Menstrual Hygiene Day 2022 : ଆଜି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଗତ ଆଠ ବର୍ଷ ହେଲା ମେ ୨୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ମହିଳା ଓ କିଶୋରୀଙ୍କର ଋତୁସ୍ରାବ ହେବା ଏକ ସ୍ୱାଭାବିକ୍ ଘଟଣା। କିନ୍ତୁ  ଆଜି ବି ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ମହିଳା ଏବଂ କିଶୋରୀ ଋତୁସ୍ରାବ ହେତୁ ଅପମାନିତ, ସାମାଜିକ ବାସନ୍ଦ ତଥା ଭେଦଭାବର ଶିକାର ହେଉଛନ୍ତି। ଏକ ପ୍ରାକୃତିକ ଶାରୀରିକ କାର୍ଯ୍ୟ ହେତୁ ସେମାନଙ୍କୁ ଶିକ୍ଷା, ରୋଜଗାର ଏବଂ ଦାନନ୍ଦିନ ଜୀବନରେ ସମ୍ପୂର୍ଣ୍ଣ ଏବଂ ସମାନ ଭାବରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଉଛି। ୨୦୩୦ ସୁଦ୍ଧା ସମସ୍ତ ମହିଳାଙ୍କୁ ଋତୁସ୍ରାବ ସମୟରେ ମଧ୍ୟ ବିଶ୍ୱର ସମସ୍ତ କ୍ଷେତ୍ରରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି। 


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଆଠ ବର୍ଷ ହେଲା ଲୋକଙ୍କୁ ମାସିକ ଋତୁସ୍ରାବ ବିଷୟରେ ସଚେତନ କରିବାକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଉଛି। ତଥାପି ଋତୁସ୍ରାବ ସମୟରେ ସ୍ୱଚ୍ଛତା ବିଷୟରେ ଆଜି ବି ଅନେକ ମହିଳା ଜାଣିନାହାନ୍ତି। ବିଶେଷ କରି ଗ୍ରାମାଞ୍ଚଳର କିଶୋରୀ ଓ ମହିଳାମାନେ ଋତୁସ୍ରାବ ବିଷୟରେ ଆଲୋଚନା କରିବାକୁ ଲାଜ କରନ୍ତି। ଶିକ୍ଷାର ଅଭାବ କାରଣରୁ ମହିଳାମାନେ ଏନେଇ ସଚେତନ ନୁହଁନ୍ତି। ତେଣୁ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ଗ୍ରାମ ଓ ସହରରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରିଯିବା ଉଚିତ୍। ଏହାକୁ ନେଇ କ୍ୟାମ୍ପେନିଂ କରିବାର ମଧ୍ୟ ଆବଶ୍ୟକ ରହିଛି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ଲାଜ କିମ୍ବା ଘୃଣା ନୁହେଁ ବରଂ ସଚେତନତା ରହିବା ଜରୁରୀ। 


Also Read: ବିଶ୍ୱର ୨୦ ଦେଶରେ Monkeypox ଆତଙ୍କ : ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ICMR ଦେଲା ଏମିତି


ସାଧାରଣତଃ ଗ୍ରାମାଞ୍ଚଳରେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ସୁବିଧା ପହଞ୍ଚିବାରେ ଅସଫଳ ହେଉଛି। ୟୁନିସେଫର ଆନାଲିସିସ୍ ଅନୁଯାୟୀ, କୋଭିଡ ସମୟରେ ସାଧାରଣ ଜନତାଙ୍କ ବ୍ୟତୀତ ପ୍ରାୟ ୭୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ନିଜ ମାସିକ ଋତୁସ୍ରାବକୁ ପରିଚାଳିତ କରିବାରେ ଅସଫଳ। ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ମଧ୍ୟ ଋତୁସ୍ରାବ ସ୍ୱଚ୍ଛତା ସାମଗ୍ରୀର ଅଭାବ ରହିଛି । ପିପିଇ କିଟ୍ ଲଗାଇବା ଦ୍ୱାରା ଋତୁସ୍ରାବ ସମୟରେ ନାପକିନ୍ ପରିବର୍ତ୍ତନରେ ସମସ୍ୟା ଦେଖିବାକୁ ମିଳିଥାଏ। କେବଳ ମହାମାରୀ ନୁହଁ ଅନ୍ୟ ସମୟରେ ମଧ୍ୟ ମହିଳା ଓ କିଶୋରୀମାନେ ମାସିକ ଋତୁସ୍ରାବ ସମୟରେ ଆବଶ୍ୟକ ହେଉଥିବା ସ୍ୱଚ୍ଛତା ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି।



ନିକଟରେ ଜାରି ହୋଇଥିବା ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ରିପୋର୍ଟ (୨୦୧୯-୨୧) ଅନୁସାରେ, ଆଜି ମଧ୍ୟ ଦେଶର ଦେଶରେ ୪୯ ପ୍ରତିଶତ ମହିଳା ମାସିକ ଧର୍ମ ବା ଋତୁସ୍ରାବ ସମୟରେ କପଡା ବ୍ୟବହାର କରୁଛନ୍ତି। ଆଉ ରାଜ୍ୟରେ ଏହାର ହାର ୪୨.୭ ପ୍ରତିଶତ ରହିଛି। ରାଜ୍ୟରେ ୫ରୁ ଚାରି ଜଣ ମହିଳା ବା କିଶୋରୀ ସ୍ୱଚ୍ଛତା ଅବଲମ୍ବନ କରନ୍ତି। ଏମାନଙ୍କ ସଂଖ୍ୟା ୮୧.୫ ପ୍ରତିଶତ ଥିବା ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଜଣାପଡିଛି। ସର୍ଭେରେ ଏହା ମଧ୍ୟ କୁହାଯାଇଛି ଯେ, ୧୫ରୁ ୧୯ ବର୍ଷ ବୟସର ୩୭.୧ % କିଶୋରୀ ଓ ୨୦ରୁ ୨୪ ବର୍ଷ ବୟସର ୪୭.୬ ଯୁବତୀ କପଡା ବ୍ୟବହାର କରୁଛନ୍ତି। ସହରାଞ୍ଚଳରେ ଏହି ସଂଖ୍ୟା ୨୨.୪ ଓ ଗ୍ରାମାଞ୍ଚଳରେ ୪୬.୯ ପ୍ରତିଶତ ରହିଛି।


