ ପରେହିଁ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି ଆନ୍ଧ୍ର ଜମି ମାଫିଆ ।  ମହେନ୍ଦ୍ରଗିରି ପାଦ ଦେଶରେ ଚମ୍ପାପୁର ନିକଟରେ ରହିଥିବା ଏକର ଏକର ଜମିକୁ ଆନ୍ଧ୍ରର ଚାଷୀ ନିଜ ଅକ୍ତିଆରରେ ରଖି ଚାଷବାସ କରୁଥିବା ବେଳେ ବିଭିନ୍ନ ସମୟରେ ଓଡିଶା ଏବଂ ଆନ୍ଧ୍ରର ଚାଷୀ ମୁହାଁ ମୁହିଁ ହୋଇଛନ୍ତି । ଏବେ ପ୍ରଶାସନ ଅଞ୍ଚଳର ବିକାଶ ପାଇଁ ରାସ୍ତା ନିର୍ମାଣ କରୁଥିବା ବେଳେ କେତେକ ଆନ୍ଧ୍ର ଚାଷୀ ସେହି ଜମି ତାଙ୍କର ଦର୍ଶାଇ ଉନୟନ କାର୍ଯ୍ୟକୁ ବନ୍ଦ କରି ରଖିଛନ୍ତି । କାର୍ଯ୍ୟ ବନ୍ଦ ପରେ ପ୍ରଶାସନକୁ ଜଣାଇଥିଲେ ସୁଧା କୌଣଶି ପଦକ୍ଷେପ ଗ୍ରହଣ କରାନଯିବା ଫଳରେ ଗୋଟିଏ ମାସରୁ ଅଧିକ ସମୟ ହେଲା କାର୍ଯ୍ୟ ବନ୍ଦ ହୋଇ ପଡି ରହିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ:-ଆଧାର କାର୍ଡର ଏହି ସେବା ହେଲା ବନ୍ଦ, ଜାଣନ୍ତୁ କାହିଁକି ଏପରି କଲା UIDAI

ତେବେ ସୀମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ପଞ୍ଚାୟତରେ ଏକ ରାଜସ୍ବ କାର୍ଯ୍ୟାଳୟ ଖୋଲାଯିବା ସହ ଘଟଣାସ୍ଥଳକୁ ଏକ ସ୍ବତନ୍ତ୍ର ଟିମ୍ ପଠାଇ ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।