Malavya Rajyog 2024: ଆସନ୍ତାମାସରେ ମାଲଭ୍ୟ ରାଜଯୋଗ! ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

Malavya Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ ପ୍ରତ୍ୟକ ରାଶି ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଆସନ୍ତାମାସ ମଧ୍ୟ କିଛି ବଡ଼ ବଡ଼ ଗ୍ରହ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବା ସହ କିଛି ରାଜଯୋଗ ମଧ୍ୟ ସୃଷ୍ଟି ହେବ। ଯାହାକି ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ଏହାର ପ୍ରଭାବ ପକାଇବ। ଏହି କ୍ରମରେ ଶୁକ୍ର ଆସନ୍ତା ମାସ ୧୮ ତାରିଖ ରାତି ୨ଟା ୦୪ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ୨ ଗ୍ରହଙ୍କ ଅପୂର୍ବ ମିଳନ ମାଲଭ୍ୟ ରାଜଯୋଗ ସୃଷ୍ଟି କରୁଛି। ଏହି ମାଲଭ୍ୟ ରାଜଯୋଗ ତିନି ରାଶିଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ପ୍ରମାଣିତ ହେବ।....

Narmada Behera Wed, 31 Jul 2024-10:07 am,
1/3

ମେଷ: ମାଲଭ୍ୟ ରାଜଯୋଗ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ। ଏହି ସମୟ ବିଶେଷ କରି ପ୍ରେମୀ ମାନଙ୍କ ପାଇଁ ଭଲ ରହିବ। ଅବିବାହିତମାନେ ଭଲ ଜୀବନ ସାଥୀ ପାଇପାରିବେ। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବେ। ପାର୍ଟନରସିପ୍ ରେ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଆୟ ବୃଦ୍ଧି ଘଟିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। 

ALSO READ: Shani Surya Yuti 2024: ଶନି-ସୂର୍ଯ୍ୟଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

2/3

ମକର:  ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ ମାଲଭ୍ୟ ରାଜଯୋଗ। ଦିର୍ଘ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ବେକାରୀମାନଙ୍କୁ ଚାକିରି ମିଳିବ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

 

3/3

କୁମ୍ଭ : ମାଲଭ୍ୟ ରାଜଯୋଗର ପ୍ରଭାବ ମଧ୍ୟ ଏହି ରାଶି ଉପରେ ରହିବ। ଶୁକ୍ରଙ୍କ କୃପାରୁ ଅବିବାହିତ ଲୋକଙ୍କ ବିବାହ ଯୋଗ ଫିଟିବ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀମାନେ କୌଣସି ଏକ କାମରେ ବିଦେଶ ଯାତ୍ରା କରିପାରନ୍ତି। ଯାହା ସେମାନଙ୍କୁ ଲାଭବାନ୍ କରାଇବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ସରକାରୀ ଚାକିରିଆମାନେ କୌଣସି ବରିଷ୍ଠ ଅଧିକାରୀ ଦ୍ବାରା ସମ୍ମାନୀତ ହୋଇପାରନ୍ତି। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ସ୍ବାସ୍ଥ୍ୟ ଭଲ ରହିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link