Budh Gochar 2024: ବୁଧଙ୍କ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ରହିବନି ଧନର ଅଭାବ!

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବ୍ୟବସାୟ, ଧନ ଓ ସମ୍ମାନର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ସେପ୍ଟେମ୍ବର ୨୩ ତାରିଖ, ସକାଳ ୧୦ଟା ୧୫ ମିନିଟ୍ ସମୟରେ କନ୍ୟା ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ବଡ଼ ପ୍ରଭାବ ପକାଇବ। କିଛି ରାଶିକୁ ଶୁଭଫଳ ପ୍ରଦାନ କରିଥିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ । ଯଦି ରାଶି ବା ଜାତକରେ ବୁଧଙ୍କ ସ୍ଥିତି ସୁଦୃଢ ଥାଏ। ତେବେ, ବ୍ୟକ୍ତି ଜୀବନରେ ସମସ୍ତ ସୁଖ ସମୃଦ୍ଧି ଲାଭ କରିଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଏହି ଚଳନ କେଉଁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।

Narmada Behera Tue, 03 Sep 2024-9:51 am,
1/3

କର୍କଟ: ବୁଧଙ୍କ ଏହି ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ଅବଧି ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବଢିବ। କିନ୍ତୁ କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ ନିଜ ସହକର୍ମୀଙ୍କ ସହ ଦେଖିଚାହିଁ କଥା ହେବା ଉଚିତ୍। ନିଜର କୌଣସି ବ୍ୟକ୍ତିଗତ ସମସ୍ୟା ନିଜ ଲୋକଙ୍କ ସହ ଆଲୋଚନା କରନ୍ତୁ ନାହିଁ। ନଚେତ୍ ଭବିଷ୍ୟତରେ ସମସ୍ୟାରେ ପଡି ପାରନ୍ତି। ବୈବାହିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଅବିବାହିତମାନଙ୍କ ପାଇଁ ଭଲ ବିବାହ  ପ୍ରସ୍ତାବ ଆସିପାରେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କୁ ଭଲ ରେଜଲ୍ଟ ମିଳିବ। ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ।

ALSO READ: Petrol Diesel Price Today: ପୁଣି ରାଜ୍ୟରେ ବଢିଲା ତେଲ ରେଟ୍, ଜାଣନ୍ତୁ ଲିଟର ପିଛା କେତେ ହେଲା ବୃଦ୍ଧି?

ALSO READ: Shani Gochar 2024: ଶନିଙ୍କ କୃପାରୁ ଆଜିଠୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସହ...

2/3

  ସିଂହ: ବୁଧଙ୍କ କୃପାରୁ ଏହି ରାଶିଙ୍କ ଉଜ୍ଜଳମୟ ହେବାକୁ ଯାଉଛି। ଏ-ହି ଅବଧି ମଧ୍ୟରେ ନିଜ ପିତାମାତାଙ୍କ ସହ ଧାର୍ମିକ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ବିଗିଡି଼ପାରେ। ବ୍ୟବସାୟୀମାନେ ଧାର-କରଜ କିମ୍ବା କୌଣସି ସ୍ଥାନରୁ ଋଣ ଆଣିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରହିବା ଭଲ। ବୈବାହିକ ଜୀବନରେ ଟଙ୍କା-ପଇସାକୁ ନେଇ ଝଡ଼ ଉଠିପାରେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବା ସହ ଦାମୀ ଉପହାର ପାଇବେ। ଦିର୍ଘ ଦିନ ଧରି ନିଜ ସମ୍ପର୍କୀୟ ସହ ଲାଗି ରହିଥିବା ବିବାଦ ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

3/3

ତୁଳା: ବୁଧଙ୍କ କୃପାରୁ ଏହି ରାଶିର ଲୋକମାନେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଭଲ ରହିଛି। ଚେଷ୍ଟା ଜାରି ରଖନ୍ତୁ  ସଫଳତା ନିଶ୍ଚେୟ ପାଇବେ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆମଦାନୀ-ରପ୍ତାନୀ କ୍ଷେତ୍ରରେ ଜଡ଼ିତ ଥିବା ଲୋକେ ବ୍ୟବସାୟରେ ଭଲ ଲାଭ ପାଇବେ। ଆୟରେ ବୃଦ୍ଧି ଘଟିବ। ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। କିନ୍ତୁ ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ଅଘଟଣର ସାମ୍ନା କରିପାରନ୍ତି।  ଏହି ଅବଧି ମଧ୍ୟରେ ଗାଡି଼ କିମ୍ବା ଜମି କ୍ରୟ କରିପାରନ୍ତି।  ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link