Chatapata Chaat: କୋରୋନା ଭାଇରସ ସଂକ୍ରମଣରେ ଲୋକମାନେ ଅଧିକ ପସନ୍ଦ କରୁଥିବା ଖାଦ୍ୟ ଚାଟ୍ କୁ ଅଧିକ ମନେ ପକାଉଥିଲେ କାରଣ ଦେଶରେ ଲକଡାଉନ ସମୟ ଚାଲିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ହେଇ ପଡ଼ିଥିଲା। ଚାଟ୍ କୁ ଆନନ୍ଦରେ ଉପଭୋଗ କରି ଖାଉଥିବା ଲୋକ ସତେ ଯେମିତି ନିର୍ବାକ ହୋଇଯାଇଥିଲେ। କାରଣ ଚାଟ୍ ର ଯେଉଁ ଚଟପଟା ସ୍ୱାଦ ଥାଏ ତାହା ଅନ୍ୟ କୌଣସି ଖାଦ୍ୟରେ ନଥାଏ। ହେଲେ କେବେ ଭାବିଛନ୍ତି ଏହା ପ୍ରଥମେ କେଉଁ ସ୍ଥାନରୁ ଆରମ୍ଭ ହୋଇଥିଲା। କେବେ ଏହାକୁ ପ୍ରଥମେ ତିଆରି କରାଯାଇଥିଲା । ଏହାକୁ ତିଆରି କରିବାରେ କେଉଁ ଲୋକଙ୍କ ହାତ ଥିଲା ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶର ଖାଦ୍ୟ ହେଉଛି ଚାଟ୍ (Uttarpradesh Chaat)
ଚାଟ୍ କୁ ନେଇ ଇତିହାସରେ ଅନେକ ଦାବିଦାର ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ବହୁତ ପ୍ରଚଳତି ହୋଇଥାନ୍ତି । ପ୍ରଥମ ଏହା କି ଚାଟ୍ ପ୍ରଥମେ ଉତ୍ତର ପ୍ରଦେଶରେ ତିଆରି କରାଗଲା । ସେହିପରି କିଛି ଇତିହାସକାରୀଙ୍କ ମାନିବା କଥା ଏହା ଯେ, ଚାଟ୍ କୁ ଦିଲ୍ଲୀରେ ତିଆରି କରାଯାଇଥିଲା। ଅନ୍ୟପଟେ ଏହି ଦୁଇ ରାଜ୍ୟର ଦାବି ମଧ୍ୟରେ ମୋଗଲ ରାଜା ଶାହାଁଜାହାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସେ। 


Also Read: Black Coffee benefits: ଶୀତଦିନେ ପିଅନ୍ତୁ ବ୍ଲାକ୍ କଫି, ମିଳିବ ଏସବୁ ଫାଇଦା


ୟୁପିର ଚାଟ୍- ଖାଦ୍ୟପେୟ ବିଷୟରେ ଲେଖୁଥିବା କୃଷ ଦଲାଲଙ୍କ କହିବା କଥା, ଚାଟ ର ଆବିର୍ଭାବ ପ୍ରଥମେ ଉତ୍ତର ପ୍ରଦେଶରୁ ଆରମ୍ଭ ହୋଇଥିଲା । ପ୍ରକୃତରେ ସେତେବେଳେ ସମ୍ରାଟ ଶାହାଜାହାନଙ୍କ ସମୟରେ ହଇଜାର ପ୍ରକୋପ ବଢିଚାଲିଥିଲା। ଏହି ସମୟରେ ଶାହାଜାହାନଙ୍କ ବଇଦ ତାଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିଥିଲେ । ସେ କହିଥିଲେ ଏମିତି ଖାଦ୍ୟ ଖାଇବା ଜରୁରୀ ଯେଉଁଥିରେ ବିଶେଷ ମସାଲାର (Masala) ସମସ୍ତ ଗୁଣ ରହିଥିବ । ଯାହା ବ୍ୟାକ୍ଟେରିଆ ମାରିବାରେ ସହାୟକ ହେବ। ଆଉ ଏହି ସମୟରେ ଚାଟ୍ ତିଆରି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଏଠାରେ ଜାଣି ରଖନ୍ତୁ ଯେ, ଭାରତରେ ଆଳୁର ପ୍ରବେଶ ବି ଜାହାଙ୍ଗୀରଙ୍କ ସମୟରେ ହିଁ ହୋଇଥିଲା । 


Also Read: Cracked Heels: ଶୀତ ଦିନେ ଆପଣଙ୍କ ଗୋଇଠି ଫାଟୁଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର


ଦିଲ୍ଲୀର ଚାଟ୍- ଆଉ ଗୋଟିଏ ପକ୍ଷ ହେଉଛି ଯେ, ଚାଟ୍ କୁ ଦିଲ୍ଲୀରେ ତିଆରି କରାଯାଇଥିଲା । ପ୍ରକୃତରେ ଯେବେ ମୋଗଲ ରାଜା ଶାହାଜାହାନ ଆଗ୍ରାରୁ ବାହାରି ଦିଲ୍ଲୀ ସ୍ଥିତ ଶାହାଜାହାନ ବାଦ୍ ପହଞ୍ଚିଲେ। ସେବେ ଯମୁନା ର ପାଣି ତାଙ୍କୁ ସେତେଟା ଶାନ୍ତି ଦେଇପାରିଲା ନାହିଁ। ସେହିପରି ଦିଲ୍ଲୀର ହାକିମ ଅଲ୍ଲୀଙ୍କ ପରାମର୍ଶ ଅନୁଯାୟୀ, ତେନ୍ତୁଳି , ଲାଲ ଲଙ୍କା, ଧନିଆ ଓ ପୁଦିନା ମସାଲା କରି ଦିଆଗଲା। ଯାହା ତାଙ୍କୁ ଖୁବ ପସନ୍ଦ ଆସିଥିଲା। ଏହାରି ମଧ୍ୟରେ ଶାକାହାରୀ ଲୋକଙ୍କ ପାଇଁ ଚାଟ୍ (Delhi Chaat) ଆଉ ମାଂସାହାରୀ ଲୋକଙ୍କ ପାଇଁ ନିହାରି ବୋଲି କୁହାଗଲା। 


Also Read: Beetroot Benefits: ୟୁରିନ୍ ଇନଫେକସନକୁ ଚୁଟକିରେ ଦୂର କରେ ବିଟ୍ ରୁଟ୍ ! ଜାଣନ୍ତୁ କେମିତି କରିବେ ବ୍ୟବହାର ?


ନାମର କଣ ରହିଛି ଇତିହାସ (History)
ଚାଟ୍ ର ନାଁକୁ ନେଇ ମଧ୍ୟ ଅନେକ ଦାବି ରହିଛି । ଏକ ଖବର କାଗଜର ରିପୋର୍ଟ ମୁତାବକ ଚାଟ୍ ର ନାଁ ଚାଟିବାରୁ ହିଁ ଆସିଥିଲା । ଯେଉଁଭଳି ଲୋକ ଏହାକୁ ଚାଟି ଚାଟି କରି ଖାଆନ୍ତି। ସେହି କାରଣରୁ ଏହାକୁ ଚାଟ୍ ବୋଲି କୁହନ୍ତି। ଦ୍ୱିତୀୟ ଦାବି ଏହା ମଧ୍ୟ କୁହନ୍ତି ଯେ, ଏହାର ସ୍ୱାଦ ଅନୁଯାୟୀ ଏହାର ନାଁ ଦିଆଯାଇଛି। କୁହାଯାଏ ଯେ, ଚାଟ୍ ର ସ୍ୱାଦ ନିଜ ଭିତରେ ହିଁ ଚଟପଟା ରହିଥାଏ ସେଥିଯାଗୁଁ ଏହାର ନାଁ ଚାଟ୍ ରଖାଯାଇଛି।