July 29,2023 Odia Panji: ଆଜି ହେଉଛି ଶ୍ରାବଣର (Sawan 2023) ଏକାଦଶୀ ତିଥି। ଆଜି ଶନିଦେବଙ୍କୁ ଖୁସି କରିବାର ଦିନ । ଆଜିର ଦିନରେ ଗ୍ରହମାନଙ୍କର ଗତିବିଧି ଏବଂ ନକ୍ଷତ୍ରଗୁଡିକର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ଅଟେ । କାହିଁକିନା ଆଜି ଚନ୍ଦ୍ର ବିଛା ରାଶିରେ ରହିବେ।  ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ । ଆଜି ଇଂରାଜୀରେ  ୨୯ ଜୁଲାଇ ଶନିବାର ଅଟେ (Today panchang) । ତେବେ,ଆସନ୍ତୁ ଜାଣିବା ଆଜିର  ଶୁଭ ଓ ଅଶୁଭ ସମୟ ବିଷୟରେ... 


COMMERCIAL BREAK
SCROLL TO CONTINUE READING

Also Read: Horoscope Today 29 July 2023: ଏହି ୩ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ମାଲେମାଲ୍ ହେବେ ଏହି ୪ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ


ଆଜିର ପଞ୍ଚାଙ୍ଗ (panchang) ଅନୁଯାୟୀ, ୨୯ ଜୁଲାଇ ହେଉଛି ଶ୍ରାବଣ ଶୁକ୍ଲପକ୍ଷ ଏକାଦଶୀ ତିଥି। ଏ-ହି ଦିନ ଧାର୍ମିକ କାର୍ଯ୍ୟର ବିଶେଷ ମହତ୍ତ୍ବ ରହିଛି । ଏ-ହି ଦିନ ଆପଣ  ଶନିଦେବଙ୍କୁ ପୂଜା କଲେ ବିଶେଷ ଶୁଭ ଫଳ ପାଇବା ସହ ଆପଣଙ୍କ ଜୀବନରେ ଲାଗି ରହିଥିବା  ସମସ୍ତ ସମସ୍ୟା  ଦୂର ହୋଇଯିବା।  ଏବଂ ଯଦି ଆପଣଙ୍କ ରାଶିରେ ଶନିଦଶା ରହିଛି । ତେବେ, ଆପଣ ଏହି ଦିନ ଶନିଦେବଙ୍କ ଲାଗି ଉପବାସ ରଖିଲେ ଶନିଦଶା ବି କଟିଯିବ। 


ଆଜିର ନକ୍ଷତ୍ର:
ପଞ୍ଚାଙ୍ଗ ଅନୁଯାୟୀ,ଜୁଲାଇ ୨୯( ଶନିବାର) ଆଜିର ଦିନ ଜ୍ୟେଷ୍ଠ ନକ୍ଷତ୍ରରେ ରହିବ । ଜ୍ୟେଷ୍ଠ ନକ୍ଷତ୍ର ହେଉଛି ୧୮ ତମ ନକ୍ଷତ୍ର। ଜ୍ୟେଷ୍ଠ ନକ୍ଷତ୍ରଙ୍କୁ ମଳ ନକ୍ଷତ୍ର ବୋଲି କୁହାଯାଏ। ଶାସ୍ତ୍ରରେ,ଜ୍ୟେଷ୍ଠାର ଅର୍ଥ ବଡ଼ ବୋଲି କୁହାଯାଏ। ବୁଧ ଗ୍ରହ ହେଉଛି ଏହାର ପ୍ରଭୁ। ବୁଧ ବାଣିଜ୍ୟର କାରକ ଭାବରେ ବିବେଚନା କରାଯାଇଛି । 


ଆଜିର ରାହୁକାଳ:
ପଞ୍ଚାଙ୍ଗ ଅନୁଯାୟୀ,(ଜୁଲାଇ ୨୯)  ଆଜିର ରାହୁକାଳ ସମୟ ସକାଳ ୯ଟା ୦୩ ରୁ ଆରମ୍ଭ ହୋଇ ସକାଳ ୧୦ଟା ୪୫ ପର୍ଯ୍ୟନ୍ତ ରହିବ। ଏ-ହି ସମୟରେ ଶୁଭ କାମ କରିବା ନିଷେଧ । ଯଦି ଆପଣ ଏହି ସମୟରେ ଶୁଭ କାର୍ଯ୍ୟ କରୁଛନ୍ତି । ତେବେ, ଆପଣ କାର୍ଯ୍ୟରେ ସଫଳତା ପାଇବେ ନାହିଁ। 


ଆଜିର ମନ୍ତ୍ର :
ଓମ୍ ଶାସ୍ତ୍ରୋଦିବିର ଭିଷ୍ଟାୟା ଆପୋ ଭବନ୍ତୁ ପିତାଏଃ ଶାନିୟର୍ବିଷ୍ଟ୍ର ଭବନ୍ତୁ।(ऊँ शन्नोदेवीर-भिष्टयऽआपो भवन्तु पीतये शंय्योरभिस्त्रवन्तुनः।)


ଶୁଭ ଓ ଅଶୁଭ ସମୟ :
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ପୃଥିବୀରେ ଜନ୍ମ ହେବା କ୍ଷଣି ନବଗ୍ରହଙ୍କର ଶୁଭ ଓ ଅଶୁଭ ପ୍ରଭାବ ତାହା ସହିତ ଯୋଡି ହୋଇଥାଏ । ବେଳେ ବେଳେ ନବଗ୍ରହଙ୍କର ପ୍ରଭାବରେ ମଣିଷକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।  ତେବେ,ଆଜିର ସୂର୍ଯ୍ୟୋଦୟ ସମୟ ୫.୪୦.୨୪ ହୋଇ ଥିବା ବେଳେ ସୂର୍ଯ୍ୟାସ୍ତ ସମୟ ୭ଟା ୧୪.୨୦ ମିନିଟ୍ ସମୟରେ ରହିଛି। ଚନ୍ଦ୍ର ଆଜି ବିଛା ରାଶିରେ ରହିବେ।  ଆଜିର ରାହୁକାଳ ସମୟ ସକାଳ ୯ଟା ୦୩ ରୁ ଆରମ୍ଭ ହୋଇ ସକାଳ ୧୦ଟା ୪୫ ପର୍ଯ୍ୟନ୍ତ ରହିବ। ଏ-ହି ସମୟରେ ଶୁଭ କାମ କରିବା ନିଷେଧ । ଶୁଭ ସମୟ (ଶୁଭ ମୁହୁରତ) ଅପରାହ୍ନ  ୧୨ଟା ୧୪ ରୁ ୧୨.୫୪ ପର୍ଯ୍ୟନ୍ତ ରହିଛି ।  ଏହି ସମୟରେ ଆପଣ ଯେ କୌଣସି ଶୁଭକାର୍ଯ୍ୟ କରିପାରିବେ।  


(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ସୂଚନା ପାଇଁ ଦିଆଯାଉଛି । ଜି ଓଡ଼ିଶା ଏହାକୁ ନିଶ୍ଚିତ କରେ ନାହିଁ । କୌଣସି ପ୍ରତିକାର ନେବା ପୂର୍ବରୁ, ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଅନ୍ତୁ ।)