Advertisement
Photo Details/zeeodisha/odisha2391821
photoDetails0hindi

Career Horoscope Today: କର୍ମକ୍ଷେତ୍ରରେ ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ଚାକିରିଆଙ୍କୁ ମିଳିବ ଖୁସି ଖବର ସହ...

Career Rashifal: ଆଜି ଅଗଷ୍ଟ ୨୦ ମଙ୍ଗଳବାର । ସୁକର୍ମ ଯୋଗ ପ୍ରଭାବରୁ ଆଜି କର୍କଟ ,ତୁଳା ସହ ୫ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।  ହନୁମାନଙ୍କ କୃପାରୁ  ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ସଫଳତା ପାଇବା ସହ ଚାକରିଆମାନେ ଶୁଭଫଳ ପାଇବେ।  ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବା ପାଇଁ ଦିନଟି ଶୁଭ ରହିଛି। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ ଆଜିର ଦିନ ୧୨ଟି ରାଶିଙ୍କ ପାଇଁ କିଭଳି ରହିବ। 

 

1/12

ମେଷ:  କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ନେଇ ନରର୍ଭସ୍ ରହିବେ। ପୂରା ଦିନଟି ବ୍ୟସ୍ତତା ଭିତରେ କଟିବ। ବ୍ୟବସାୟୀମାନେ କୌଣସି ବ୍ୟାଙ୍କ୍ ରୁ ଋଣ ଆଣିବେ। ନିଜ ବନ୍ଧୁଙ୍କ ସହଯୋଗରେ କୌଣସି ସ୍ଥାନରୁ ସାହାର୍ଯ୍ୟ ପାଇବେ। ବ୍ୟବସାୟୀମାନେ ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କରିବେ। ଆୟ ଠାରୁ ଯଥେଷ୍ଟ ପରିମାଣରେ ବ୍ୟୟ ଅଧିକ ରହିବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ପତ୍ନୀଙ୍କ ସହଯୋଗ ଲୋଡିବେ। ଦୂରଯାତ୍ରାରୁ ସଫଳତା ପାଇବେ। 

ALSO READ: Financial Horoscope Today: ଆଜି ବ୍ୟବସାୟରେ ଏହିସବୁ ରାଶି ପାଇବେ ଶୁଭଫଳ ସହ ଆର୍ଥିକ ଲାଭ!

ALSO READ: Budh Gochar 2024: ବୁଧଙ୍କ କୃପାରୁ ସେପ୍ଟେମ୍ବର ୪ରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

2/12

ବୃଷ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଜିନଟି ଅତ୍ୟନ୍ତ ଖାସ୍ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀଙ୍କ ସହ ସହକର୍ମୀମାନେ ତାରିଫ୍ କରିବେ। ପଦୋନ୍ନତିର ଖବର ନେଇ ଚର୍ଚ୍ଚା ହୋଇପାରେ। ଅଫିସ୍ ଟୁର୍ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। କିନ୍ତୁ ଘରୋଇ କଳହ ଆପଣଙ୍କ ବିବାଦ ଛାଡିବ ନାହିଁ। ଟଙ୍କା-ପଇସାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇପାରେ।  ବ୍ୟବସାୟୀମାନଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବେ। ସେଥିରୁ ଦ୍ବି-ଗୁଣିତ ଲାଭ ପାଇବେ। ସଂନ୍ଧ୍ୟା ସମୟରେ କୌଣସି ଏକ ଫଙ୍କସନରେ ଯୋଗ ଦେଇପାରନ୍ତି।

ALSO READ: Gold Rate Today: ପାର୍ବଣ ପୂର୍ବରୁ ଖସିଲା ସୁନା ରେଟ୍, ଭୁବନେଶ୍ବରରେ ଭରି ପିଛା ଏତିକି ରହିଛି ଦର

