Advertisement
Photo Details/zeeodisha/odisha2415523
photoDetails0hindi

Surya Gochar 2024: କନ୍ୟାରେ ସୂର୍ଯ୍ୟଙ୍କ ଚଳନ, ଏହିସବୁ ରାଶି ରୁହନ୍ତୁ ସତର୍କ, ଅର୍ଥହାନୀ ସହ ରହିଛି ପ୍ରାଣପୀଡ଼ା ଯୋଗ!

Kanya Sankranti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ମାସ ଚଳିତ ମାସ ୧୬ ତାରିଖ, ସକାଳ ୭ଟା ୪୦ ମିନିଟ୍  ସମୟରେ କନ୍ୟା ରାଶିକୁ ଚଳନ କରିବେ। ଯାହାକୁ 'କନ୍ୟା ସଂକ୍ରାନ୍ତି' ବୋଲି କୁହାଯାଏ। ସୂର୍ଯ୍ୟଙ୍କ ଏହି ଚଳନ ରାଶି ଚକ୍ରରେ ଥିବା ୧୨ ଟି ରାଶି ଉପରେ ପ୍ରଭାବ ପକାଇବ। କେଉଁ ରାଶି ଉପରେ ଏହାର ପ୍ରଭାବ ଶୁଭ ରହିବ ତ ଆଉ କାହା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ,  ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କେଉଁ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି।....  

 

1/3

ବୃଷ: ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ଅଶୁଭ ସମୟ ଆଣିବ। ଆର୍ଥିକ ସଙ୍କଟ ଦେଇ ଗତି କରିବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ଦେଖାଦେଇପାରେ। ପରିସ୍ଥିତି ଏପରି ହେବ ଯେ, ଚାକିରି ଯିବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ସତର୍କତାର ସହ ନିଜ ସହକର୍ମୀଙ୍କ ଚଳିବାକୁ ପଡିବ। ଅଯଥା ବିବାଦରୁ ଦୂରେଇ ରହିବା ଭଲ। ଦିର୍ଘ ଦିନ ଧରି ଲାଗିରହିଥିବା କୋର୍ଟ କଚେରୀ ଜନିତ ମାମଲା ଆପଣଙ୍କ ବିରୋଧରେ ଯିବ। ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ ନାହିଁ। ବ୍ୟବସାୟରେ ଆର୍ଥିକ କ୍ଷତି ସହିବେ। କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ। ସେୟାର ବଜାରରେ କରାଯାଇଥିବା ବିନିଯୋଗରୁ କ୍ଷତି ସହିବେ। ପରିବାରରେ ଟଙ୍କା-ପଇସାକୁ ନେଇ ବିବାଦ ଦେଖାଦେଇପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଘାଣ୍ଟି ହୋଇପାରନ୍ତି। ଆଣ୍ଠୁ ଜନିତ ସମସ୍ୟା ଦେଖାଦେଇପାର। 

ALSO READ: Shani Shukra Yuti 2024: ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ରହିବନି ଧନର ଅଭାବ!

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ବ୍ୟବସାୟରେ ମିଳିବ ସଫଳତା ସାଙ୍ଗକୁ...

2/3

ବିଛା: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ବିପଡ ଆଣିବ।  ସମ୍ପର୍କୀୟମାନେ କୌଣସି ପୁରୁଣା ବିବାଦ ନେଇ ଥାନାରେ ମାମଲା ଦାୟର କରିପାରନ୍ତି। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ବିଗିଡିବ। କୌଣସି ସଂସ୍ଥାରୁ ଋଣ ଆଣିପାରନ୍ତି। ନିଜ ସନ୍ତାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନରେ ରହିବେ। ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିବେ। ବିଶେଷକରି, ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ ଜଡିତ ଥିବା ଲୋକେ ଆର୍ଥିକ ସଙ୍କଟ ଦେଇ ଗତି କରିବେ। ପାରିବାର ମଧ୍ୟରେ ବିବାଦ ଦେଖାଦେଇପାରେ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ସମସ୍ତ ପରିସ୍ଥିତିକୁ ଧୌର୍ଯ୍ୟର ସହକାରେ ସାମ୍ନା କରନ୍ତୁ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମନରେ କୌଣସି କଥାକୁ ନେଇ ଅଶାନ୍ତି ଲାଗି ରହିବ। 

3/3

ମକର:  ସୂର୍ଯ୍ୟଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପର ନକରାତ୍ମକ ପ୍ରଭାବ ପକାଇବ। କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ପରୀକ୍ଷାରେ ଭଲ ରେଜଲ୍ଟ ପାଇବେ ନାହିଁ। କର୍ମକ୍ଷେତ୍ରରେ ହେବାକୁ ଥିବା ପଦୋନ୍ନତି ଅଟିକି ପାରେ। କାର୍ଯ୍ୟ ଭାର ବୃଦ୍ଧି ପାଇବ। ଯାହା ଫଳରେ ମନ ଅସ୍ଥିର ରହିବ। ପାର୍ଟନର-ସପିରେ ଚାଲିଥିବା ବ୍ୟବସାୟରେ କ୍ଷତି ସହିପାରନ୍ତି। ଫଳରେ ଆର୍ଥିକ ସ୍ଥିତି ଦୁର୍ବଳ ହେବ।  ମାସ ଶେଷ ଆଡକୁ ଚକ୍ଷୁ ଜନିତ ସମସ୍ୟା ଦେଖାଦେଇପାରେ। ପ୍ରେମୀ ମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ସାମାନ୍ୟ କଥାକୁ କେନ୍ଦ୍ର କରି ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)