ଅନ୍ୟପଟେ ଅନୁସୁଚିତ ଜାତିର ୪୪.୨ ପ୍ରତିଶତ ମହିଳା କପଡା ବ୍ୟବହାର କରୁଥିବା ବେଳେ ଆଦିବାସୀ ସଂପ୍ରଦାୟରେ ଏହା ୫୮.୯, ଓବିସିରେ ୩୮.୧ ଓ ଅନ୍ୟାନ୍ୟ ବର୍ଗରେ ୨୪.୩ ପ୍ରତିଶତ ରହିଛି। ୧୬.୩ ପ୍ରତିଶତ ମହିଳା ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ନାପକିନ ଓ ୬୮.୨ ପ୍ରତିଶତ ସାନିଟାରୀ ନାପକିନ ବ୍ୟବହାର କରନ୍ତି। ସମସ୍ତ ମହିଳାଙ୍କ ନିକଟରେ ଶସ୍ତାରେ ସାନିଟାରୀ ନ୍ୟାପକିନ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହା ଉପରୁ କେନ୍ଦ୍ର ସରକାର ଜିଏସଟି ସମୂର୍ଣ୍ଣ ଉଠାଇଦେଇଛନ୍ତି। ଏବେ ଦିନକୁ ଦିନ ସାନିଟାରୀ ନାପକିନର ଦାମ ବଢୁଛି। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ଏହାର ଚାହିଦା ରହୁନି। ଯାହା ଫଳରେ ଅସ୍ୱାସ୍ଥ୍ୟକର ପଦ୍ଧତି ଅର୍ଥାତ୍ ଋତୁସ୍ରାବ ସମୟରେ କପଡ଼ା ବ୍ୟବହାର କରିବାକୁ ଗ୍ରାମାଞ୍ଚଳର ମହିଳାମାନେ ବାଧ୍ୟ ହେଉଛନ୍ତି। 


Also Read: Nandankanan Zoo : ଚିତି କାମୁଡାରେ ସିଂହୀ 'ଗଙ୍ଗା'ର ମୃତ୍ୟୁ, ସାପ ସହ ଏମିତି ବ୍ୟବହାର କଲେ


Menstrual Hygiene Dayର ଇତିହାସ-


ଜର୍ମାନୀର ଏକ ଏନଜିଓ ପ୍ରଥମେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରିଥିଲା। ମାସିକ ଋତୁସ୍ରାବର ହାରାହାରି ବ୍ୟବଧାନ ପ୍ରାୟ ୨୮ ଦିନ ହୋଇଥାଏ। ମହିଳାଙ୍କ ମଧ୍ୟରେ ମାସକୁ ୫ ଦିନ ଋତୁସ୍ରାବ ହୋଇଥାଏ। ତେଣୁ ୨୮ ତାରିଖ  ଓ ୫ ମାସକୁ ହିସାବକୁ ନେଇ ପ୍ରତିବର୍ଷ ମେ ୨୮ରେ ଏହାକୁ ପାଳନ କରାଯାଏ। ୨୦୧୩ରେ ପ୍ରଥମ ଥର ସମଗ୍ର ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରିଥିଲା। ୱାସ ନାମକ ସଂଗଠନ ସୋସିଆଲ ମିଡିଆରେ ଏହାକୁ ନେଇ ୨୮ ଦିନିଆ କ୍ୟାମ୍ପେନିଂ ଆରମ୍ଭ କରିଥିଲେ। ପରେ ଅନେକ ସଂଗଠନ ଏଥିରେ ସାମିଲ ହୋଇଥିଲେ।



ଋତୁସ୍ରାବ ସମୟରେ କଣ କରିବା-


ପ୍ୟାଡ ବା ଶୁଖିଲା ଓ ପରିଷ୍କାର କପଡା ବ୍ୟବହାର କରିବା।
 ବ୍ୟବହାର ପ୍ୟାଡ ବା କପଡାକୁ ଖୋଲା ସ୍ଥାନରେ ପକାନ୍ତୁ ନାହିଁ।
ପ୍ରତି ୪ରୁ ୬ ଘଣ୍ଟାରେ ପ୍ୟାଡ ବା କପଡା ବଦଳାନ୍ତୁ।
ପରିଷ୍କାର ପରିଚ୍ଛନତା ରକ୍ଷା କରନ୍ତୁ ଏବଂ ନିୟମିତ ସ୍ନାନ କରନ୍ତୁ।
ନିୟମିତ ଭାବରେ ସବୁଜ ପନିପରିବା ଓ ଆଇରନ ଥିବା ଖାଦ୍ୟ ଖାଆନ୍ତୁ।


ସାନୀଟାରୀ ପ୍ୟାଡ୍ ସ୍କୁଲ ଗୁଡିକରେ ବିନାମୂଲ୍ୟରେ ଓ ଆଶାଦିଦିଙ୍କ ପାଖରେ ସୁଲଭ ମୂଲ୍ୟରେ ଉପଲବ୍ଧ।