Advertisement
Photo Details/zeeodisha/odisha2447038
photoDetails0hindi

Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଆଗମୀ ସପ୍ତାହ ରହିବ ଅତ୍ୟନ୍ତ ଶୁଭ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ ବ୍ୟବସାୟରୁ ମିଳିବ ଲାଭ!

Weekly Special Horoscope 30 September to 6 October 2024: ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି। ଆଗକୁ ଆସୁଛି ପାର୍ବଣ ଋତୁ। ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେଉଛି ନବରାତ୍ରୀ। ଜଗତଜନନୀ ମା ଦୁର୍ଗା ଧରବତରଣ କରିବେ। ୯ ଦିନ ଧରି  ବିଭିନ୍ନ ରୂପରେ ପୂଜାପାଇବେ ମାଆ ଦୁର୍ଗା। ନବରାତ୍ରୀର ସପ୍ତାହ କିପରି କଟିବ?  ନୂଆ ସପ୍ତାହରେ କିପରି ରହିବ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା ସହ ଆର୍ଥିକ ଓ ବ୍ୟବସାୟିକ ସ୍ଥିତି। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବା ସହ ଆଉ କିଛିର ରାଶିର ବ୍ୟକ୍ତିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ କିଭଳି ରହିବ ଆଗାମୀ ସପ୍ତାହ?

 

1/12

ମେଷ: ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କଠିନ ପରିଶ୍ରମର ଫଳ ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବେ।  କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିବ। ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କାକୁ ନେଇ ପାଇବା ନେଇ ଟେନସନରେ ରହିବେ।  ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଭଲ ସମୟ ବିତେଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଅସୁସ୍ଥତା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ସେୟାର ବଜାର ଓ ଲଟେରୀ ରୁ ଲାଭ ପାଇବେ।

ALSO READ: Sukra Surya Yuti 2024: ତୁଳାରେ ଶୁକ୍ର-ସୂର୍ଯ୍ୟ ସୃଷ୍ଟି କରିବାକୁ ଯାଉଛନ୍ତି ଦୁର୍ଲଭ ଯୋଗ, ଏହିସବୁ ରାଶିର ଆରମ୍ଭ ହେବାକୁ ଯାଉଛି ଶୁଭ ସମୟ

ALSO READ: Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, କ୍ୟାରିୟରକୁ ନେଇ ମିଳିବ ଗୁଡ୍ ନ୍ୟୁଜ୍!

2/12

ବୃଷ: ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ବେଶ୍ ଖାସ୍ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ସାଥ୍ ଦେବ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ଆସନ୍ତା ସପ୍ତାହ ଭଲ ରହିବ। ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି । ସେମାନେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବାର ସମର୍ଥ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। ଇଶ୍ବରଙ୍କ ଉପରେ ଆଶା ଓ ଭରସା ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶରେ ପାଠ-ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପ୍ରେମୀମାନେ ନିଜ ସାଥୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ବୈବାହିକ ଜୀବନ ଅଧିକ ସୁଖମୟ ହେବ। 

 

3/12

ମିଥୁନ: ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ନୂତନ ନିଯୁକ୍ତି ମିଳିବ। କ୍ୟାରିୟର କୁ ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବାକୁ ପଡିପାରେ। କୌଣସି କାର୍ଯ୍ୟ ପାଇଁ ଗୁରୁଜନଙ୍କ ଠାରୁ ପରାମର୍ଶ ନେଇପାରନ୍ତି। ପ୍ରେମୀଙ୍କ ପାଇଁ ସମୟ ଭଲ ରହିବ। ଅବିବାହିତମାନେ ସପ୍ତାହର ପ୍ରଥମାର୍ଦ୍ଧରେ ଭଲ ଜୀବନ ସାଥୀ ପାଇବେ। କିନ୍ତୁ ପାରିବାରିକ ଜୀବନ ଏତେ ଖାସ୍ ରହିବ ନାହିଁ। ବ୍ୟବସାୟମାନେ ବ୍ୟବସାୟରେ ଆଶାତିତ ଲାଭ ପାଇବେ ନାହିଁ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। 

