ନୂଆଦିଲ୍ଲୀ: କ୍ରିକେଟ୍ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ଖେଳ ମଧ୍ୟରୁ ଅନ୍ୟତମ । ଏହି ଖେଳକୁ ଦେଶର କୋଟି କୋଟି ଲୋକ ଅତି ଉତ୍ସାହ ସହ ଦେଖନ୍ତି ଓ ଉପଭୋଗ କରନ୍ତି । ଖେଳରେ ଜୟ-ପରାଜୟ ଲାଗି ରହିଥାଏ । କିନ୍ତୁ ବର୍ତ୍ତମାନ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଲଜ୍ଜିତ କରିଛି । ବୁଧବାର କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ୧୬୦ ରନର ପିଛା କରୁଥିବା ମହେନ୍ଦ୍ର ସିଂ ଧୋନି (MS Dhoni) ଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (CSK)  ୧୦ ରନରେ ପରାଜିତ ହୋଇଥିଲା । ମ୍ୟାଚ୍ ପରେ ଅଧିନାୟକ ଧୋନିଙ୍କ ସମେତ କିଛି ସିଏସକେ ବ୍ୟାଟ୍ସମ୍ୟାନ୍ ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଥିଲେ । ଯେଉଁଥିରେ କେଦାର ଯାଦବ ମୁଖ୍ୟ ଥିଲେ । ସେ ୧୨ ବଲରେ ମାତ୍ର ୭ ରନ୍ ସଂଗ୍ରହ କରିଥିଲେ । ଲଜ୍ଜାଜନକ ବିଷୟ ହେଉଛି ଯେ କିଛି ୟୁଜର୍ସ ମଧ୍ୟ ଧୋନିଙ୍କ ସହ ତାଙ୍କ ୫ ବର୍ଷର ଝିଅ ଜିଭା (Ziva) ଙ୍କ ବିରୋଧରେ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି ।



COMMERCIAL BREAK
SCROLL TO CONTINUE READING

ଖେଳାଳିଙ୍କ ଖରାପ ପ୍ରଦର୍ଶନ ଉପରେ ଆମେ ପୂର୍ବରୁ ଦେଖିସାରିଛୁ ଯେ ସେମାନଙ୍କ ପତ୍ନୀ ଏବଂ ଗର୍ଲଫ୍ରେଣ୍ଡମାନଙ୍କୁ ଟ୍ରୋଲ କରାଯାଇଛି । ଏହା ପ୍ରଥମ ଥର ଦେଖାଯାଇଛି ଯେ ଯଦି ପ୍ରିୟ ଦଳ ଗୋଟିଏ ମ୍ୟାଚ୍ ହାରିଯାଏ, ତେବେ ବର୍ତ୍ତମାନ ସେମାନଙ୍କର ପିଲା ଏବଂ ନାବାଳିକାଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ଧୋନିଙ୍କ ପାଞ୍ଚ ବର୍ଷର ଝିଅକୁ ଧମକ ଦେଉଥିବା କିଛି ଟ୍ୱିଟ୍ ଓ ଫେସବୁକ୍ ପୋଷ୍ଟ ସାମ୍ନାକୁ ଆସିଛି । ଏହି ଅନେକ ପୋଷ୍ଟରେ ଧୋନିଙ୍କ ଝିଅକୁ ଦୁଷ୍କର୍ମର ଧମକ ଦିଆଯାଇଛି । ବୁଧବାର ପରାଜୟ ପରେ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ସିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଧମକ ଦିଆଯାଇଥିଲା ।



ଅଧିକ ପଢ଼ନ୍ତୁ:-ଶୀତରେ ୪ ଗୁଣ ଅଧିକ ଶକ୍ତିଶାଳୀ ହେବ କୋରୋନା ଭୂତାଣୁ, କୋଭିଡ ବିଶେଷଜ୍ଞ ପ୍ୟାନେଲର ଚେତାବନୀ


ଇଣ୍ଡିଆନ ପ୍ରିମିୟର ଲିଗର ୧୩ ତମ ସିଜନର ୨୧ ତମ ମ୍ୟାଚ୍ ବୁଧବାର କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ମଧ୍ୟରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମ (Sheikh Zayed Stadium) ରେ ଖେଳାଯାଇଥିଲା । କୋଲକାତା ଦଳ ଏହି ମ୍ୟାଚକୁ ୧୦ ରନରେ ଜିତିଥିଲା । ଆଇପିଏଲ ୨୦୨୦ରେ ଏହା ଚେନ୍ନାଇ ଦଳର ଚତୁର୍ଥ ପରାଜୟ ହୋଇଥିବାବେଳେ କେକେଆରର ଦ୍ୱିତୀୟ ବିଜୟ ଥିଲା ।


ଅଧିକ ପଢ଼ନ୍ତୁ:-ଋଷର କୋରୋନା ଭ୍ୟାକ୍ସିନର ମେଗା ଟ୍ରାୟଲ କରିବାକୁ ମନା କଲା ଭାରତ, ଜାଣନ୍ତୁ ଏହାର କାରଣ


ଏହି ମ୍ୟାଚରେ କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ରାହୁଲ ତ୍ରିପାଠୀଙ୍କ ଦମଦାର୍ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ଏହିପରି ଭାବରେ ଚେନ୍ନାଇ ସାମ୍ନାରେ ବିଜୟ ପାଇଁ ୧୬୮ ରନ୍ ଲକ୍ଷ୍ୟ ଥିଲା । କିନ୍ତୁ ଦଳ ୨୦ ଓଭର ଖେଳି ୫ ୱିକେଟ୍ ହରାଇ ୧୫୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଏବଂ ମ୍ୟାଚ୍ ୧୦ ରନରେ ହାରି ଯାଇଥିଲା । ମ୍ୟାଚ୍ ପରେ ଅଧିନାୟକ ଧୋନିଙ୍କ ସମେତ କିଛି CSK ଖେଳାଳି ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଥିଲେ ।