ଚା ଏପରି ଏକ ଅଭ୍ୟାସ ଯାହା ସମସ୍ତଙ୍କ ପାଇଁ ଏବେ ଜରୁରୀ ହୋଇପଡିବା ଭଳି ହୋଇଗଲାଣି। ତେବେ ଚା ପିଇଉଥିବା ଲୋକଙ୍କୁ କହି ରଖୁଛୁ କି ଅଧିକ ଚା ଯଦି ପିଉଛନ୍ତି ତାହେଲେ ହୋଇଯାନ୍ତୁ ସାବଧାନ। କାରଣ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯେଉଁ ମାନେ ଦିନକୁ ୪ କପରୁ ଅଧିକ ଚା ପିଉଛନ୍ତି ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପ୍ରଥମେ ପେଟ ବ୍ୟାଥା ହେବା, ଭୋକ ନ ହେବା ଏହା ବ୍ୟତୀତ ଆପଣଙ୍କ ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ ଆପଣ ଶୋଇବାରେ ଅସୁବିଧା ହୋଇଥାଏ। ଜାଣନ୍ତୁ  ଅଧିକ ଚା ପିଇବାର ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଏହାର କ'ଣ ପ୍ରଭାବ ପଡୁଛି। 


COMMERCIAL BREAK
SCROLL TO CONTINUE READING

୧. ଅଧିକ ଚା ପିଇବା ଦ୍ବାରା ଚିନ୍ତା ଏବଂ ଭୟ ବଢିଥାଏ। ଆପଣଙ୍କୁ କହି ରଖୁଛୁ କି ଚା ରେ କେଫିନ୍ ମିଳିଥାଏ ଯାହା ଶରୀରରେ ପ୍ରବେଶ କରିବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ଅନେକ ପ୍ରକାରର କ୍ଷତି ହୋଇଥାଏ। ଧୀରେ ଧୀରେ ଏହି ଅଭ୍ୟାସ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ।


୨.ଅତ୍ୟଧିକ ଚା ପିଇବା ଦ୍ବାରା ଆପଣଙ୍କ ଅନ୍ତନଳୀ ପାଇଁ କ୍ଷତିକାରକ ହୋଇପାରେ। ବାସ୍ତବରେ ଏହା ଆପଣଙ୍କ ଅନ୍ତନଳୀକୁ ନଷ୍ଟ କରିପାରେ,ଏହା ସହ ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି କରିଥାଏ। ଏପରି ସ୍ଥିତିରେ ଛାତି ଯନ୍ତ୍ରଣା ମଧ୍ୟ ଅଧିକ ହେବା ସହ ଛାତି ଜଳିବା ସମସ୍ୟା ମଧ୍ୟ ଦେଖାଯାଏ।


୩. ଅଧିକ ଚା ପିଇବା ଦ୍ବାରା ନିଦ୍ରା ସମସ୍ୟା ହୋଇପାରେ। ଏପରି ସ୍ଥିତିରେ ଆପଣ ଯଦି ନିଦ ପୂରା ନ କରନ୍ତି ତେବେ ଆଗକୁ ଅନେକ ପ୍ରକାରର ସମସ୍ୟା ହୋଇପାରେ। ଏଥିପାଇଁ ଚା ପିଇବା ନିଶାରୁ ନିଜକୁ ଦୂରେଇବାକୁ ଚେଷ୍ଟା କରନ୍ତୁ। ବିଶେଷଜ୍ଞଙ୍କ ମତରେ ଦିନକୁ ୨ କପ୍ ଚା ଆପଣ ପିଇ ପାରିବେ।