ଏହିସବୁ ରାଶି ଉପରେ ରହିଥାଏ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ୱତନ୍ତ୍ର କୃପା, ଦେଖନ୍ତୁ ତାଲିକାରେ ନାହିଁ ତ ଆପଣଙ୍କର ରାଶି?

Lord Krishna Favorites Zodiac Signs: ଆଗକୁ ଆସୁଛି ଶ୍ରୀକୃଷ୍ଣଙ୍କ ଜନ୍ମଉତ୍ସବ ଜନ୍ମାଷ୍ଟମୀ। ହିନ୍ଦୁ ସଂସ୍କୃତିରେ ଏହି ଦିନର ବେଶ୍ ମହତ୍ତ୍ବ ରହିଛି। ଚଳିତ ବର୍ଷ ଅଗଷ୍ଟ ୨୬ରେ ଜନ୍ମାଷ୍ଟମୀ ସାରା ଦେଶରେ ପାଳନ କରାଯିବ। ତେବେ,ରାଶି ଚକ୍ରରେ ଥିବା ୧୨ଟି ରାଶିଙ୍କ ମଧ୍ୟରୁ ଶ୍ରୀକୃଷ୍ଣ ପ୍ରିୟ ରାଶି ହେଉଛି ମାତ୍ର ୪ଟି ରାଶି । ଏହି ରାଶି ଗୁଡିକ ଉପରେ କେବେବି ବଡ଼ ବିପଦ ଆସି ନଥାଏ। ଯଦି କୌଣସି ଜୀବନରେ ସମସ୍ୟା ଆସେ , ତେବେ ସେଥିରୁ ଶ୍ରୀକୃଷ୍ଣ ସେମାନଙ୍କୁ ଉଦ୍ଧାର କରନ୍ତି। ତେବେ, ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ସେହି ପ୍ରିୟ ରାଶି ଗୁଡିକ ବିଷୟରେ....

Narmada Behera Tue, 20 Aug 2024-1:37 pm,
1/4

ବୃଷ: ଶ୍ରୀକୃଷ୍ଣଙ୍କର ସବୁଠୁ ପ୍ରିୟ ରାଶି ହେଉଛି ବୃଷ। ଏହି ରାଶିର ଲୋକଙ୍କ ଉପରେ ସବୁବେଳେ ପ୍ରସନ୍ନ ଥାଆନ୍ତି ଭଗବାନ୍ ଶ୍ରୀକୃଷ୍ଣ। କାହିଁକିନା ଏହି ରାଶିର ଲୋକେ ସବୁଠୁ ଅଧିକ ପରିଶ୍ରମୀ ଓ ସଚୋଟ୍ଟ ପ୍ରକୃତିର ହୋଇଥାଆନ୍ତି। ଏମାନେ କେକେବି ଜୀବନରେ କାହାକୁ ଧୋକା ଦିଅନ୍ତି ନାହିଁ। ନିଜ କର୍ଯ୍ୟକୁ ନିଷ୍ଠାର ସହ କରନ୍ତି। ଖାଦ୍ୟପ୍ରେମୀ ହୋଇଥାଆନ୍ତି ଏହି ରାଶିର ଲୋକେ। ସବୁବେଳେ ଅଭାବୀ ଓ ଅସହାୟ ଲୋକଙ୍କ ସାହାରା ହୋଇ ଛିଡା ହୋଇଆଆନ୍ତି। 

ALSO READ: Career Horoscope Today: କର୍ମକ୍ଷେତ୍ରରେ ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ଚାକିରିଆଙ୍କୁ ମିଳିବ ଖୁସି ଖବର ସହ...

ALSO READ: Budh Gochar 2024: ବୁଧଙ୍କ କୃପାରୁ ସେପ୍ଟେମ୍ବର ୪ରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

2/4

କର୍କଟ:  ଶ୍ରୀକୃଷ୍ଣଙ୍କ ଆଉ ଏକ ପ୍ରିୟ ରାଶି ହେଉଛି କର୍କଟ। ଏହି ରାଶିର ଲୋକମାନେ ପ୍ରତ୍ୟକ କାର୍ଯ୍ୟର ସଫଳତା ପାଇଥାଆନ୍ତି। ନିଜ ଲୋକଙ୍କୁ ଏମାନେ ଅଧିକ ବିଶ୍ବାସ କରନ୍ତି ନାହିଁ। ଏମାନେ ଅଧିକ ଭାବବିହ୍ବଳ ଶ୍ରେଣୀର ହୋଇଥାଆନ୍ତି। ଧୌର୍ଯ୍ୟ-ଶକ୍ତି ଏହି ରାଶିଙ୍କ ପାଖରେ ଅଧିକ ଥାଏ। ଏମାନେ କାହାକୁ ଆଘାତ ପହଞ୍ଚାଇବାକୁ ଭଲ ପାଆନ୍ତି ନାହିଁ। ସାହାସୀ ମନୋଭାବ ସବୁବେଳେ ରଖିଥାଆନ୍ତି। ଏହି ରାଶିର ଲୋକେ ଅଧିକ ଧନୀ ହୋଇଥାଆନ୍ତି। 

 

3/4

ସିଂହ:  ସିଂହ ରାଶିର ଲୋକଙ୍କ ପ୍ରକୃତିକୁ ଶ୍ରୀକୃଷ୍ଣ ଖୁବ୍ ଭଲ ପାଆନ୍ତି। ସାଧାରଣତଃ ଏମାନେ ସାହାସୀ ପ୍ରକୃତିର ହୋଇଥାଆନ୍ତି। କିନ୍ତୁ ଏମାନେ ଅନ୍ୟର ଭରସାକୁ ଖୁସ୍ ସହଜରେ ଭାଙ୍ଗି ଥାଆନ୍ତି। ପ୍ରେମରେ ସବୁବେଳେ ଧୋକା ପାଇଥାଆନ୍ତି। କିନ୍ତୁ ଏମାନେ ବହୁତ୍ ପରିଶ୍ରମୀ ହୋଇଥାଆନ୍ତି। ଏହି ରାଶିର ଲୋକେ ରାଧାକୃଷ୍ଣଙ୍କୁ ସବୁବେଳେ ପୂଜା କରିବା ଉଚିତ୍। 

4/4

ତୁଳା : ଏହି ରାଶିର ଲୋକମାନେ ଖୁବ୍ ଦୟାଳୁ ଶ୍ରେଣୀର ଅଟନ୍ତି। ଏମାନେ ନିଜ ଜୀବନରେ ସଫଳତାର ଶିର୍ଷରେ ପହଞ୍ଚିବାକୁ ସବୁବେଳେ ଚେଷ୍ଟା କରିଥାଆନ୍ତି। ମଜାଳିଆ ପ୍ରକୃତିର ହୋଇଥାଆନ୍ତି। ଏହିରାଶିର ଲୋକେ କେବେବି ଜୀବନରେ ଅଭାବୀ ରହି ନଥାନ୍ତି। ଏମାନେ ସବୁବେଳେ ସୁଖଦ ଜୀବନ ଅତିବାହିତ କରନ୍ତି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link