Ravivar Upay: ଜୀବନରେ ସଫଳତା ପାଇବା ପାଇଁ ରବିବାର ଦିନ କରନ୍ତୁ ଏହି ୭ଟି ଉପାୟ
Advertisement
Article Detail0/zeeodisha/odisha1812024

Ravivar Upay: ଜୀବନରେ ସଫଳତା ପାଇବା ପାଇଁ ରବିବାର ଦିନ କରନ୍ତୁ ଏହି ୭ଟି ଉପାୟ

Sunday Remedies: ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । 

ସୌ(ସୋସିଆଲ ମିଡିଆ)

Ravivar Upay: ଜାତକରେ ଗ୍ରହ ମାନଙ୍କର ସ୍ଥିତିକୁ ନେଇ ମଣିଷ ଜୀବନରେ ଶୁଭ ଓ ଅଶୁଭ ଫଳାଫଳ ଦେଖିବାକୁ ମିଳିଥାଏ । ଜାତକର ଖରାପ ପ୍ରଭାବ ହେତୁ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସାମ୍ନା ହେବାକୁ ପଡି଼ଥାଏ । ସନାତନ ଧର୍ମରେ ସୂର୍ଯ୍ୟଦେବଙ୍କୁ ଏକମାତ୍ର ବିଦ୍ୟମାନ ଦେବତା ଭାବରେ ବିବେଚନା କରାଯାଇଛି। ଯେଉଁ ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ଥାଏ ସେହି ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି ଓ ଧନ ଓ ଖାତି ବୃଦ୍ଧି ପାଇଥାଏ । ସେହିପରି ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ ।

ସୂର୍ଯ୍ୟାଦୋୟ ପୂର୍ବରୁ ଉଠି କରନ୍ତୁ ଏହି କାମ

ରବିବାର ଛୁଟି ଦିନ ହୋଇଥିବାରୁ ଅଧିକାଂଶ ଲୋକ ଏହି ଦିନ ବିଳମ୍ବରେ ଉଠିଥାଆନ୍ତି । ତେବେ ଏପରି କରିବା ଦ୍ବାରା ସୂର୍ଯ୍ୟ ଦେବଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି କୁହାଯାଏ । ତେଣୁ ରବିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରିବା ପରେ ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ:ଓମ୍ ନାମୋ ଭାସ୍କର ନମଃ” ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ମନେ ରଖନ୍ତୁ ଯେ, ସର୍ବଦା ତମ୍ବା ପାତ୍ରରେ ହିଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ଏହି ପାଣିରେ ନାଲି ଫୁଲ, ଅକ୍ଷତ ଓ ମିଶ୍ରି ମିଶାଇ ଅର୍ପଣ କରିବା ଅଧିକ ଲାଭଦାୟୀ ହୋଇଥାଏ । ନିୟମିତ ଭାବେ ଏପରି କରିବା ଦ୍ବାରା ସୂର୍ଯ୍ୟ ଦେବ ପ୍ରସନ୍ନ ହେବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ଘର ଦ୍ୱାରରେ ଲଗାନ୍ତୁ ଘିଅ ଦୀପ

ରବିବାର ଦିନ ଦୁଇଟି ଘିଅ ଦୀପକୁ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଜଳାନ୍ତୁ । ଏପରି କରିବା ଦ୍ବାରା ସୂର୍ଯ୍ୟ ଦେବଙ୍କ ସହ ମାଆ ଲକ୍ଷ୍ମୀ ମଧ୍ଯ ସନ୍ତୁଷ୍ଟ ହୋଇଥାଆନ୍ତି । ଏହି ଉପାୟ କରିବା ଦ୍ବାରା ଘରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଚନ୍ଦନ ଲଗାଇ ଘରୁ ବାହାରନ୍ତୁ 

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ପରେ, ଚନ୍ଦନ ତିଲକ ଲଗାଇ ଘରୁ ବାହାରକୁ ଯାଆନ୍ତୁ । ଏହା କରିବା ଦ୍ବାରା କାର୍ଯ୍ୟରେ ଆସୁଥିବା ବାଧ୍ୟା ଦୂର ଦେବା ସହ ଜୀବନରେ ସଫଳତା ମିଳିଥାଏ ।

ସ୍ଥାପନା କରନ୍ତୁ ଏହି ପ୍ରତିମା

ଘରର ଉତ୍ତର-ପୂର୍ବ କୋଣରେ ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମା ସ୍ଥାପନ କରି ଦୀପ ଜାଳନ୍ତୁ । ଏପରି କରିବା ଦ୍ବାରା ଘରେ ଅଖଣ୍ଡ ଲକ୍ଷ୍ମୀ ବାସ କରିଥାଆନ୍ତି। ଯାହାଦ୍ବାରା ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ ।

ପିନ୍ଧନ୍ତୁ ନାଲି ପୋଷାକ

ରବିବାର ନାଲି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ ।  ଯଦି କୌଣସି କାର୍ଯ୍ୟରେ ବାଧ୍ଯା ଆସୁଥାଏ ତାହାଲେ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସହିତ ନାଲି ରଙ୍ଗର ପୋଷାକ ପିନ୍ଧି ବାହାରକୁ ଯାଆନ୍ତୁ । ଏହି ଦିନ ସୂର୍ଯ୍ୟ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଉଳ, କ୍ଷୀର, ଗୁଣ୍ଡ ଓ ପୋଷାକ ଦାନ କରନ୍ତୁ । ଏପରି କରିବା ଦ୍ବାରା ସମସ୍ତ ପ୍ରତିବନ୍ଧକ ଦୂର ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।

ଆର୍ଥିକ ସମସ୍ୟା ଥିଲେ

ଆର୍ଥିକ୍ ସମସ୍ୟାର ସମାଧାନ ଲାଗି ରବିବାର ଦିନ ସୂର୍ଯ୍ୟଦେବଙ୍କ ସହ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହାସହ ମହାଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ । ଏହି ଉପାୟ କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କ ସହିତ ସୂର୍ଯ୍ୟ ଦେବତା ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ଧନଧାନ୍ୟ ବୃଦ୍ଧି ପାଇଥାଏ ।

କାର୍ଯ୍ୟରେ ବାଧ୍ୟା ଆସୁଥିଲେ 

ଯଦି ଆପଣଙ୍କର କୌଣସି କାମ ଦୀର୍ଘ ସମୟ ଧରି ଅଟକି ରହିଛି  । ତାହାଲେ ରବିବାର ଦିନ ଚାଉଳ ଓ ଗୁଡ଼କୁ ମିଶ୍ରଣ କରି ଜଳରେ ପ୍ରବାହିତ କରନ୍ତୁ । ଏହି ପ୍ରତିକାର ଦ୍ବାରା ସୂର୍ଯ୍ୟ ଦେବ ଆଶୀର୍ବାଦ ପ୍ରାପ୍ତ ହେବା ସହ କାର୍ଯ୍ୟରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହୋଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)