3/12

ମିଥୁନ: ସୁକର୍ମ ଯୋଗ ପ୍ରଭାବରୁ ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଅନୁକୂଳ ରହିବ। ବ୍ୟବସାୟୀମାନେ ଭାବିଚିନ୍ତି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ। ପାର୍ଟନରସିପ୍ ବ୍ୟବସାୟରୁ କ୍ଷତି ସହିପାରନ୍ତି। ପୁରୁଣା ବିନିଯୋଗରୁ ଆଶାତିତ ଲାଭ ମିଳିବ। ଆକସ୍ମିକ ଧନଲାଭର ଯୋହ ରହିଛି। ଚାକିରିଆମାନେ କୌଣସି ପେଣ୍ତିଂ ରହିଥିବା କାର୍ଯ୍ୟକୁ ଆଜି ଶେଷ କରିବାରେ ସମର୍ଥ ହେବେ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।  ସନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଆଜି ଡେଟ୍ ରେ ଯାଇପାରନ୍ତି। 

 

4/12

କର୍କଟ: କ-ର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ, ସତର୍କ ରହିବା ସହ ନିଜ କାର୍ଯ୍ୟରେ ଧ୍ୟାନ ଦେବା ଜରୁରୀ। ଆଇଟି-ରିସର୍ଚ୍ଚ, ଶିକ୍ଷା, ସାମ୍ବାଦିକତା କ୍ଷେତ୍ରରେ ଜଡ଼ିତ ଥିବା ଲୋକେ କୌଣସି ପ୍ରକାର କ୍ୟାରିୟରକୁ ନେଇ ଖୁସି ଖବର ପାଇପାରନ୍ତି। ବ୍ୟବସାୟୀମାନେ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ଡିଲ୍ କରନ୍ତୁ ନାହିଁ । ଏ-ହାକୁ ସ୍ଥଗତି ରଖନ୍ତୁ। ନଚେତ୍ କ୍ଷତି ସହିବେ। ପିତାମାତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ। 

 

5/12

ସିଂହ: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆଜି ସତର୍କତାର ସହ କର୍ମକ୍ଷେତ୍ରରେ କାମ କରିବାକୁ ପଡିବ। ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ବାଦ ବିବାଦ ହୋଇପାରେ। ଯାହାକୁ ନେଇ ଚାପରେ ରହିବେ। କାମରେ ମନ ଲାଗିବ ନାହିଁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଥିବାରୁ ଥକ୍କାପଣ ଅନୁଭବ କରିବେ। ବଡ଼ ବ୍ୟବସାୟୀମାନେ କୌଣସି  ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଅଯଥା ଶତ୍ରୃତା କରନ୍ତୁ ନାହିଁ। ଶତ୍ରୃମାନଙ୍କ ସହିତ ମିଠା କଥା କୁହନ୍ତି। ଯାହାକି ସମ୍ପର୍କରେ ଥିବା ତିକ୍ତତାକୁ ଦୂର କରିବ। 

 

6/12

କନ୍ୟା:  କ୍ଷୁଦ୍ର-ମଧ୍ୟମ ଧରଣର ବ୍ୟବସାୟୀମାନେ ବ୍ୟବସାୟରେ ଭଲ ଲାଭ ପାଇବେ।  ରିଇଲି-ଇଷ୍ଟେଟ୍ ବ୍ୟବସାୟୀମାନେ ଆଜି କୌଣସି ପ୍ରକାର ନୂତନ ପ୍ରୋଜେକ୍ଟ ପାଇବେ। ଯାହା ସେମାନଙ୍କ ଆୟକୁ ବୃଦ୍ଧି କରିବ। ଆଶା କରୁଥିବା ଦିଗରୁ ଆର୍ଥିକ ଲାଭ ମିଳିବ। ନିଜ ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ମହିଳାମାନେ ସମ୍ମାନୀତ ହୋଇପାରନ୍ତି। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

