Budha Sukra Yuti 2024: ବୁଧ ଓ ଶୁକ୍ରଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସହ...

Budha Sukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଅର୍ଥ, ବ୍ୟବସାୟ ,ବୁଦ୍ଧି, ବକ୍ତବ୍ୟ ଓ ଯୋଗାଯୋଗର କାରବ ବୋଲି ବିବେଚନା କରାଯାଏ। ଏହି କ୍ରମରେ, ବୁଧ ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଅଛନ୍ତି। ଯେଉଁ ରାଶିକୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟର କାରକ ଶୁକ୍ର ସେପ୍ଟେମ୍ବର ୧୫ ତାରିଖ ସକାଳ ୭ଟା ୧୦ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ଗ୍ରହରେ ୨ ଗ୍ରହଙ୍କ ଅପୂର୍ବ ମିଳନ ବୁଧ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରିବ। ଏହି ଦୁର୍ଲଭ ଯୋଗ ପ୍ରଭାବରେ,କିଛି ରାଶିର ବ୍ୟକ୍ତି ବିଶେଷ ଶୁଭଫଳ ପାଇବେ। ବିଶେଷକରି, ବୁଧଙ୍କ ସ୍ଥିତି ଜାତକରେ ଭଲ ରହିଲେ ବ୍ୟକ୍ତି ଜୀବନରେ ସମସ୍ତ ସୁଖ-ସମୃଦ୍ଧି ଲାଭ କରିଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ସେହି ରାଶି-ଗୁଡିକ ବିଷୟରେ...

Narmada Behera Tue, 10 Sep 2024-9:38 am,
1/5

  ବୃଷ:  ବୁଧ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ପ୍ରଭାବରୁ ଏହି ରାଶିର ଲୋକେ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। ବିଶେଷକରି, ଆର୍ଥିକ ସ୍ଥିତ ମଜଭୁତ ହେବା ସହ ଚାକିରିଆଙ୍କ ଆୟ ବଢିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ।ଯେଉଁମାନେ ଦୀର୍ଘ ଦିନ ଧରି କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଉଛନ୍ତି । ଏହି ସମୟରେ କୋର୍ଟଙ୍କ ରାୟ ସେମାନଙ୍କ ସପକ୍ଷରେ ଆସିବ। ଏହି ଅବଧି ମଧ୍ୟରେ ନୂଆ ଗାଡି଼ ଓ ଜମି କିଣିବେ। ବୈବାହିକ ଜୀବନ ସୁଖମୟ ହେବ । ପ୍ରେମ ବିବାହରେ ପରିଣତ ହୋଇପାରେ । ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ ରହିବ । ପାଠପଢାରେ ଉନ୍ନତି କରିବେ । ପ୍ରତ୍ୟକ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।    ALSO READ:  Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସାଙ୍ଗକୁ...   ALSO READ: Shani Vakri 2024: କୁମ୍ଭରେ ଶନିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କ ଉଦୟ ହେବ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

2/5

ମିଥୁନ:  ବୁଧ-ଶୁକ୍ରଙ୍କ କୃପା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ରହିବ। ସାମ୍ବାଦିକତା ଓ ସାହିତ୍ୟ,କଳା ଓ ରିସର୍ଚ୍ଚ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ଅଗ୍ରଗତି ହେବ। ଆର୍ଥିକ୍ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବେ । କର୍ମକ୍ଷେତ୍ରରେ ଅଧିକାରୀମାନେ ପ୍ରସଂଶା କରିବା ପଦୋନ୍ନତି ନେଇ ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ପ୍ରେମ ଭରିବ। 

3/5

ସିଂହ: ବୁଧ-ଶୁକ୍ରଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ନୂତନ ଚାକିରି ନେଇ ଅଫର ମିଳିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ପ୍ରେମୀମାନଙ୍କ ପାଇଁ ସମୟ ଆଦୌଭଲ ରହିବ ନାହିଁ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।  ଏହି ସମୟରେ ନୂଆ କିଣିବେ। ଦିର୍ଘ ଦିନ ଧରି ଅଟକିଥିବା ଟଙ୍କା ମଧ୍ୟ ମିଳିବ। ଆତ୍ମବିଶ୍ୱାସ ହେତୁ, ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।  

4/5

କୁମ୍ଭ: ବୁଧ-ଶୁକ୍ରଙ୍କ ମିଳନ ଏହି ରାଶିର ବ୍ୟକ୍ତିଙ୍କୁ ଧନବାନ୍ କରାଇବ। ବିଶେଷକରି, ବିଲଡର ଓ ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ଏହି ସମୟ ବେଶ୍ ଭଲ ରହିବ। ବିଲଡ଼ରମାନେ ନୂତନ ପ୍ରୋଜେକ୍ଟ ପାଇବେ। ଏବଂ ବ୍ୟବସାୟରେ ଆଖିବୁଜା ଲାଭ ପାଇବେ। ପ୍ରେମୀଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ତେଣୁ ଜଗିରଖି ନିଜ ସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ହେବ। 

5/5

ମୀନ: ଏହି ଦୁର୍ଲଭ ସଂଯୋଗ ଏହି ରାଶିଙ୍କ ଭାଗ୍ୟର ତାଲା ଖୋଲିବ। ଯେଉଁମାନେ ପାର୍ଟନରସିପରେ ବ୍ୟବସାୟ କରୁଛନ୍ତି। ସେମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁଥିରୁ ଦ୍ବି-ଗୁଣିତ ଲାଭ ପାଇବେ। ଚାକିରିଆ ମାନଙ୍କୁ କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଆୟ ବଢିବ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ଖୁସି  ଖବର ପାଇପାରନ୍ତି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍ ହୁଅନ୍ତୁ।     (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link