Nandankanan Zoo : ଚିତି କାମୁଡାରେ ସିଂହୀ 'ଗଙ୍ଗା'ର ମୃତ୍ୟୁ, ସାପ ସହ ଏମିତି ବ୍ୟବହାର କଲେ କର୍ତ୍ତୃପକ୍ଷ
Advertisement
Article Detail0/zeeodisha/odisha1199524

Nandankanan Zoo : ଚିତି କାମୁଡାରେ ସିଂହୀ 'ଗଙ୍ଗା'ର ମୃତ୍ୟୁ, ସାପ ସହ ଏମିତି ବ୍ୟବହାର କଲେ କର୍ତ୍ତୃପକ୍ଷ

ଶନିବାର ସକାଳେ ନନ୍ଦନକାନ ଚିଡିଆଖାନାରେ ଗୋଟିଏ ଆଫ୍ରିକୀୟ ସିଂହୀର ମୃତ୍ୟୁ ହୋଇଛି। ମୃତ ସିଂହୀର ନାମ ଗଙ୍ଗା ଓ ତାର ବୟସ ୧୫ ବର୍ଷ ଥିଲା। ଗଙ୍ଗା, ନନ୍ଦନକାନନ ଖୁଆଡ଼ ନଂ ୩୦(ଖ)ରେ ରହୁଥିଲା। ଶୁକ୍ରବାର ହଠାତ ସେ ଅସୁସ୍ଥ ହୋଇଥିଲା। ଗଙ୍ଗା ରହୁଥିବା ଖୁଆଡରେ ଏକ ଚିତି ସାପ ଦେଖିବାକୁ ମିଳିଥିଲା। ସିଂହୀର ପାଣି ପିଇବାକୁ ତିଆରି କୁଣ୍ଡର ନାଳରେ ସାପଟି ଥିଲା। ତେଣୁ ସେହି ସାପ କାମୁଡିବାରୁ ଗଙ୍ଗା ଅସୁସ୍ଥ ହୋଇଥିବା ସନ୍ଦେହ କରି ତାର ଚିକିତ୍ସା କରାଯାଉଥିଲା। 

ସୌ- ସୋସିଆଲ ମିଡିଆ

Nandankanan Zoo : ପୁଣି ଥରେ ନନ୍ଦନକାନନ ଚିଡିଆଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ସର୍ପଦଶଂନରେ ଏକ ଆଫ୍ରିକୀୟ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ସିଂହୀକୁ ଏକ ବିଷାକ୍ତ ସାପ କାମୁଡିଥିଲା। ଚିକିତ୍ସାଧିନ ଅବସ୍ଥାରେ ଶନିବାର ସକାଳେ ଅସୁସ୍ଥ ସିଂହୀର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସିଂହୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚିଡିଆଖାନାର ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ, ଶନିବାର ସକାଳେ ନନ୍ଦନକାନ ଚିଡିଆଖାନାରେ ଗୋଟିଏ ଆଫ୍ରିକୀୟ ସିଂହୀର ମୃତ୍ୟୁ ହୋଇଛି। ମୃତ ସିଂହୀର ନାମ ଗଙ୍ଗା ଓ ତାର ବୟସ ୧୫ ବର୍ଷ ଥିଲା। ଗଙ୍ଗା, ନନ୍ଦନକାନନ ଖୁଆଡ଼ ନଂ ୩୦(ଖ)ରେ ରହୁଥିଲା। ଶୁକ୍ରବାର ହଠାତ ସେ ଅସୁସ୍ଥ ହୋଇଥିଲା। ଗଙ୍ଗା ରହୁଥିବା ଖୁଆଡରେ ଏକ ଚିତି ସାପ ଦେଖିବାକୁ ମିଳିଥିଲା। ସିଂହୀର ପାଣି ପିଇବାକୁ ତିଆରି କୁଣ୍ଡର ନାଳରେ ସାପଟି ଥିଲା। ତେଣୁ ସେହି ସାପ କାମୁଡିବାରୁ ଗଙ୍ଗା ଅସୁସ୍ଥ ହୋଇଥିବା ସନ୍ଦେହ କରି ତାର ଚିକିତ୍ସା କରାଯାଉଥିଲା। 

Also Read: ବିଶ୍ୱର ୨୦ ଦେଶରେ Monkeypox ଆତଙ୍କ : ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ICMR ଦେଲା ଏମିତି ନିର୍ଦ୍ଦେଶ

ପଶୁ ଡାକ୍ତରଙ୍କ ଅନେକ ପ୍ରଚେଷ୍ଟା ପରେ ଚିକିତ୍ସାଧିନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସିଂହୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଗଙ୍ଗାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି। ଗଙ୍ଗାକୁ ୨୦୧୫ ମସିହାରେ ଇସ୍ରାଇଲରୁ ନନ୍ଦନକାନ ଚିଡିଆଖାନାକୁ ଅଣାଯାଇଥିଲା ବୋଲି ଚିଡିଆଖାନାର ଡେପୁଟି ଡାଇରେକ୍ଟର ଡକ୍ଟର ସଞ୍ଜିତ କୁମାର ସୂଚନା ଦେଇଛନ୍ତି।

 

ସେପଟେ ସିଂହୀ ଗଙ୍ଗାକୁ କାମୁଡିଥିବା ସନ୍ଦେହରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତି ସାପକୁ ଅଟକ ରଖାଯାଇଥିଲା। ସାପ ଉପରେ ଏକ ଓଜନିଆ ଲୁହାଛଡ ଲଦାଯାଇଥିବା ଦେଖିବାକୁ ମିଳୁଛି। ସାପ ସହ ଏପରି ବ୍ୟବହାରକୁ ସରୀସୃପପ୍ରେମୀ ନିନ୍ଦା କରିଛନ୍ତି। ପେଶାଦାର ବନ୍ୟପ୍ରାଣୀ ସଂରକ୍ଷକମାନେ ଏପରି ଭାବେ ସାପକୁ ଚାପି ରଖିବା ନିନ୍ଦନୀୟ ବୋଲି ସେମାନେ କହିଛନ୍ତି। ସାପ ଉପରେ ଓଜନ ଲଗିବା ଦ୍ୱାରା ତାର ମେରୁଦଣ୍ଡ ଭାଙ୍ଗିବାର ସମ୍ଭାବନା ଥିବା ସରୀସୃପପ୍ରେମୀ କହିଛନ୍ତି। ଅନେକ ସମୟରେ ସ୍ନେକ ହେଲ୍ପଲାଇନ ସଦସ୍ୟମାନେ ଉଦ୍ଧାର ନାମରେ ସାପର ମୁଣ୍ଡକୁ ଚିପି ଧରନ୍ତି। ସେମାନେ ମଧ୍ୟ ପ୍ରଫେସନାଲ ତରିକା ଆପଣାଇବା ଉଚିତ ବୋଲି ମତ ପ୍ରକାଶ ପାଇଛି।

Trending news