Advertisement
Photo Details/zeeodisha/odisha2361105
photoDetails0hindi

Shani Surya Yuti 2024: ଶନି-ସୂର୍ଯ୍ୟଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...


Shani Surya Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏ-ହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଅଗଷ୍ଟ ୧୬ରେ ଦିନ ୧୧ଟା ୪୫ ମିନିଟ୍ ସମୟରେ ସିଂହ ରାଶିକୁ ଚଳନ କରିବେ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସିଂହ ରାଶିରେ ସପ୍ତମ ଘରେ ଶନି ମହାରାଜଙ୍କ ପ୍ରଭାବ ରହିବ। ଏ-ହି କାରଣରୁ ସାମସପଟକ ଯୋଗ (Samsaptak Yog 2024) ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବ ୧୨ଟି ରାଶି ଉପରେ ରହିବ। କିନ୍ତୁ କିଛି ରାଶି ପାଇଁ ଏହି ଯୋଗ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

1/3

ବୃଷ: ସାମସପଟକ ଯୋଗର ପ୍ରଭାବ ଏ-ହି ରାଶି ଉପରେ ରହିବ।  ଏ-ହି ଅବଧି ମଧ୍ୟରେ ବୃଷ ରାଶିର ବ୍ୟକ୍ତି ବିଶେଷ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପାଇବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ବେକାରିମାନେ ଭଲ ଚାକିରି ପାଇବେ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପ୍ରଶଂସା ସାଉଟିବେ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିଛି।  ବ୍ୟବସାୟରେ ଭଲ ଲାଭ ମିଳିବ। 

ALSO READ: Today Horoscope: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବା ସହ ଶୁଭ ଖବର ପାଇବେ ଏହିସବୁ ରାଶି!

ALSO READ: Laxmi Narayan Yog 2024: ଜୁଲାଇ ୩୧ରେ ଲକ୍ଷ୍ମୀ ନାରାୟଣ ଯୋଗ, ୬ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ଦିନ!

2/3

ମକର: ସାମସପଟକ ଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ପୁରୁଣା ସଞ୍ଚୟରୁ ଲାଭ ମିଳିବ। ନିଜ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରାରେ କୌଣସି ସ୍ଥାନକୁ ଯାଇପାରନ୍ତି। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିପାରେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। 

 

3/3

କୁମ୍ଭ: ଶନି- ସୂର୍ଯ୍ୟଙ୍କ କୃପାରୁ ଏହି ରାଶିର ଭାଗ୍ୟ ବଦଳିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ଅବଧି ମଧ୍ୟରେ ଗାଡି କିମ୍ବା ଜମି କିଣିପାରନ୍ତି। ବେକାରିମାନଙ୍କୁ ଭଲ ନିଯୁକ୍ତି ସୁଯୋଗ ମିଳିବ।  

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)