Horoscope Today: ଆଜିଠାରୁ ଏହି ସବୁ ରାଶିଙ୍କ ଭାଗ୍ୟରେ ବର୍ଷିବ ଅର୍ଥ
Advertisement
Article Detail0/zeeodisha/odisha1602872

Horoscope Today: ଆଜିଠାରୁ ଏହି ସବୁ ରାଶିଙ୍କ ଭାଗ୍ୟରେ ବର୍ଷିବ ଅର୍ଥ

Horoscope in odia: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ। ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ। ଆଜି ଅର୍ଥାତ ମାର୍ଚ୍ଚ ୧୦ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today: ଆଜିଠାରୁ ଏହି ସବୁ ରାଶିଙ୍କ ଭାଗ୍ୟରେ ବର୍ଷିବ ଅର୍ଥ

Horoscope Horoscope in odia: ମେଷ: କର୍ତ୍ତବ୍ୟ ନିଷ୍ଠ ହେବେ। କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ସଂପାଦନ କରିବେ। ଶରୀର ସୁସ୍ଥ ରହିବ। ଆୟ ବ୍ୟୟ ପ୍ରାୟ ସମାନ ରହିବ। ସୁସମ୍ବାଦ ପ୍ରାପ୍ତ ହେବ। ସନ୍ତାନଙ୍କ କୃତିତ୍ୱ ଆତ୍ମଶାନ୍ତି ପ୍ରଦାନ କରିବ।

ବୃଷ : ଶାରିରୀକ ସୁସ୍ଥତା ଲାଭ କରିବେ। ଦାନ ଧର୍ମ ପ୍ରତି ମନ ବଳିବ। କାର୍ଯ୍ୟାଳୟରେ କାର୍ଯ୍ୟଚାପ ରହିବ। ଆୟ ଉତ୍ତମ ହେବ। ବ୍ୟବସାୟ ଲାଭ ପ୍ରଦ ହେବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ।

ମିଥୁନ: ଆରୋଗ୍ୟ ରହିବେ। ମନ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ। ଆୟ ଅବ୍ୟାହତ ରହିବ। ବ୍ୟବସାୟୀମାନେ ଭଲ ଲାଭ କରିବେ।

କର୍କଟ: ଶାରୀରିକ କ୍ଲେଶ ବୃଦ୍ଧି ପାଇବ। ମାନସିକ ଅବସାଦ ଦେଖାଦେବ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ। ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

ସିଂହ: ଦେହ ସୁସ୍ଥ ରହିବ। ମନ ପ୍ରସନ୍ନ ରହିବ। ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ। ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ। ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ। ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ।
କନ୍ୟା ରାଶି: କର୍ମକ୍ଷେତ୍ର ଉତ୍ସାହଜନକ ହେବ।  ହିତ ସାଧନ ପାଇଁ ସର୍ବଦା ଉଦ୍ୟମ ଚଳାଇ ପାରନ୍ତି। ପୂଣ୍ୟବାନ୍ ହେବେ। ଦୃଢଜ୍ଞ ହେବେ। ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ।  

ତୁଳା ରାଶି: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। କର୍ମ ତତ୍ପରତା ପ୍ରକାଶ ପାଇବ। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ଦାମ୍ପତ୍ୟ ସୁଖ ମିଳିବ। ନୂଆ ବନ୍ଧୁ ଜୁଟିବେ। 

ବିଛା ରାଶି: ନୂଆ ବନ୍ଧୁତା ସ୍ଥାପନ କରିପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ବିଳାସ-ବ୍ୟସନରୁ ବଞ୍ଚିତ ହେବେ। ଭୂମିପତି ଭାବେ ପ୍ରଭାବଶାଳୀ ହେବା ସହ ସୁଶାସକ ହେବେ।

ଧନୁ ରାଶି: ଆଶା ଫଳବତୀ ହେବ। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଯେତେ ବଳବାନ୍ ହେଉନା କାହିଁକି ତାକୁ ଦମନ କରିବେ।   

ମକର: ମନ ଅସ୍ଥିର ରହିବ। ଆୟା ବାଧାପ୍ରତ୍ତ ହେବ। ପଡୋଶୀମାନଙ୍କ ସହ ମନାନ୍ତର ହେଖା ଦେବ। କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ। ବ୍ୟବସାୟ ସ୍ୱଳ୍ପ ଲାଭ ହେବ। ଅନାବଶ୍ୟକ ଖର୍ଚ୍ଚ ବଢିବ। ଧାର କରଜ କରିପାରନ୍ତି। ଧୈର୍ଯ୍ୟଚ୍ୟୁତ ହେବେ। ପାଖଲୋକ ବିଶ୍ୱାସଘାତକତା କରିବେ।

କୁମ୍ଭ: ଦେହ ଓ ମନ ଭଲ ରହିବ। କର୍ମ ଚଞ୍ଚଳ ରହିବେ। କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହୁଛି। ବ୍ୟବସାୟରେ ସଫଳତା ପାଇବେ। ଆଇନ୍‌, ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ।

ମୀନ: ମାନସିକ ଓ ଶାରୀରିକ ସୁସ୍ଥତା ଫେରି ପାଇବେ। କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ। ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହୁଛି। ବ୍ୟବସାୟରେ ଲାଭ ଆତ୍ମସନ୍ତୋଷ ପ୍ରଦାନ କରିବ।

Also Read: ପ୍ରଥମ ଦିନିକିଆରୁ ବାଦ ପଡିବେ ରୋହିତ! ନୂଆ ଖେଳାଳି ହେବେ କ୍ୟାପଟେନ୍, ଟିମ୍ ଇଣ୍ଡିଆକୁ ନେଇ ଆସିଲା ବଡ଼ ଅପଡେଟ୍

Also Read: ବିଦେଶରେ ସ୍ବାମୀଙ୍କ ସହ ହୋଲି ଖେଳିଲେ ଦୁଇ ବି.ଟାଉନ ସୁନ୍ଦରୀ, ଭାଇରାଲ ହେଉଛି ଫଟୋ