Sambalpur News: ଜିଲ୍ଲାବାସୀଙ୍କୁ ରୋଜଗାର ଯୋଗାଉଛି ସମ୍ବଲପୁରର ଉଦ୍ୟୋଗ ମେଳା, ଆଜି ଉଦଯାପନୀ
Advertisement
Article Detail0/zeeodisha/odisha1602384

Sambalpur News: ଜିଲ୍ଲାବାସୀଙ୍କୁ ରୋଜଗାର ଯୋଗାଉଛି ସମ୍ବଲପୁରର ଉଦ୍ୟୋଗ ମେଳା, ଆଜି ଉଦଯାପନୀ

Sambalpur News: ଜିଲ୍ଲାବାସୀଙ୍କୁ ସ୍ୱାବଲମ୍ବୀ କରିବା ଲାଗି ସମ୍ବଲପୁର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ତରଫରୁ ଏକ ଉଦ୍ୟୋଗ ମେଳାର ଆୟୋଜନ କରାଯାଇଛି । ଛୋଟ ବଡ଼ ଉଦ୍ୟୋଗରେ କିପରି ଲୋକେ ସ୍ୱାବଲମ୍ବୀ ହୋଇ ପାରିବେ ଏହାକୁ ଲକ୍ଷ୍ୟରେ ରଖି ଏହି ମେଳା ଆୟୋଜନ କରାଯାଇଛି । ଲୋକଙ୍କୁ ରୋଜଗାର ଯୋଗାଇବା ସହ ଆର୍ଥିକ ମେରୁଦଣ୍ତକୁ ମଜଭୁତ କରିବା ଲାଗି ପ୍ରଥମ ଥର ପାଇଁ ଜିଲ୍ଲାରେ ଏପିରି ମେଳାର ଆୟୋଜନ କରାଯାଇଛି ।

ସମ୍ବଲପୁର ପିଏଚଇଡି଼ ପଡ଼ିଆରେ ଆୟୋଜିତ ଏହି ଉଦ୍ୟୋଗ ମେଳା ମାର୍ଚ୍ଚ ୫ ତାରିଖ ଆରମ୍ଭ ହୋଇଥିବା ବେଳେ ଆଜି ଏହି ମେଳାର ଶେଷ ଦିନ ଅଟେ । ଜିଲ୍ଲାର ବିଭିନ୍ନ ଉଦ୍ୟୋଗୀ ସଂସ୍ଥାମାନେ ଏହି ମେଳାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହି ଉଦ୍ୟୋଗ ମେଳାରେ ୮୦ଟି ଷ୍ଟଲ ପାଇଁ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାର ଶିଳ୍ପଦ୍ୟୋଗୀ ସଂସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଛୋଟ ବଡ଼ ଉଦ୍ୟୋଗ ଅନୁଷ୍ଠାନ କିଭଳି ବ୍ୟବସାୟ କରି ବେଶ ଦୁଇ ପଇସା ରୋଜଗାର କରି ପାରିବେ ଓ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ କିପରି ରୋଜଗାର ଦେଇପାରିବେ ସେନେଇ ମେଳାରେ ପ୍ରାଧାନ୍ୟ ଦିଆଯାଇଥିଲା । ମିଶନ ଶକ୍ତି ଜରିଆରେ ସ୍ୱାବଲମ୍ବୀ ହେବା ପାଇଁ ଇଛା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ସଂଗଠନଙ୍କୁ ଋଣ ଯୋଗାଇ ଦିଆଯାଇ ସେମାନଙ୍କୁ ନିଜର ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଥିଲା । ଯେଉଁମାନେ ବ୍ୟବସାୟ କରିବେ କିମ୍ବା ଉଦ୍ୟୋଗ ସୃଷ୍ଟି କରିବାକୁ ଇଛା କରୁଛନ୍ତି ସେମାନେ ନିଜ ନିଜର ଅଭିଜ୍ଞାତା ଓ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଋଣ ନେଇ ପାରିବେ । ସେମାନଙ୍କୁ ଋଣରେ ସମସ୍ତ ପ୍ରକାର ରିହାତି ପାଇଁ ମଧ୍ୟ ବନ୍ଦୋବସ୍ତ କରାଯିବ ବୋଲି ଆଞ୍ଚଳିକ ଶିଳ୍ପ ଉଦ୍ୟୋଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ୫ ଦିନିଆ ଉଦ୍ୟୋଗ ମେଳା ଫଳରେ ଛୋଟ ବଡ଼ ବ୍ୟବସାୟୀ ମାନେ ନିଜେ ଆତ୍ମନିର୍ଭର ହେବା ସହ ଅନେକଙ୍କୁ ରୋଜଗାର ମଧ୍ୟ ଦେଇପାରିଛନ୍ତି । ମହିଳାମାନେ ନିଜେ ହାତରେ ତିଆରି ଆରିଶା ପିଠା,ପାମ୍ପଡ଼ ଲଡୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିଛନ୍ତି ।

ଏନେଇ ମହିଳା ମାନେ କହିଛନ୍ତି ଯେ, ଏମିତି ମେଳା ହେଲେ ସେମାନେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । କିନ୍ତୁ ଏହାପରେ ସ୍ଥିତି ଯଥା ପୂର୍ବଂମ ତଥା ପରଂମ । ତେବେ ସବୁଦିନ କିଭଳି ସେମାନନେ ବ୍ୟବସାୟ କରିପାରିବେ ସେ ଦିଗରେ ସରକାର ଚିନ୍ତା କରିବା ଆବଶ୍ୟକ । ଗାଁରେ ସବୁଦିନ ହାତ ତିଆରି ଜିନିଷ ବିକ୍ରି ହେଉନଥିବା ବେଳେ ନିତିଦିନିଆ ବ୍ୟବସାୟ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କରିବା ଲାଗି ସେମାନେ ଅନୁରୋଧ କରିଛନ୍ତି । ଏ ଭଳି ଉଦ୍ୟୋଗ ମେଳା ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜନ ହୋଇଥିଲା । ଆସନ୍ତା ବର୍ଷ ଯଦି ସରକାର ଏଭଳି ଉଦ୍ୟୋଗ ମେଳାର ଆୟୋଜନ କରନ୍ତି ତା ହେଲେ ଆହୁରି ଭଲ ଭାବେ ଆୟୋଜିତ କରାଯିବ ବୋଲି ଆଞ୍ଚଳିକ ଶିଳ୍ପ ମେଳାର ଯୁଗ୍ମ ନିର୍ଦ୍ଦେଶକ ମତ ଦେଇଛନ୍ତି ।

Also Read-Matric Exam 2023: କାଲିଠୁ ମାଟ୍ରିକ ପରୀକ୍ଷା, ଫୋକସରେ କପି ରୋକିବା ନେଇ ସ୍ବତନ୍ତ୍ର ଷ୍ଟ୍ରାଟେଜି