Vishwakarma Puja 2024: ବିଶ୍ବକର୍ମା ପୂଜାରେ ପଡୁଛି ଦୁଇଟି ଦୁର୍ଲଭ ଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

Vishwakarma Puja 2024: ଚଳିତ ମାସ ୧୭ ତାରିଖରେ ବିଶ୍ବକର୍ମା ପୂଜା। ପୂଜାର ଶୁଭ ମୁହୂର୍ତ୍ତ ଦିନ ୧୧ଟା ୮ ମିନିଟ୍ ସମୟରୁ ଆରମ୍ଭ ହୋଇ ଦିନ ୧ଟା ୪୩ ମିନିଟ୍ ସମୟରେ ଶେଷ ହେବ। ସେହିଦିନ ଦିନ ଷୋଳ ଯୋଗ ଓ ଧ୍ରୀତି ଯୋଗ ସୃଷ୍ଟି ହେଉଛି। ଯାହାକି ଅତ୍ୟନ୍ତ ଶୁଭ ଯୋଗ ବା ଦୁର୍ଲଭ ସଂଯୋଗ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦୁର୍ଲଭ ସଂଯୋଗ ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ତେବେ, ବିଶ୍ବକର୍ମା ପୂଜାରେ ଏହି ଦୁଇ ଯୋଗ ଏକା ସାଙ୍ଗରେ ପଡୁଥିବାରୁ କିଛି ରାଶିର ଲୋକେ ଶୁଭଫଳ ପାଇବାକୁ ଯାଉଛନ୍ତି। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

Narmada Behera Thu, 05 Sep 2024-9:41 am,
1/3

ମେଷ: ବିଶ୍ବକର୍ମା ପୂଜାରେ ଏକାସାଙ୍ଗରେ ପଡୁଥିବା ୨ ଦୁର୍ଲଭ ସଂଯୋଗରୁ ଏହି ରାଶିର ବ୍ୟକ୍ତି ବିଶେଷ ଲାଭବାନ୍ ହେବେ ।  କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଚାକିରି ଖୋଜୁଥିବା ଲୋକେ ଭଲ ଚାକିରି ପାଇବେ। ବ୍ୟବସାୟରେ ଅଗ୍ରଗତି କରିବେ। ଆମଦାନୀ-ରପ୍ତାନୀ କରୁଥିବା ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। କୌଣସି ବଡ଼ ଧରଣର ବ୍ୟବସାୟିକ ଡିଲ୍ ଫାଇନାଲ୍ ହୋଇପାରେ। ଦୂରଯାତ୍ରାରୁ ଶୁଭଫଳ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦରୁ ମୁକ୍ତି ମିଳିବ।  ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପୁରୁଣା ବିନିଯୋଗ ଓ ଲଟେରିରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ।   

ALSO READ:  Surya Gochar 2024: କନ୍ୟାରେ ସୂର୍ଯ୍ୟଙ୍କ ଚଳନ, ଏହିସବୁ ରାଶି ରୁହନ୍ତୁ ସତର୍କ, ଅର୍ଥହାନୀ ସହ ରହିଛି ପ୍ରାଣପୀଡ଼ା ଯୋଗ!

ALSO READ:  Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ବ୍ୟବସାୟରେ ମିଳିବ ସଫଳତା ସାଙ୍ଗକୁ...

2/3

ମକର : ବିଶ୍ବକର୍ମା ପୂଜାରୁ ଚମକିବ ମକର ରାଶିର ଭାଗ୍ୟ।  ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟ ମଧ୍ୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ପଦୋନ୍ନତି ହେବା ସହ ଦରମା ବଢିବ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଧାର-କରଜ କରିଥିବା ଟଙ୍କା ସୁଝିବାରେ ସମର୍ଥ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ସମାଜରେ ମାନ -ସମ୍ମାନ ବୃଦ୍ଧି ପାଇବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। 

3/3

  ମୀନ : ଷୋଳ ଓ ଧ୍ରୀତି ଯୋଗର ସୁପ୍ରଭାବ ଏହି ରାଶି ପାଇଁ ବେଶ ଫଳଦାୟୀ ରହିବ। ଖାସ୍ କରି, ସରକାରୀ ଚାକିରିଆଙ୍କ ପାଇଁ ସମୟ ଭଲ ରହିବ। ପଦୋନ୍ନତି ହେବା ସହ ଦରମା ବଢିବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟେ ପାଇବେ। ବ୍ୟବସାୟୀମାନେ ଲାଭବାନ୍ ହେବେ। ଦିର୍ଘ ଦିନଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ପରିବାରରେ ହସ-ଖୁସିର ମାହୋଲ ଦେଖିବାକୁ ମିଳିବ। ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଘାଣ୍ଟି ହେବେ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link