Shani Mangal Yuti: ମଙ୍ଗଳ-ଶନି ମିଳନରୁ ଗଠନ ହେଉଛି ରାଜଯୋଗ, ମାଲାମାଲ ହେବେ ୩ ରାଶି

Shani Mangal Yuti: ଗ୍ରହ ମାନଙ୍କର ସେନାପତି ଭାବେ ପରିଚିତ ମଙ୍ଗଳ। ସମୟ ସମୟରେ ସେମାନଙ୍କର ରାଶି ଚିହ୍ନ ପରିବର୍ତ୍ତନ କରିଥା’ନ୍ତି। ସେହିପରି କର୍ମ ଫଳଦାତା ଭାବେ ଶନି ଗ୍ରହଙ୍କୁ କୁହାଯାଇଥାଏ। ସେମାନେ ଗୋଟିଏ ରାଶି ଚିହ୍ନରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରୁହନ୍ତି। ୧୨ଟି ରାଶିର ଚକ୍ର ସମାପ୍ତ କରିବା ପରେ, ସେଠାରେ ପହଞ୍ଚିବା ପାଇଁ ୩୦ ବର୍ଷ ସମୟ ଲାଗେ।

Prabhudatta Moharana Nov 27, 2024, 17:30 PM IST
1/3

କୁମ୍ଭ ରାଶି ଷଡ଼ସପ୍ତକ ରାଜଯୋଗ ବଳରେ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବ। କର୍ମକ୍ଷେତ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏହି ସମୟ ବେଶ ଉପଯୋଗୀ ରହିବ। ବର୍ତ୍ତମାନ କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବିଶେଷ ପ୍ରଶଂସା ମିଳିବ। ବ୍ୟବସାୟୀମାନଙ୍କୁ ମୋଟା ଅଙ୍କର ଲାଭ କମାଇବେ। ନିବେଶରୁ ମୋଟା ଅଙ୍କର ରିଟର୍ଣ୍ଣ ମିଳିପାରେ। 

Also Read: Shani gochar 2025: ୨୦୨୫ରେ ରାଶି ବଦଳାଇବେ ଶନିଦେବ, ୫ ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ

Also Read: December Horoscope: ମକର ରାଶି ସମେତ ଡିସେମ୍ବର ମାସରେ ଚମକିବାକୁ ଯାଉଛି ଏହି ସବୁରାଶିର ଭାଗ୍ୟ

2/3

ତୁଳା ରାଶି ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଆର୍ଥିକ ଲାଭ ମିଳିବାକୁ ଯାଉଛି। ଆର୍ଥିକ ସଂକଟ ଦୂର ହେବ। ବିଭିନ୍ନ ସ୍ରୋତରୁ ଆୟ ବୃଦ୍ଧି ହେବ। ମଙ୍ଗଳ ଓ ଶନିଙ୍କ ଆଶିର୍ବାଦରୁ ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ଶେଷ ହେବ। ଆପଣଙ୍କୁ ପରିବାରର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଖେଳକୁଦରେ ସମୟ ଅତିବାହିତ ହେବ। ପରିବାରରେ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଶେଷ ହେବ। 

Also Read: ୧୨ ବର୍ଷ ପରେ ୨୦୨୫ରେ ୫ ରାଶିର ଭାଗ୍ୟ ଖୋଲିବେ ଦେବଗୁରୁ ବୃହସ୍ପତି, ଭୋଗିବେ ରାଜକୀୟ ସୁଖ

Also Read: Today Lucky Horoscope: ମହାବୀରଙ୍କ କୃପାରୁ ମଙ୍ଗଳବାର ଚମକିବ ଏହି ୫ ରାଶିର ଭାଗ୍ୟ

3/3

ମେଷ ରାଶି ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଷଡ଼ସପ୍ତକ ରାଜଯୋଗ ବେଶ ଫଳଦାୟୀ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ବୈବାହିକ ଜୀବନ ବେଶ ସୁଖପ୍ରଦ ହେବାକୁ ଯାଉଛି। କାର୍ଯ୍ୟସ୍ଥଳରେ ବରିଷ୍ଠ ପଦାଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଛି। ଆପଣଙ୍କ ଆୟରେ ବୃଦ୍ଧି ହେବ। ବିଭିନ୍ନ ସ୍ରୋତରୁ ଆୟ ହେବ। ଘରେ ଧାର୍ମିକ କାର୍ଯ୍ୟକ୍ରମ ହେବାର ଯୋଗ ରହିଛି। ପରିବାରରେ ଖୁସିର ମାହୋଲ ବୃଦ୍ଧି ହେବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link