ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ (Mobile Phone) ବର୍ତ୍ତମାନ ଆମର ଦୈନନ୍ଦିନ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମେ ବ୍ୟାଙ୍କିଙ୍ଗ୍, ଅଧ୍ୟୟନ, ଅନେକ ଅଫିସ୍ ଏହାର ସାହାଯ୍ୟରେ କାର୍ଯ୍ୟ କରୁ । ଯଦି ଆପଣଙ୍କର ମୋବାଇଲ୍ ହଜିଯାଇଛି କିମ୍ବା ଚୋରି ହୋଇଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ଚୋରି ହୋଇଥିବା ମୋବାଇଲକୁ ବ୍ଲକ୍ ମଧ୍ୟ କରିପାରିବେ । ଅନ୍ୟ ପଟେ ଯଦି ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ପାଆନ୍ତି, ତେବେ ଆପଣ ଏହାକୁ ଅନଲକ୍ ମଧ୍ୟ କରିପାରିବେ । ଟେଲିକମ୍ ବିଭାଗ Central Equipment Identity Register (CEIR) ନାମକ ଏକ ପ୍ରୋଜେକ୍ଟ ଆରମ୍ଭ କରିଛି । ସମସ୍ତ ମୋବାଇଲ୍ ନେଟୱାର୍କରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଫୋନକୁ ବ୍ଲକ କରିବା, ଚୋରିକୁ ନିରୁତ୍ସାହିତ କରିବା ଓ ଏହିପରି ଫୋନକୁ ଚିହ୍ନିବା ଉଦ୍ଦେଶ୍ୟରେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଏହିପରି କରନ୍ତୁ ଫୋନକୁ ବ୍ଲକ୍
ବ୍ଲକ୍ କରିବାକୁ ଆପଣଙ୍କୁ https://www.ceir.gov.in/Home/index.jsp ୱେବସାଇଟ ଭିଜିଟ କରିବାକୁ ପଡିବ  ।
ହୋମ୍ ପେଜରେ ଆପଣ Block Stolen/Lost ମୋବାଇଲର ଏକ ଲାଲ ରଙ୍ଗର ବଟନ୍ ଦେଖିବେ ।
ଏହା ପରେ ଆପଣଙ୍କ ସାମ୍ନାରେ ଏକ ଫର୍ମ ଖୋଲିବ ।
ଆପଣଙ୍କୁ ମୋବାଇଲ୍ ନମ୍ବର, IMEI 1 / IMEI 2, ଫୋନ୍ କମ୍ପାନୀ ଓ ମଡେଲ୍, ଚୋରି ହୋଇଥିବା ଫୋନ୍ ବିଲ୍ ପରି ଅନେକ ସୂଚନା ପୂରଣ କରିବାକୁ ପଡିବ ।
ସମସ୍ତ ତଥ୍ୟ ପୂରଣ କରିବା ପରେ ଏହାକୁ ସବମିଟ କରନ୍ତୁ ।


ଅଧିକ ପଢ଼ନ୍ତୁ: ପିଲାମାନଙ୍କର ଟିକାକରଣକୁ ନେଇ ଆସିଲା ବଡ଼ ଖବର, AIIMS ନିର୍ଦ୍ଦେଶକ କହିଲେ କେବେ ଦିଆଯିବ ଟିକା


ଏହିପରି କରିପାରିବେ ଅନଲକ୍
ଅନେକ ଥର ଏହା ଘଟେ ଯେ ଫୋନ୍ ବ୍ଲକ୍ କରିବାର କିଛି ଦିନ ପରେ ଆପଣ ଏହାକୁ ପାଇଯାଇଥାନ୍ତି । ଏହି ଉପାୟରେ ଆପଣ ଫୋନକୁ ମଧ୍ୟ ପୁର୍ନବାର ଅନଲକ୍ କରିପାରିବେ । ଯାହାଦ୍ୱାରା ଆପଣ ଏହାକୁ ପୁନର୍ବାର ବ୍ୟବହାର କରିପାରିବେ ।


ଆପଣଙ୍କୁ ୱେବସାଇଟ୍ https://www.ceir.gov.in/Home/index.jsp ଭିଜିଟ କରିବାକୁ ପଡିବ ।
ଏହି ୱେବସାଇଟରେ Un-Block Found Mobile ରେ ଏକ ସବୁଜ ବଟନ୍ ଅଛି ।
ଏହି ବଟନ୍ କ୍ଲିକ୍ କରିବା ପରେ ଆପଣଙ୍କ ସାମ୍ନାରେ ଏକ ଫର୍ମ ଖୋଲିବ ।
ଏଥିରେ ଫୋନ୍ ବ୍ଲକ୍ ସମୟରେ ରିକ୍ୟୁଏଷ୍ଟ ଆଇ ପୂରଣ କରିବାକୁ ପଡିବ ।
ଆପଣଙ୍କୁ ସେହି ମୋବାଇଲ୍ ନମ୍ବର ପୂରଣ କରିବାକୁ ପଡିବ ଯାହା ବ୍ଲକ୍ ସମୟରେ ଦେଇଥିଲେ ।
OTP କନଫର୍ମ ପାଇଁ ଆପଣଙ୍କୁ ଆଉ ଏକ ମୋବାଇଲ୍ ନମ୍ବର ଦେବାକୁ ପଡିବ ।
ସମସ୍ତ ଡିଟେଲସ ପୂରଣ କରିବା ପରେ ସବମିଟ କରନ୍ତୁ ।


ଆହୁରି ପଢ଼ନ୍ତୁ: କୋରୋନା ଦ୍ୱିତୀୟ ଲହରରେ ଦେଶର ଅନାଥ ହେଲେ ଏତିକି ପିଲା, ସରକାର ଦେଲେ ରିପୋର୍ଟ


ଏହି ବିଷୟ ଗୁଡ଼ିକୁ ମନେରଖନ୍ତୁ
ମୋବାଇଲ୍ କିଣିବା ସମୟରେ ମିଳିଥିବା ଯେପରି ଆପଣଙ୍କ ପାଖରେ ରହିଥାଏ ।
ମୋବାଇଲ୍ ଚୋରି ପରେ ଆପଣ ଏକ ଏଫ୍ଆଇଆର୍ ରୁଜୁ କରିବା ଜରୁରୀ ।
ମୋବାଇଲ୍ ଅନଲକ୍ କରିବା ସମୟରେ କିମ୍ବା ବ୍ଲକ୍ କରିବା ସମୟର ଆପଣଙ୍କ ପାଖରେ ସବିଶେଷ ତଥ୍ୟ ରହିବା ଆବଶ୍ୟକ ।