COMMERCIAL BREAK
SCROLL TO CONTINUE READING

Smoking Cause Cancer: ତମାଖୁ(Tabacco) ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ କର୍କଟ(cancer) ରୋଗର କାରଣ ହୋଇପାରେ। ପ୍ରତ୍ୟେକ ସିଗାରେଟ୍ ଡବାରେ ଆପଣ ଏହା ଚିତ୍ର ସହ ଲେଖା ହୋଇଥିବା ଦେଖିବାକୁ ମିଳିଥାଏ। ସବି ଜାଣି ମଧ୍ୟ ଅନେକ ଲୋକ ସିଗାରେଟ(Cigarette) ଅଭ୍ୟାସ ଛାଡ଼ି ପାରନ୍ତି ନାହିଁ।ତେବେ ଆପଣ ଶୁଣିଥିବେ ଯେ ଯେଉଁମାନେ ସିଗାରେଟ ପିଅନ୍ତି ପ୍ରାୟତଃ ସେମାନେ କର୍କଟ ରୋଗର ଶୀକାର ହୋଇଥାନ୍ତି।କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଯେଉଁମାନେ ସିଗାରେଟ୍ ଟାଣୁଥିବା ବ୍ୟକ୍ତିଙ୍କ ସହ ବସବାସ କରନ୍ତି ସେମାନେ ମଧ୍ୟ କର୍କଟ ରୋଗର ସମ୍ମୁଖୀନ ହୋଇଥାନ୍ତି। ଏପରି ଏକ ଘଟଣା ହାଇଦ୍ରାବାଦର ନଳିନୀଙ୍କ ସହ ଘଟିଥିବା ଦେଖିବାକୁ ମିଳିଥିଲେ। ସ୍ୱାମୀଙ୍କ ସିଗାରେଟ୍ ନିଶା କାରଣରୁ ସେ କର୍କଟ ରୋଗରେ ସମ୍ମୁଖୀନ ହୋଇଥିଲେ।


ହାଇଦ୍ରାବାଦର ନଲିନିଙ୍କ କର୍କଟ ରୋଗ କାହାଣୀ-


ପ୍ରକାଶିତ ଖବର ଅନୁଯାୟୀ, ନଲିନୀ ସତ୍ୟନାରାୟଣ ନାମକ ହାଇଦ୍ରାବାଦର ଜଣେ ମହିଳା ୨୦୧୦ ଜାଣିବାକୁ ପାଇଥିଲେ ଯେ ସେ କର୍କଟ ରୋଗରେ ପୀଡ଼ିତ। ସେ ତାଙ୍କ ଜୀବନରେ କେବେ ବି ତମାଖୁ ସେବନ କରି ନାହାଁନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ ଯଦି ସେ କେବେ ତମାଖୁ ସେବନ କରି ନାହାଁନ୍ତି ତେବେ ସେ କିପରି ଏପରି ଏକ ବଡ଼ ରୋଗର ସମ୍ମୁଖୀନ ହେଲେ। ତେବେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟକୁ ଦେଇଥିବା ଏକ ଇଣ୍ଟରଭିଉରେ କହିଥିଲେ ଯେ ‘ମା ବିବାହକୁ ୩୩ ବର୍ଷ ହୋଇଗଲାଣି। ମୋ ସ୍ୱାମୀଙ୍କର ସବୁବେଳେ ସିଗାରେଟ୍ ପିଇବାର ଅଭ୍ୟାସ ଅଛି, ମୋତେ ଏହି ସିଗାରେଟର ଧୁଆଁ ବିଲକୁଲ୍ ପସନ୍ଦ ନୁହେଁ ତଥାପି ମୁଁ ଏହି ରୋଗର ଶୀକାର ହୋଇଗଲି’।ତେବେ ଏଥିରୁ ଆପଣ ବୁଝି ପାରୁଥିବେ ଯେ ଆପଣଙ୍କ ପାଖରେ ସିଗାରେଟ ଟାଣୁଥିବା ଲୋକଙ୍କ ଦ୍ୱାରା ଆପଣଙ୍କୁ ମଧ୍ୟ କର୍କଟ ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ।


କେତେ ଲୋକ ଏହିପରି ଜୀବନ ହାରିଥାନ୍ତି ?


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ତମାଖୁ ସେବନ ହେତୁ ପ୍ରତିବର୍ଷ ପ୍ରାୟ ୮ ନିୟୁତ ଲୋକ କର୍କଟ ରୋଗରେ ପ୍ରାଣ ହରାଇଥାନ୍ତି। ଏଥିରେ ୧୨ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ତମାଖୁ ସେବନ ହେତୁ ପରୋକ୍ଷରେ ମୃତ୍ୟୁ ବରଣ କରିଥାନ୍ତି।  ଅର୍ଥାତ୍, ଏହି ଲୋକମାନେ କେବଳ ସିଗାରେଟ୍ ଟାଣୁଥିବା ଲୋକଙ୍କ ସହିତ ଜୀବନଯାପନ କରନ୍ତି । ଅନ୍ୟପକ୍ଷରେ, ଯଦି ଆମେ ଭାରତ କଥା କହିବା, ତେବେ WHO ର ରିପୋର୍ଟ ଅନୁଯାୟୀ, ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୧୩.୫ ଲକ୍ଷରୁ ଅଧିକ ଅଟେ।


ଲୋକମାନେ ତମାଖୁରୁ ନିବୃତ୍ତ ହେଉଛନ୍ତି-


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ଲୋକମାନେ ତମାଖୁର ବିପଦ ବିଷୟରେ ଅବଗତ ହେଉଛନ୍ତି। ଯାହାଦ୍ୱାରା ଆଗ ତୁଳନାରେ ବର୍ତ୍ତମାନ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ୨୦୦୦ ରୁ ୨୦୨୦ ମସିହାର ତୁଳନାରେ, ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି ।୨୦୦୦ ବର୍ଷ ପରି, ଯେଉଁଠାରେ ୧୫ ବର୍ଷରୁ ଅଧିକ ୩୨ ପ୍ରତିଶତ ଲୋକ ତମାଖୁ ବ୍ୟବହାର କରୁଥିଲେ। ଏଥି ସହିତ, ୨୦୨୦ ମସିହାରେ ଏହି ସଂଖ୍ୟା ୨୦ ପ୍ରତିଶତକୁ ହ୍ରାସ ପାଇଛି।


Also Read: Ravivar Upay: ଜୀବନରେ ସଫଳତା ପାଇବା ପାଇଁ ରବିବାର ଦିନ କରନ୍ତୁ ଏହି ୭ଟି ଉପାୟ


Diabetes Control: ମଧୁମେହ ନିୟନ୍ତ୍ରଣ କରିବା ପାଇଁ ଆଜି ଠାରୁ ଆରମ୍ଭ କରନ୍ତୁ ୭ ଘରୋଇ ଉପଚାର