7/12

ତୁଳା: କର୍ମକ୍ଷେତ୍ରରେ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପଦୋନ୍ନତି ସହ ଦରମା ବଢିପାରେ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ଅନ୍ୟମାନଙ୍କୁ ସାହାର୍ଯ୍ୟ- ସହଯୋଗରେ ସମୟ ଅତିବାହିତ କରିବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ସଂନ୍ଧ୍ୟା ସମୟରେ ଘରକୁ କୌଣସି ଅତିଥିଙ୍କ ଆଗମନ ହୋଇପାରେ।  ପରିବାରରେ ଖୁସିର ମାହୋଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ ନେଇ ସମୟ ଶୁଭ ରହିଛି।

 

8/12

ବିଛା:  ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଅଶୁଭ ରହିବ। ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି। ଖୁଚୁରା ବ୍ୟବସାୟୀଙ୍କ ପାଇଁ ବି ଦିନଟି ଏତେ ଖାସ୍ ରହିବ ନାହିଁ। ବ୍ୟବସାୟ ସମୟରେ ଠକାମୀର ଶୀକାର ହୋଇପାରନ୍ତି। ଶତ୍ରୃଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ବାଦ ବିବାଦ ଠୁ ନିଜକୁ ଦୂରେଇ ରଖନ୍ତୁ।  

9/12

ଧନୁ:  ଆଜି ବ୍ୟସ୍ତତା ଭିତରେ ଦିନଟି କଟିବ। କର୍ମକ୍ଷେତ୍ରରେ କାମ ଅଧିକ ଥିଲେ ମଧ୍ୟ ମନ ଖୁସି ରହିବ। ସହକର୍ମୀମାନେ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ କରିବେ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବା ସହ ଆୟ ବଢିବ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପିତା-ମାତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ଚିନ୍ତିତ ରହିବ। ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରନ୍ତି। ସଂନ୍ଧ୍ୟା ସମୟରେ କୌଣସି ଖୁସି ଖବର ପାଇପାରନ୍ତି। ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। 

 

10/12

ମକର:  ମକର ରାଶିରେ ଲୋକଙ୍କ ପାଇଁ ଦିନଟି ସେତେଟା ଭଲ ରହିବ ନାହିଁ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇପାରେ। ବ୍ୟବସାୟୀମାନେ ବ୍ୟବସାୟରୁ ଲାଭ ପାଇବେ କିନ୍ତୁ କୌଣସି ସ୍ଥାନରେ ବିନିଯୋଗ କରିଥିବା ଟଙ୍କା ବୁଡିଯିବାର ସମ୍ଭାବନା ରହିଛି। ସେୟାର ବଜାରରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ନିଜ  ସନ୍ତାନଙ୍କ ଠାରୁ ଆଜି କୌଣସି ପ୍ରକାର ଭଲ ଖବର ପାଇପାରନ୍ତି। 

 

11/12

କୁମ୍ଭ: ଶିକ୍ଷା, ରିସର୍ଚ୍ଚ-ମନୋରଞ୍ଜନ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜିର ଦିନଟି ଶୁଭ ରହିବ। କୌଣସି ସ୍ଥାନରେ ସମ୍ମାନୀତ ହୋଇପାରନ୍ତି। ନିଜ ଲୋକଙ୍କ ଦ୍ବାରା ବିଶ୍ବାସଘାତକତାର ଶୀକାର ହୋଇପାରନ୍ତି। ତେଣୁ ଅନ୍ଧ ଭଳି କାହାକୁ ବିଶ୍ବାସ କରନ୍ତି ନାହିଁ। ସନ୍ଧ୍ୟା ସମୟରେ କୌଣସି ସ୍ଥାନକୁ ନିଜ ପରିବାର ସହ ଯାତ୍ରା କରିପାରନ୍ତି। ଆୟ-ବ୍ୟୟ ସମାନ ରହିବ। 

12/12

ମୀନ: ଦିନ ଆରମ୍ଭରୁ କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ତୁମର ଖୁସି ଦେଖି ସହକର୍ମୀମାନେ ଜଳିବେ। ନିକଟରେ ହୋଇଥିବା ପଦୋନ୍ନତିକୁ ନେଇ ସମାଲୋଚନାର ଶୀକାର ହୋଇପାରନ୍ତି। ବୈବାହିକ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଦୂର ହେବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)