Navratri Kanya Pujan Vidhi: ଅକ୍ଟୋବର ୧୫ (ଗତକାଲି)  ଠାରୁ ଆରମ୍ଭ ହୋଇଛି ନବରାତ୍ରୀ (Navratri)। ଆଜି ନବରାତ୍ରର ଦ୍ବିତୀୟ ଦିନରେ ମାଆଙ୍କୁ ବ୍ରହ୍ମଚାରିଣୀ ବେଶରେ ପୂଜା କରାଯାଇଛି । ନବରାତ୍ର ସମୟରେ କନ୍ୟା ପୂଜାର ମହତ୍ବ ବେଶ ଅଧିକ ରହିଛି। ବିଶ୍ବାସ ରହିଛି ନବରାତ୍ର ସମୟରେ ଉପବାସ ସହ କନ୍ୟା ପୂଜା କଲେ କୋଟି ପୂଣ୍ୟ ମିଳିବା ସହ ସମସ୍ତ ପାପ କ୍ଷୟ ହୋଇଥାଏ। ନବରାତ୍ରର ଅଷ୍ଟମ କିମ୍ବା ନବମ ଦିନରେ  କନ୍ୟା ପୂଜା କରାଯାଇଥାଏ।  ଦୁର୍ଗାଷ୍ଟମୀ ଦିନ କେତେକ ଭକ୍ତ କନ୍ୟା ପୂଜା କରିଥାଆନ୍ତି।  ତେବେ, ଆସନ୍ତୁ ଜାଣିବା ଘରେ କିପରି କରିବେ କନ୍ୟା ପୂଜା। 


COMMERCIAL BREAK
SCROLL TO CONTINUE READING

Also Read : Navratri Day 2: ନବରାତ୍ରୀର ଦ୍ୱିତୀୟ ଦିନରେ କାହିଁକି ବ୍ରହ୍ମଚାରିଣୀ ବେଶରେ ପୂଜା ପାଆନ୍ତି ମା’


ଏମିତି କରନ୍ତୁ କନ୍ୟାପୂଜା:


ନବରାତ୍ରର ଶେଷ ଦିନରେ ନବରାତ୍ରର ବତ୍ର ଭଙ୍ଗା ଯାଏ। ନବରାତ୍ରରର ଶେଷ ଦିନ ଆପଣ ପ୍ରାତଃ ସମୟରେ କନ୍ୟା ମାନଙ୍କ ଘରକୁ ଯାଇ ପ୍ରଥମେ ସେମାନଙ୍କୁ ସାଦରେ ନିମନ୍ତ୍ରଣ ଦେଇ ଆସନ୍ତୁ । ପରେ ସଂନ୍ଧ୍ୟା ସମୟରେ ସେମାନଙ୍କୁ ଅର୍ଥାତ୍ ୯ଟି କନ୍ୟାଙ୍କୁ ଘରକୁ ପାଛୋଟି ଆଣନ୍ତୁ । ମନେ ରଖନ୍ତୁ ଯେ, କନ୍ୟା ମାନଙ୍କର ବୟସ ୧ରୁ ୧୦ ବର୍ଷ ଭିତରେ ହୋଇଥିବା ଦରକାର। ପରେ ସେମାନଙ୍କୁ ଘରେ ଆସନରେ ଦୁର୍ଗା ମାତାଙ୍କ ଫଟୋ ସାମ୍ନାରେ ବସାନ୍ତୁ। ଏବଂ ଦୁର୍ଗାଙ୍କୁ ପୂଜା କରିବା ପରେ କନ୍ୟାମାନଙ୍କୁ ଦେବୀଙ୍କ ପରି ପୂଜା କରନ୍ତୁ । ଏବଂ ସେମାନଙ୍କୁ  ହଲଓ୍ବା, ଖିରି ସହ ବିଭିନ୍ନ ପ୍ରକାର ଫଳ ଖାଇବାକୁ ଦିଅନ୍ତୁ । ଭୋଜନ ପରେ ସେମାନଙ୍କୁ ନୂଆ ବସ୍ତ୍ର ସହ କସମେଟିକ୍ସ ଭଳି  ଉପହାର ଦିଅନ୍ତୁ।


ନବରାତ୍ରରେ କରନ୍ତୁ ଏପରି ଉପାୟ, ଦୂର ହେବ ସମସ୍ୟା:


ଯଦି ଆପଣଙ୍କ ବିବାହରେ ବିଳମ୍ବ ହେଉଛି , ତେବେ ନବରାତ୍ରରେ କନ୍ୟାପୂଜା କରିବା ଦ୍ବାରା ଆପଣଙ୍କ ଏହ ସମସ୍ୟା ଦୂର ହୋଇଥାଏ। ସେହିପରି  ଯଦି ଆପଣ ଟଙ୍କା ଅଭାବକୁ ଦୂରେଇବାକୁ ଚାହୁଁଛନ୍ତି, ତେବେ ଆପଣ ଚାରି ବର୍ଷର ଝିଅକୁ ଖୀର ଖାଇବାକୁ ଦିଅନ୍ତୁ। ଏହା ପରେ ହଳଦିଆ ପୋଷାକ ସହ ତାଙ୍କୁ ଦକ୍ଷିଣା ଦିଅନ୍ତୁ। ତିନି ଜଣ ନଅ ବର୍ଷର ବାଳିକାମାନଙ୍କୁ ଖାଦ୍ୟ ଏବଂ ପୋଷାକ ଦେବା ଦ୍ବାରା ଶତ୍ରୁମାନଙ୍କ ବିନାଶ ହୋଇଥାଏ ବୋଲି ବିଶ୍ବାସ୍ ରହିଛି। ସେହିପରି ତିନିରୁ ଦଶ ବର୍ଷ ବୟସର ଝିଅମାନଙ୍କୁ ମିଠା ଦେବା ଦ୍ବାରା ପାରିବାରିକ ଅସୁବିଧା ଦୂର ହୋଇଥାଏ ବୋଲି ଜ୍ୟୋତିଶ ଶାସ୍ତ୍ରରେ କୁହାଯାଇଛି।