Sleepless Night: କଥାରେ ଅଛି ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିଲେ ଦେହ ସୁସ୍ଥ ରୁହେ  ଶରୀରରୁ ରୋଗ ଦୂରେଇଯାଏ। ମାତ୍ର ଆଜିକାଲି ସମୟରେ ବଦଳୁଥିବା ଜୀବନଶୈଳୀ ଆମକୁ ଶାନ୍ତିରେ ଶୋଇବାକୁ ଦେଉନି। ମାତ୍ର ରାତିରେ ନଶୋଇବା କେତେ ଯେ ଭୟଙ୍କର ଚାଲନ୍ତୁ ଜାଣିବା। ଯେଉଁ ଲୋକଙ୍କୁ ରାତିରେ ବିଳମ୍ବରେ ଶୋଇବା ଅଭ୍ୟାସ ରହିଛି ସେମାନେ ସତର୍କ ହୋଇଯିବା ଦରକାର। କାରଣ ବିଳମ୍ବରେ ଶୋଇବା କାରଣରୁ ଆପଣଙ୍କୁ ଅନେକ ରୋଗ ହୋଇପାରେ ।ଏହି ଦାବି ଅନେକ ରିସର୍ଚ୍ଚରୁ ମଧ୍ୟ ଜଣାପଡ଼ିଛି। ହେଲଥ୍ ଏକ୍ସପର୍ଟଙ୍କ ଦାବି ଯେ, ନିଦର ଗୁଣବତ୍ତା ସହ ଏହାର ଅବଧି ଉପରେ ମଧ୍ୟ ନଜର ରହିବା ଦରକାର। ଯଦି ନିଦ୍ରାହୀନତା ଲାଗି ରୁହେ ତେବେ ଶରୀର ଥକ୍କାପଣ ଦେଇ ଗତିକରେ । ଓ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ମାଡ଼ିଆସିପାରେ। ତେବେ ଏଠାରେ ମନେ ରଖନ୍ତୁ ଯଦି ଆପଣ ବିଳମ୍ବରେ ଶୋଉଛନ୍ତି ତାହା ହେଲେ ଏହି ୫ ଟି ରୋଗ ଆପଣଙ୍କୁ ମରଣ ମୁଖକୁ ଟାଣିନେଇପାରେ।  


COMMERCIAL BREAK
SCROLL TO CONTINUE READING

ଡେରିରେ ଶୋଇବା କାରଣରୁ ଆପଣଙ୍କ ସ୍ଲିପ୍ ସାଇକେଲ ବିଗିଡ଼ିଯାଇପାରେ। ଏହାଦ୍ୱାରା ଆପଣଙ୍କ ନିଦ ପୁରା ହୋଇପାରେ ନାହିଁ।ଯାହାଦ୍ୱାରା ରକ୍ତଚାପ ସମସ୍ୟା ବଢିଯାଇପାରେ। ସ୍ୱାସ୍ଥ୍ୟ ପ୍ରତି କରାଯାଇଥିବା ରିସର୍ଚ୍ଚ ଅନୁସାରେ ଜଣାପଡ଼ିଛି ଯେ, ଯେଉଁ ଲୋକମାନେ ରାତିରେ ବିଳମ୍ବରେ ଶୋଇଥାନ୍ତି ସେମାନେ ଉଚ୍ଚ ରକ୍ତଚାପ (Blood Pressure) ରୋଗରେ ପୀଡ଼ିତ ହୋଇଥାନ୍ତି। ଏହାଦ୍ୱାରା ସେହିଲୋକ ମାନଙ୍କର ଖାଦ୍ୟପେୟରେ ମଧ୍ୟ କୌଣସି ସଠିକତା ନଥାଏ। 


ରାତିରେ ବିଳମ୍ବରେ ଶୋଉଥିବା ଲୋକଙ୍କ ଖାଦ୍ୟପେୟ ସମୟରେ ଗଡବଡ଼ ଦେଖାଦିଏ। ରାତିରେ ବିଳମ୍ବରେ ଶୋଇଲେ ସକାଳେ ବିଳମ୍ବରେ ନିଦ ଭାଙ୍ଗେ । ଯାହାଫଳରେ ସକାଳ ଜଳଖିଆ ଖାଇ ହୁଏ ନାହିଁ। ଏହି ଖରାପ ଅଭ୍ୟାସ ଶରୀରକୁ ପ୍ରଭାବିତ କରିଥାଏ। ଯାହାଦ୍ୱାରା ଓଜନ ବଢିବା ପରି ସମସ୍ୟା ଦେଖାଦିଏ। 


ସେହିପରି ରାତିରେ ବିଳମ୍ବରେ ଶୋଇଲେ ସକାଳେ ନିଦ ପୁରା ନହେଲେ ମଧ୍ୟ ଚିଡଚିଡା ପଣ ହୋଇଥାଏ। ଯାହାଫଳରେ ଏହାର ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ନିଦ ଅଭାବରୁ ଷ୍ଟ୍ରୋକ ବା ହୃଦଘାତ (Heart Attack) ଆଶଙ୍କା ହେବାର ସମ୍ଭାବନା ରହିଛି। 


ରାତିରେ ବିଳମ୍ବରେ ଶୋଇଲେ ଆଞ୍ଜାକାଇଟି ସମସ୍ୟା ହେତୁ ନରଭସ୍ ସିଷ୍ଟମରେ (Nervous System) ସମସ୍ୟା ଦେଖାଦେଇଥାଏ। ନିଦ୍ରାହୀନତାରୁ ଡିପ୍ରେସନ ମଧ୍ୟ ବଢିପାରେ।  


ରାତିରେ କମ୍ ଶୋଇବା କିମ୍ବା ରାତିରେ ୧୨ ରୁ ଗୋଟେ ମଧ୍ୟରେ ଶୋଇଥିବା ଲୋକଙ୍କଠାରେ ମଧୁମେହ(Diabetes) ହେବାର ଆଶଙ୍କା ରହିଥାଏ। ଏହା ସହିତ ମଧୁମେହ ରୋଗୀଙ୍କ ପାଇଁ ଏହା ଅଧିକ କ୍ଷତିକାରକ । ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ।


(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)


Also Read: ଆଜିଠାରୁ ଏହି ସବୁ ରାଶିଙ୍କ ଭାଗ୍ୟରେ ବର୍ଷିବ ଅର୍ଥ


Also Read: ଜିଲ୍ଲାବାସୀଙ୍କୁ ରୋଜଗାର ଯୋଗାଉଛି ସମ୍ବଲପୁରର ଉଦ୍ୟୋଗ ମେଳା, ଆଜି ଉଦଯାପନୀ