Budhaditya Yog: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଦ୍ଧାଦିତ୍ୟ ଯୋଗ! ଆସନ୍ତାମାସରୁ ଆରମ୍ଭ ହେବ ଶୁଭ ସମୟ!

Budhaditya Yog: ବୌଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି-କ୍ରମରେ, ଗ୍ରହମାନଙ୍କର ସକଳ ଶକ୍ତିର ଆଧାର ସୂର୍ଯ୍ୟ ଅକ୍ଟୋବର ୧୬ ତାରିଖରେ ତୁଳା ରାଶିରୁ ଚଳନ କରିବେ। ଯେଉଁ ରାଶିକୁ ଅକ୍ଟୋବର ୧୯ ତାରିଖରେ ଶୁକ୍ର ବିରାଜମାନ କରିବେ। ଗୋଟିଏ ରାଶିରେ ଶୁକ୍ର-ସୂର୍ଯ୍ୟଙ୍କ ମିଳନ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରୁଛି। ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ ଓ ସୌନ୍ଦର୍ଯ୍ୟର କାରକ ବୋଲି ବିବେଚନା କରାଯାଏ। ଏ-ହି ଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଇଛି। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Thu, 26 Sep 2024-9:52 am,
1/3

ତୁଳା: ବୁଦ୍ଧାଦିତ୍ୟ ଯୋଗ  ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ।  ଏହି ଅବଧି ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ।  କ୍ୟାରିୟରକୁ ନେଇ କୌଣସି ବଡ଼ ଖୁସି ଖବର ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦର ଅନ୍ତ ଘଟିବ। ପରିବାର ସହ ଦୂର ଯାତ୍ରା କରିବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ଯାହାକୁ ନେଇ କ୍ଲାନ୍ତି ଅନୁଭବ କରିବେ। 

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଆଗମୀ ସପ୍ତାହ ରହିବ ଅତ୍ୟନ୍ତ ଶୁଭ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ ବ୍ୟବସାୟରୁ ମିଳିବ ଲାଭ!

ALSO READ: Sahoo Bhauja Viral Video: ସୁଇମିଙ୍ଗ୍ ପୁଲରେ ସାହୁ ଭାଉଜଙ୍କ ମସ୍ତି, ଦେଖନ୍ତୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ

2/3

ବିଛା: ବୁଦ୍ଧାଦିତ୍ୟ ଯୋଗ ଏହି ରାଶିର ଜୀବନରେ ସକରାତ୍ମକ ପ୍ରଭାବ ପକାଇବ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବିଶେଷକରି, ସରକାରୀ ଚାକିରିଆଙ୍କ ପାଇଁ ସମୟ ଭଲ ରହିବ। ପଦୋନ୍ନତି ମିଳିବା ସହ ଦରମା ବଢିବ। ମନ ପସନ୍ଦର ସ୍ଥାନକୁ ଟ୍ରାନ୍ଫଫର ହେବ। ପାରିବାରିକ ଜୀବନ ସୁଖମୟ ହେବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବିଦେଶରେ ପାଠପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପାର୍ଟନର-ସିପ୍ ରେ ଥିବା ବ୍ୟବସାୟୀମାନେ ଲାଭବାନ୍ ହେବେ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ରୋମାଣ୍ଟିକ୍ ଡେଟ୍ ରେ ଯିବେ। 

 

3/3

ସିଂହ:  ଶୁକ୍ର ଓ ସୂର୍ଯ୍ୟଙ୍କ ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ହେବାକୁ ଯାଉଛି। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସମୟ ଅନୁକୂଳ ରହିଛି।  ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ନିଜ ସାଥୀଙ୍କ ସହ କଥାବାର୍ତ୍ତା କଲା ବେଳେ ଦେଖିଚାହିଁ କଥା ହୁଅନ୍ତୁ ନଚେତ୍  ସମ୍ପର୍କରେ ଫାଟ ସୃଷ୍ଟି ହୋଇପାର। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link