4/12

କର୍କଟ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟୀ ରହିବ।  କର୍ମକ୍ଷେତ୍ରରେ ଉଭୟ ଜୁନିୟର ଓ ସିନିୟର ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ।  କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆୟ ବୃଦ୍ଧି ପାଇବ। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ  ଭଲ ରହିବ। ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କଲେ ଅଧିକ ଲାଭ ପାଇବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ।   

5/12

ସିଂହ: ଏହି ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ଆଗାମୀ ସପ୍ତାହ ବେଶ୍ ଭଲ ରହିବ। ମାଆ ଦୁର୍ଗାଙ୍କ କୃପାରୁ କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  କ୍ରୋଧ ଓ ଅହଂକାରରୁ ନିବୃତ୍ତ ରହିବା ଭଲ। ନଚେତ୍ କ୍ରୋଧକୁ ନିୟନ୍ତ୍ରଣ ନ କଲେ ପାରିବାରିକ କହଳର ସାମ୍ନା କରିବାକୁ ପଡିପାରେ।  କାହା ସହ ଥଟ୍ଟା-ପରିହାସ ମଧ୍ୟ କରନ୍ତୁ ନାହିଁ। ନଚେତ୍ ଅଯଥା କଳହ ର ସାମ୍ନା କରିପାରନ୍ତି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ସପ୍ତାହର ମଧ୍ୟ ଭାଗରେ ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବିଶେଷକରି, ବିଦେଶରେ ଚାକିରି କରିବାକୁ ମନ ବଳାଉଛନ୍ତି ସେମାନଙ୍କ ଆଶା ପୂରଣ ହେବ।  ସପ୍ତାହ ଶେଷରେ ବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ପ୍ରେମୀମାନଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ। ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ।  ସମ୍ପର୍କ ଭଲ ରହିବ। 

6/12

କନ୍ୟା: ଆଗାମୀ ସପ୍ତାହରେ ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ସପ୍ତାହ ଆରମ୍ଭରୁ ସହକର୍ମୀଙ୍କ ସହ ବାଦ ବିବାଦ ଦେଖାଦେବ। କିନ୍ତୁ କଠିନ ପରିଶ୍ରମର ଫଳ ମିଳିବ ନାହିଁ।  ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଚାକିରି ମିଳିବ। ଆୟ-ବ୍ୟୟ ସାମନ ରହିବ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ଅସୁସ୍ଥତା ଅନୁଭବ କରିବେ।  ପୁରୁଣା ରୋଗ କଷ୍ଟ ପାଇବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ ଯଦି କରୁଛନ୍ତି । ତେବେ, ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ ନଚେତ୍ କ୍ଷତି ସହିବେ। ପ୍ରେମୀମାନଙ୍କ ପାଇଁ ସମୟ ପ୍ରତିକୂଳ ରହିବ। ସାଥୀଙ୍କ ଠାରୁ ଧୋକା ମିଳିପାରେ। ବୈବାହିକ ଜୀବନ ସୁଖମୟ ହେବ। 

 

7/12

ତୁଳା:  ତୁଳା ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଆଦୌ ଭଲ ରହିବ ନାହିଁ। ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ତୁଳିତ ଖାଦ୍ୟ ଓ ବ୍ୟାୟାମ୍ କରନ୍ତୁ। କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ରହିବ। ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ ନିଜ ସହକର୍ମୀଙ୍କ ସହ କଥା ହେଉଥିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଅଫିସ୍ କାର୍ଯ୍ୟରେ ଟୁର୍ ଯିବାକୁ ପଡିପାରେ। ସପ୍ତାହରେ ଦ୍ବୀତିୟାର୍ଦ୍ଦରେ ନିଜ ପରିବାର ସହିତ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ବ୍ୟବସାୟିକ ଦୃଷ୍ଟି କୋଣରୁ ସମୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

8/12

ବିଛା: ମାଆ ଦୁର୍ଗାଙ୍କ କୃପାରୁ ଆଗାମୀ ସପ୍ତାହ ବିଛା ରାଶିର ଲୋକଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିପାରେ। ଦରମା ବଢିବା ସହ ଆୟରେ ବୃଦ୍ଧି ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। କିଛି ବଡ଼ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିବାଡ଼ି ବିବାଦର ସମାଧାନ ହେବ।  ସପ୍ତାହ ଶେଷଭାଗରେ, ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବେ। ଯାହାଙ୍କ ପାଖରୁ କୌଣସି ପ୍ରକାର ବଡ଼ ସାହାର୍ଯ୍ୟ ପାଇବେ। ପ୍ରେମ- ଜୀବନ ଶୁଭ ରହିବ। ନିଜ ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇ ମନ ଖୁସି ରହିବ। ସ୍ବାସ୍ଥ୍ୟ ଜନିକ ସମସ୍ୟା ଦେଖାଦେଇପାରେ। 

