Coronavirus Third Wave: ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ ଜିଡସ୍ କ୍ୟାଡିଲା ପିଲାମାନଙ୍କ ପାଇଁ ଟିକାର ଟ୍ରାୟାଲ ଶେଷ କରିଛି ଓ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନକୁ ଅପେକ୍ଷା କରିଛି । ଏଥି ସହିତ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଭାରତ ବାୟୋଟେକର କୋଭାକ୍ସିନ୍ ଟ୍ରାୟାଲ ମଧ୍ୟ ଶେଷ ହେବ ।
Trending Photos
ନୂଆଦିଲ୍ଲୀ: କୋରୋନାର ତୃତୀୟ ଲହରର (Coronavirus Third Wave) ଆଭାସ ମଧ୍ୟରେ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ (Randeep Guleria) ସୂଚନା ଦେଇଛନ୍ତି ଯେ ପିଲାମାନଙ୍କ ପାଇଁ କୋରୋନା ଟିକାକରଣ (Corona Vaccination) ସେପ୍ଟେମ୍ବର ସୁଦ୍ଧା ଆରମ୍ଭ କରାଯାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୪୨ କୋଟିରୁ ଅଧିକ ଲୋକଙ୍କୁ କୋରୋନା ଟିକା (Corona vaccine) ଦିଆଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟିକାକରଣ (Vaccination) ପାଇଁ ସରକାର ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରଭାବ ଏପର୍ଯ୍ୟନ୍ତ ଶେଷ ହୋଇ ନଥିଲେ ମଧ୍ୟ ତୃତୀୟ ଲହର (Third Wave) ବିଷୟରେ ଚେତାବନୀ ଦିଆଯାଇଛି । ଏହିପରି ସମୟରେ ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ଯାହା ଅନୁଯାୟୀ କୋରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ଅଧିକ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଡକ୍ଟର ରଣଦୀପ ଗୁଲେରିଆ (Randeep Guleria) କହିଛନ୍ତି ଯେ ପିଲାମାନଙ୍କର କୋରୋନା ଟିକା ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।
Bharat Biotech's Covaxin trials for children are presently underway and the results are expected to be released by September: Dr Randeep Guleria, AIIMS Director pic.twitter.com/IzcNppK6OR
— ANI (@ANI) July 24, 2021
ଡକ୍ଟର ଗୁଲେରିଆ କହିଛନ୍ତି ଯେ ଜିଡସ୍ କ୍ୟାଡିଲା ପିଲାମାନଙ୍କ ପାଇଁ ଟିକାର ଟ୍ରାୟାଲ ଶେଷ କରିଛି ଓ ସେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନକୁ ଅପେକ୍ଷା କରିଛନ୍ତି । ଡକ୍ଟର ଗୁଲେରିଆ କହିଛନ୍ତି ଯେ ଭାରତ ବାୟୋ ଟେକ୍ ଦ୍ୱାରା ପିଲାମାନଙ୍କ ପାଇଁ ପ୍ରସ୍ତୁତ କୋଭାକ୍ସିନ୍ ଟେଷ୍ଟ ମଧ୍ୟ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ । ସେ କହିଛନ୍ତି ଯେ କୋରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟ୍ରାୟଲ ତୁରନ୍ତ ପରେ ଖୁବ ଶୀଘ୍ର ଟିକା ଦିଆଯିବ ।
ପି-ଫାଇଜର ଦ୍ୱାରା ପ୍ରସ୍ତୁତ ପିଲାମାନଙ୍କ ଟିକା ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ଖାଦ୍ୟ ଓ ଡ୍ରଗ୍ ରେଗୁଲେଟର ଦ୍ୱାରା ଅନୁମୋଦିତ ହୋଇଛି । ଏଭଳି ପରିସ୍ଥିତିରେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇପାରିବ ବୋଲି ଆଶା କରାଯାଉଛି । କୋରୋନା ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଟିକାକରଣକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ।