Ganesha Favourite Zodiac: ଗଣେଶଙ୍କ ପ୍ରିୟ ଏହିସବୁ ରାଶିର ପାଖ ମାଡି଼ ନଥାଏ ବାଧାବିଘ୍ନ, ପ୍ରତ୍ୟକ କ୍ଷେତ୍ରରେ ପାଇଥାଆନ୍ତି ସଫଳତା!

Lord Ganesha Favourite Zodiac Signs: ହିନ୍ଦୁ ଧର୍ମ ଶାସ୍ତ୍ର ଓ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗଣେଶଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯାଏ। କୌଣସି ଶୁଭକାର୍ଯ୍ୟରେ ଗଣପତି ବା ବିନାୟକଙ୍କୁ ପୂଜା କରାଯାଏ। ମାନ୍ୟତା ରହିଛି ଗଣେଶଙ୍କ ପୂଜା ସର୍ବପ୍ରଥମେ କରିବା ଦ୍ବାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ସେହିପରି, ଗଣେଶଙ୍କ ପ୍ରିୟ ଦିନ ହେଉଛି ବୁଧବାର । ଆଜି ଗଣେଶଙ୍କୁ ପୂଜା କରିବା ଦ୍ବାରା ବିଶେଷ ଆର୍ଶିବାଦ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେହିପରି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗଣେଷଙ୍କର ମଧ୍ୟ କିଛି ପ୍ରିୟ ରାଶି ରହିଛି । ଏହି ରାଶି ଉପରେ କେବେବି କୌଣସି ବାଧାବିଘ୍ନ ଆସି ନଥାଏ। ସମସ୍ତ ବିପଦରୁ ଗଜନନ ଏହି ରାଶିଙ୍କୁ ରକ୍ଷା କରି ଥାଅନ୍ତି। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Wed, 24 Jul 2024-9:44 am,
1/3

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗଜାନନଙ୍କ ସବୁଠୁ ପ୍ରିୟ ରାଶି ହେଉଛି ମେଷ । ଭଗବାନ ଗଣେଶଙ୍କ କୃପା ଏହି ରାଶି ଉପରେ ସର୍ବଦା ଥିବାରୁ ମେଷ ରାଶିର ଲୋକମାନେ ଅଧିକ ତିକ୍ଷ୍ଣ ବୁଦ୍ଧିମାନ ସହ ଦୟାଳୁ ସ୍ବଭାବର ହୋଇଥାଆନ୍ତି। ପ୍ରତ୍ୟକ କଠିନ କାମକୁ ଏମାନେ ସହଜରେ କରିଥାଆନ୍ତି। ଏମାନଙ୍କୁ ଜ୍ଞାନର ଭଣ୍ତାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୀବନରେ ସମସ୍ତ ସୁଖ ସମୃଦ୍ଧି ମଧ୍ୟ ଏହି ରାଶିଙ୍କୁ ପ୍ରାପ୍ତ ହୋଇଥାଏ। ଯଦି ଜୀବନରେ କୌଣସି ସମସ୍ୟା ଲାଗି ରହିଥାଏ। ଏମାନେ ସମସ୍ୟାଟିକୁ ଚୁଟକୀରେ ଦୂର କରିଥାଆନ୍ତି। 

ALSO READ: Surya Gochar 2024: ଅଗଷ୍ଟ ୨ରେ ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ ,ଏହିସବୁ ରାଶିଙ୍କୁ ମିଳିବ ବଡ଼ ଲାଭ!

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ବ୍ୟବସାୟରେ ଲାଭବାନ୍ ହେବା ସହ...

2/3

ମିଥୁନ: ଏହି ରାଶିଙ୍କ ଗଣେଶଙ୍କର ଅତିପ୍ରିୟ ଅଟେ। ମିଥୁନ ରାଶିର ବ୍ୟକ୍ତିମାନେ ପାଠପଢାରେ ବହୁତ୍ ଭଲ ବା ଦ୍ରୃତ ହୋଇଥାଆନ୍ତି। ଏଣୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଆନ୍ତି। ଜୀବନରେ କେବେବି ଅସଫଳତାର ସ୍ବାଦ ଏମାନେ ଚାଖିବାକୁ ପସନ୍ଦ କରନ୍ତି ନାହିଁ। ଗଣେଶଙ୍କ ଆର୍ଶିବାଦ ପାଇବା ପାଇଁ  ଏହି ରାଶିର ଲୋକମାନେ ପ୍ରତିଦିନ ଗଜାନନଙ୍କୁ ସିନ୍ଦୁର ଓ ଦୂବଘାସ ସହ ଗଣେଷଙ୍କ ପ୍ରିୟ ମୋଦକ ଲଢୁ ଭୋଗ କରନ୍ତୁ । ଏବଂ ଜୀବନରେ ଯଦି କୌଣସି ପ୍ରକାର ସମସ୍ୟା ଥାଏ ତାହା ଦୂର କରିବା ପାଇଁ ଗଣେଶ ଚାଳିସା ପାଠ କରନ୍ତୁ। ଦେଖିବେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ। 

 

3/3

ମକର:  ସେହିପରି ମକର ରାଶି ଉପରେ ଭଗବାନ୍ ଗଣେଶଙ୍କର ଆର୍ଶିବାଦ ସଦାସର୍ବଦା ଥାଏ। ଏହି ରାଶିର ଲୋକମାନେ ସର୍ବଦା କଠିନ ପରିଶ୍ରମ କରିବାକୁ ଭଲ ପାଆନ୍ତି। ବଡ଼ କାର୍ଯ୍ୟକୁ ସହଜରେ ସମାଧାନ କରିନ୍ତି। କର୍ମକ୍ଷେତ୍ରରେ ହଉ କି ବ୍ୟକ୍ତିଗତ ଭାବରେ ଏହି ରାଶିର ଲୋକେ ନିଜର ସଚ୍ଚୋଟତା ବଜାୟୀ ରଖନ୍ତି। ଦୟାଳୁ ଓ ସ୍ନେହି ପ୍ରକୃତିର ଅଟନ୍ତି । ଅସହାୟଙ୍କୁ ସର୍ବଦା ସହାୟତା କରିବା ପାଇଁ ଆଗଇ ଆସିଥାନ୍ତି। ବୁଦ୍ଧି ଓ ଜ୍ଞାନରେ ଏହି ରାଶିର ଲୋକେ ସମସ୍ତଙ୍କୁ ପଛରେ ପକାଇ ଦେବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link