 

9/12

ଧନୁ: ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ବ୍ୟସ୍ତତା ଭିତରେ କଟିବ। ସପ୍ତାହ ଆରମ୍ଭରୁ ଅଫିସ୍ ଟୁର-ରେ ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟୀମାନେ ବ୍ୟବସାୟୀ କ୍ଷତି ସହିବାର ସମ୍ଭାବନା ରହିଛି । ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରୁଛନ୍ତି । ତେବେ, ସେ-ସବୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟକୁ ତନ୍ନତନ୍ନ କରି ଯାଞ୍ଚ କରନ୍ତୁ। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରେ ଠକାମୀର ଶୀକାର ହେବାକୁ ପଡିବ। ଭବିଷ୍ୟତ ପାଇଁ କିଛି ନୂତନ ଯୋଜନା କରିବେ। ରାଜନୀତି କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ଦଳ ପକ୍ଷରୁ କୌଣସି ଏକ ବଡ଼ ଦାୟିତ୍ବ ବା ପଦ ମିଳିବ। ନିଜ ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ।

 

10/12

ମକର:  ମକର ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ଅଶୁଭ ରହିପାରେ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ପ୍ରକାରର ଅଘଟଣର ସାମ୍ନା କରିପାରନ୍ତି। ଦେହ ଅସୁସ୍ଥ ଥିବାରୁ କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ। କାମରେ ମନ ଲାଗିବ ନାହିଁ। ଟଙ୍କା-ପଇସାକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇପାରେ। ଆର୍ଥିକ ସ୍ଥିତି ବିଗିଡିବ। ବ୍ୟବସାୟୀମାନେ ବ୍ୟବସାୟ ବୃଦ୍ଧି କରିବା ଯୋଜନାରେ କ୍ଷତି ସହିପାରନ୍ତି। ଟଙ୍କା ବିନିଯୋଗ ପାଇଁ ସମୟ ଖାସ୍ ରହିବ ନାହିଁ। ଯଥା ସମ୍ଭବ-ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ସପ୍ତାହ ଶେଷ ବେଳକୁ ନିଜ ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବ। 

11/12

କୁମ୍ଭ: ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ସମୟ ଏତେ ଭଲ ରହିବ ନାହିଁ।  ଦିର୍ଘ ଦିନର ଆଶା ପୂରଣ ହେବେ। ଏହି ସମୟ ମଧ୍ୟରେ ନୂତନ ଗାଡି କ୍ରୟ କରିବେ। ସମ୍ପର୍କୀୟଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି ଅଯଥା ଯୁକ୍ତିତର୍କ ହୋଇପାରେ। ନିଜ ରାଗ-କ୍ରୋଧକୁ ନିୟନ୍ତ୍ରଣରେ ରଖିବା ସହ ପରିସ୍ଥିତିକୁ ଧୌର୍ଯ୍ୟର ସହକାରେ ମୁକାବିଲା କରିବାକୁ ପଡିବ। ରାଗରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତି ନିଅନ୍ତୁ ନାହିଁ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମୀମାନେଙ୍କ ସମ୍ପର୍କରେ ଫାଟ ହୋଇପାରେ।

 

12/12

ମୀନ:  ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ।  ପୂର୍ବ ନିର୍ଦ୍ଦାରିତ ଯୋଜନାକୁ କାର୍ଯ୍ୟକାରୀ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଖୁସି ଖବର ପାଇବେ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା କରନ୍ତୁ ସଫଳତା ନିଶ୍ଚୟ ପାଇବେ। ସପ୍ତାହ ଶେଷ ଭାଗରେ ସପିଂରେ ଅଧିକ ପଇସା ଖର୍ଚ୍ଚ ହୋଇପାରେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରେମ ଜୀବନ ଭର ରହିବା ସହ ବୈବାହିକ ଜୀବନ ସୁଖମୟ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)