`ରଣବୀର, ଅର୍ଜୁନ ଏବଂ ଡିନୋ ମୋରିୟାଙ୍କୁ ଫସାଇବା ପାଇଁ ଏନସିବି ମୋ ଉପରେ ଚାପ ପକାଉଛି`
Bollywood Drug Case: ଏନସିବି ଉପରେ କରଣ ଜୋହରଙ୍କ କମ୍ପାନୀ ଧର୍ମା ଏଣ୍ଟରଟେନମେଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତଜ ପ୍ରସାଦ (Kshitij Prasad) ଙ୍କୁ ହଇରାଣ କରିବାର ଅଭିଯୋଗ ଆସିଛି
ନୂଆଦିଲ୍ଲୀ: Bollywood Drug Case: ବଲିଉଡରେ ଡ୍ରଗ୍ସ ଏଙ୍ଗଲର ଅନୁସନ୍ଧାନ କରୁଥିବା ଏଜେନ୍ସି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ପ୍ରଶ୍ନ ଘେରରେ ଆସିଯାଇଛି । ଏନସିବି ଉପରେ ଏହି ଅଭିଯୋଗ ଆସୁଛି ଯେ ସେ ଚାପ ପକାଇ ନିଜ ମନଇଚ୍ଛା କାମ କରିବାକୁ ଚାହୁଁଛି । ଅନ୍ୟପକ୍ଷରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ହତ୍ୟା କହୁଥିବା କିଛି ଟିଭି ଚ୍ୟାନେଲ ଏମ୍ସ ରିପୋର୍ଟ ଉପରେ ନୀରବତା ରକ୍ଷା କରିଛନ୍ତି । ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ନୁହେଁ ଆତ୍ମହତ୍ୟା ଥିଲା ।
ଏନସିବି ଉପରେ କରଣ ଜୋହରଙ୍କ କମ୍ପାନୀ ଧର୍ମା ଏଣ୍ଟରଟେନମେଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତଜ ପ୍ରସାଦ (Kshitij Prasad) ଙ୍କୁ ହଇରାଣ କରିବାର ଅଭିଯୋଗ ଆସିଛି । କ୍ଷତିଜଙ୍କ ଓକିଲ ସତୀଶ ମାନଶିନ୍ଦେ ଅଭିଯୋଗ କରିଥିଲେ ଯେ, ତାଙ୍କ ମହକିଲ ଉପରେ ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ନାମ ନେବା ପାଇଁ ଚାପ ପକାଯାଇଛି ।
ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟକୁ ବଡ଼ ଝଟକା, ଆଉ ଏକ ଦଳ ଛାଡ଼ିଲା ସାଥ୍
ବର୍ତ୍ତମାନ ପ୍ରସାଦଙ୍କ ତରଫରୁ କୋର୍ଟଙ୍କୁ କୁହାଯାଇଛି ଯେ, ଏନସିବି ଅଧିକାରୀମାନେ ତାଙ୍କୁ ଫିଲ୍ମ ତାରକା ରଣବୀର କପୁର, ଅର୍ଜୁନ ରାମପାଲ ଏବଂ ଡିନୋ ମୋରିୟାଙ୍କୁ ଫସାଇବା ପାଇଁ ଚାପ ପକାଇଛନ୍ତି । ତେବେ ଏନସିବି ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛି ଯେ, ସେ ବହୁତ ପ୍ରୋଫେଶନାଲ ଭାବେ ଯାଞ୍ଚ କରୁଛି ।
କ୍ଷିତିଜ କୋର୍ଟଙ୍କୁ କହିଛନ୍ତି ଯେ, ଅନେକ ଥର ଏହି ବିଷୟରେ ମନା କରାଯିବା ସତ୍ତ୍ୱେ ସେ ଏହି ଚଳଚ୍ଚିତ୍ର ଅଭିନେତ୍ରୀମାନଙ୍କୁ ଜାଣନ୍ତି ନାହିଁ ଏବଂ ଡ୍ରଗ୍ସ ସହ ଜଡ଼ିତ ଅଭିଯୋଗ ବିଷୟରେ ତାଙ୍କର କୌଣସି ସୂଚନା ନାହିଁ । ତାଙ୍କୁ ନିର୍ଯାତନା ଦିଆଯାଉଛି । ମିଛ ବୟାନରେ ଦସ୍ତଖତ କରିବାକୁ ତାଙ୍କୁ ଏନସିବି ପକ୍ଷରୁ କୁହାଯାଇଛି ବୋଲି କ୍ଷିତିଜ କହିଛନ୍ତି ।
କ୍ଷିତିଜ ପ୍ରସାଦ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଏନସିବିରେ ହେପାଜତରେ ରହିଥିଲେ । ଶନିବାର କୋର୍ଟ ତାଙ୍କୁ ଅକ୍ଟୋବର ୬ ଯାଏ ଜେଲ ପଠାଇଛନ୍ତି ।