Shani Vakri 2024 June: ଦୀର୍ଘ ଦଶନ୍ଧି ପରେ ଗୋଟିଏ ରାଶିରେ ଶନି ଓ ବୁଧଙ୍କ ମିଳନ, ଏହି ସବୁ ରାଶି ପାଇଁ ବଢିପାରେ ଅଡୁଆ, ଧନ ହାନୀ ସହ...

Shani Vakri 2024 June: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଯାହା ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ। ଏହି କ୍ରମରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଆସନ୍ତା ଜୁନ୍ ୨୯, ସକାଳ ୭ଟା ୪୫ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶନି ଦେବ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ କିଛି ରାଶିଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିପାରେ। ତେବେ, ସେହି ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।...

Narmada Behera Wed, 26 Jun 2024-9:33 am,
1/5

ମେଷ : ଶନି-ବୁଧଙ୍କ ମିଳନ ଏହି ରାଶିପାଇଁ ଅଶୁଭ ଦିନ ଆଣିବ। ବିଶେଷ କରି ପ୍ରେମ ଜୀବନରେ ବିଫଳତା ଆଣିବ । ପାରିବାରିକ ସମ୍ପର୍କରେ ସମସ୍ୟା ଦେଖାଦେଇପାରେ। ଘରେ ଅଯାଥା ବିବାଦ ସୃଷ୍ଟି ହେବା। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।  ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ, ତେଣୁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ।

 

2/5

କର୍କଟ: ଶନି-ବୁଧଙ୍କ ଏହି ଗୋଚର କର୍କଟ ରାଶି ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏହି ରାଶିର ବ୍ୟକ୍ତିଙ୍କୁ ଏହି ସମୟରେ ଆଖି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଥାଶୀଘ୍ର ସମ୍ଭବ ଏହାର ପ୍ରତିକାର କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ହେବାକୁ ଥିବା ପ୍ରମୋସନ୍ ମଧ୍ୟ ଅଟକିପାରେ। ପ୍ରେମ ଜୀବନରେ ଝଡ଼ ଉଠିପାରେ। ତେଣୁ ନିଜ ଜୀବନସାଥୀଙ୍କ ସହ ଅଯଥା ଯୁକ୍ତି କରନ୍ତୁ ନାହିଁ। 

 

3/5

ସିଂହ: ସେହିପରି ଏହି ରାଶିଙ୍କୁ ମଧ୍ୟ ଅଡୁଆରେ ପକାଇବେ ଶନିଦେବ ଓ ବୁଧ। ଆସନ୍ତା ମାସ ଏହି ରାଶିଙ୍କ ପାଇଁ ଆଦୌଭଲ ରହିବ ନାହିଁ। ବିଶେଷକରି ଚାକିରିକୁ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆପଣ ଟେନସନରେ ରହିପାରନ୍ତି। ଅଯଥା ଖର୍ଚ୍ଚ ବଢିବା ସହ ପରିବାରରେ ବିବାଦ ଦେଖାଦେବ। ଠିକ୍ ହୋଇଥିବା ବିବାହ ପ୍ରସ୍ତାବ ମଧ୍ୟ ଭାଙ୍ଗିଯାଇପାରେ।

4/5

ତୁଳା:  ଆସନ୍ତାମାସ ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ଏହି ସମୟ ମଧ୍ୟରେ କେହି କେହି ଆପଣଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିପାରନ୍ତି। କାର୍ଯ୍ୟାଳୟରେ ସହକର୍ମଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। ବିରୋଧୀମାନେ ସକ୍ରିୟ ରହିବେ। ଯେଉଁଥିପାଇଁ ଆପଣଙ୍କୁ ବୃତ୍ତିଗତ ଜୀବନରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଜୀବନସାଥୀ ସହିତ ବିବାଦ ହେବା ସମ୍ଭବ। ଏହି ସମୟ ମଧ୍ୟରେ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

 

5/5

କୁମ୍ଭ : ବୁଧ-ଶନିଙ୍କ ମିଳନ ଏହି ରାଶି ପାଇଁ ବିପଦ ଡାକିଆଣିପାରେ। ବିଶେଷକରି,  ଏହି ରାଶିର ବ୍ୟକ୍ତିମାନେ କ୍ୟାରିୟରରେ ଉତ୍ଥାନ-ପତନ ଦେଖିପାରନ୍ତି। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କିନ୍ତୁ ସେହି ଅନୁସାରେ ଫଳ ମିଳିବନି।  କର୍ମକ୍ଷେତ୍ର ବିବାଦ ଦେଖାଦେବ। ଯାହାକୁ ନେଇ ଆପଣ ଚାପରେ ରହିବେ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ, ମାନସିକ ରୋଗ ଏବଂ ନିଦ୍ରାହୀନତା ଆପଣଙ୍କୁ ବ୍ୟଥିତ କରିପାରେ। ଅଯଥା ଖର୍ଚ୍ଚ ବଢିପାରେ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link